ETV Bharat / bharat

ହରିଦ୍ବାରରୁ 2 କୋଟିର ଗହଣା ଲୁଟ, ଓଡ଼ିଶାର ଯୁବକଙ୍କୁ ଖୋଜୁଛି ଏସଟିଏଫ

ହରିଦ୍ବାରର ଜ୍ବାଲାପୁରରେ ଏକ ଗହଣା ଦୋକାନରୁ ଦୁଇ କୋଟି ଟଙ୍କାର ଗହଣା ଡକାୟତି ଘଟଣାରେ ସ୍ପେଷାଲ ଟାସ୍କ ଫୋର୍ସର ସଫଳତା । ଏହି ମାମଲାରେ ମାତ୍ର ଦୁଇ ଦିନ ମଧ୍ୟରେ ଏହି ମାମଲାରେ ସଂପୃକ୍ତ ଆଉ 5 ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଘଟଣାରେ ସମ୍ପୃକ୍ତ ଅଛନ୍ତି ଓଡ଼ିଶାର ଯୁବକ । ଅଧିକ ପଢ଼ନ୍ତୁ...

ହରିଦ୍ବାରରେ ଗହଣା ଲୁଟ ମାମଲାରେ ଓଡ଼ିଶା ଲିଙ୍କ୍

author img

By

Published : Jul 13, 2021, 7:01 PM IST

ଡେରାଡୁନ: ହରିଦ୍ବାରର ଜ୍ବାଲାପୁରରେ ଏକ ଗହଣା ଦୋକାନରୁ ଦୁଇ କୋଟି ଟଙ୍କାର ଗହଣା ଡକାୟତି ଘଟଣାରେ ସ୍ପେଶାଲ ଟାସ୍କ ଫୋର୍ସର ସଫଳତା । ଏହି ମାମଲାରେ ମାତ୍ର ଦୁଇ ଦିନ ମଧ୍ୟରେ ସଂପୃକ୍ତ ଆଉ 5 ଜଣଙ୍କୁ ଗିରଫ କରିଛି ଏସଟିଏଫ୍ । ଏହି ଘଟଣାରେ ଓଡ଼ିଶାର କିଛି ଯୁବକ ସାମିଲ ଥିବା ନେଇ ସନ୍ଦେହ କରୁଛି ଉତ୍ତରାଖଣ୍ଡ ପୋଲିସ ଓ ସ୍ପେଶାଲ ଟାସ୍କ ଫୋର୍ସ ।

ଗିରଫ ଅଭିଯୁକ୍ତମାନେ ବିଭିନ୍ନ ରାଜ୍ୟରୁ ଆସି ଏକ ଗ୍ୟାଙ୍ଗ ତିଆରି କରି ବିଭିନ୍ନ ଚୋରି ଡକାୟତି ଘଟଣା ଘଟାଉଥିଲେ। ବର୍ତ୍ତମାନ ସୁଦ୍ଧା ସଲେମପୁର ଜିଲ୍ଲା ବୁଲନ୍ଦସହରର ସତୀଶ ଚୌଧୁରୀ, ଭବନ ଥାନ କିରଣପାଲ ବାସିନ୍ଦା ଅମିତ ବା ଫୌଜୀ, ଶିକାରପୁର ଜିଲ୍ଲା ବସୋଦୀ ଥାନା ଅଞ୍ଚଳର ରାଜୁ ଓ କୁରମାଲୀ ଥାନା ସମଲୀ ଅଞ୍ଚଳର ନିତୀନ ମଲିକ, ଦିଲ୍ଲୀ ରୋହିଣୀ ଅଞ୍ଚଳର ବିକାଶଙ୍କୁ ଗିରଫ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଡକାୟତି ଘଟଣାରେ ଓଡ଼ିଶା ଲିଙ୍କ ରହିଥିବା କହିଛି ସ୍ପେଶାଲ ଟାସ୍କ ଫୋର୍ସ ।

ଏହି ଅଭିଯୁକ୍ତଙ୍କ ନିକଟରୁ 10 ଲକ୍ଷ ନଗଦ ଟଙ୍କା ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ । ଏହି ଗ୍ୟାଙ୍ଗ ଉତ୍ତରାଖଣ୍ଡରେ ତାଉ ଗ୍ୟାଙ୍ଗ ନାମରେ ପରିଚିତ। ଚୋରି ଡକାୟତି ଘଟଣାରେ ସଂପୃକ୍ତ ଏହି ଗ୍ୟାଙ୍ଗକୁ ନେଇ ରାଜ୍ୟବାସୀଙ୍କ ମଧ୍ୟରେ କୋକୁଆ ଭୟ ରହିଛି। ବର୍ତ୍ତମାନ ସୁଦ୍ଧା ଏହି ଘଟଣାରେ ମୋଟ 8 ଜଣଙ୍କୁ ଗିରଫ କରି ସାରିଛି ପୋଲିସ । ପ୍ରଥମେ ଗିରଫ ହୋଇଥିବା 3 ଜଣ ଅଭିଯୁକ୍ତଙ୍କ ନିକଟରୁ 1 କେଜି 3 ଶହ ଗ୍ରାମ, 6 କେଜି ରୂପା ଜବତ କରିଥିଲା ପୋଲିସ ।

ସତୀଶ ଚୌଧୁରୀ ଏହି ଘଟଣାର ମାଷ୍ଟରମାଇଣ୍ଡ ବୋଲି କୁହାଯାଉଛି । ତାଉ ଗ୍ୟାଙ୍ଗରେ ଓଡ଼ିଶା ସମେତ, ଦିଲ୍ଲୀ, ପଞ୍ଜାବ, ପଶ୍ଚିମବଙ୍ଗ, ମଧ୍ୟପ୍ରଦେଶ, ହରିୟାଣା, ଉତ୍ତର ପ୍ରଦେଶ, ଗୁଜରାଟ ଭଳି ରାଜ୍ୟର ଅଭିଯୁକ୍ତ ସାମିଲ ରହିଥିବା ସନ୍ଦେହ କରାଯାଉଛି । ଏହି ସବୁ ରାଜ୍ୟରେ ମଧ୍ୟ ତାଉ ଗ୍ୟାଙ୍ଗ ସକ୍ରିୟ ରହିଥିବା କୁହାଯାଉଛି । କାରଣ ଉପରୋକ୍ତ ରାଜ୍ୟରେ ମଧ୍ୟ ହରିଦ୍ବାର ଭଳି ଡକାୟତି ଘଟଣା ଦେଖାଦେଇଥିଲା ।

ହରିଦ୍ବାରର ତାରା ଗହଣା ଦୋକାନାରୁ ଦିନ ଦ୍ବିପ୍ରହରରେ କିଛି ଡକାୟତ ସୁନା, ରୁପା ଓ ଟଙ୍କା ମିଶାଇ ମୋଟ 2 କୋଟି ଟଙ୍କାର ଡକାୟତି ହୋଇଥିଲା । ଏଭଳି ଏକ ବଡ଼ ଡକାୟତି ଘଟଣାରେ ତାଉ ଗ୍ୟାଙ୍ଗ ସାମିଲ ଥିବା ନେଇ ପୋଲିସ ସନ୍ଦେହ କରିଥିଲା। ତେବେ ତଦନ୍ତ ବେଳେ ଏହି ଗ୍ୟାଙ୍ଗର ବର୍ତ୍ତମାନ ସୁଦ୍ଧା 8 ଜଣଙ୍କୁ ଗିରଫ କରି ସାରିଛି ପୋଲିସ । ଅନ୍ୟ ଅଭିଯୁକ୍ତଙ୍କୁ ଖୁବ ଶୀଘ୍ର ଗିରଫ କରାଯିବ ବୋଲି କହିଛି ପୋଲିସ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.