ETV Bharat / bharat

Modi Speech in Rajyasabha: ଖଣି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡିଶା ଦେଶରେ ପ୍ରଥମ କହିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ଉଦାହରଣ ଦେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସରକାର କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Feb 8, 2022, 7:19 PM IST

Updated : Feb 8, 2022, 7:29 PM IST

Modi Speech in Rajyasabha
Modi Speech in Rajyasabha

ନୂଆଦିଲ୍ଲୀ: ଲୋକସଭା ପରେ ଆଜି (ମଙ୍ଗଳବାର) ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ସରକାରଙ୍କ ପକ୍ଷରୁ ଜବାବ ରଖିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନିଜ ଭାଷଣରେ ପ୍ରଧାନମନ୍ତ୍ରୀ ଅନେକ ପ୍ରସଙ୍ଗ ଉତ୍ଥାପନ କରି ସରକାରଙ୍କ ଯୋଜନା ଓ କ୍ରିୟାନ୍ବୟନକୁ ଦୋହରାଇଛନ୍ତି । ଏହାସହ ସରକାର ନେଉଥିବା ବିଭିନ୍ନ ସଂସ୍କାର ମୂଳକ କାର୍ଯ୍ୟକ୍ରମକୁ ମଧ୍ୟ ମୋଦି ରାଜ୍ୟସଭାରେ ରଖିଛନ୍ତି ।

ଖଣି କ୍ଷେତ୍ରରେ ସଂସ୍କାର ଆଣିବାରେ ଓଡିଶା ଦେଶରେ ପ୍ରଥମ କହିଲେ ପ୍ରଧାନମନ୍ତ୍ରୀ

ଏହି ଅବସରରେ ପ୍ରଧାନମନ୍ତ୍ରୀ ମୋଦି ଓଡିଶାର ଉଦାହରଣ ଦେବାସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି । ନିଜ ଅଭିଭାଷଣ ବେଳେ ପ୍ରଧାନମନ୍ତ୍ରୀ କହିଛନ୍ତି ବର୍ତ୍ତମାନର ସରକାର କୋଇଲା ଓ ଖଣି କ୍ଷେତ୍ରର ବ୍ୟାପକ ସଂସ୍କାର କରିଛନ୍ତି । ଏହାସହ କେନ୍ଦ୍ରୀୟ ମାର୍ଗଦର୍ଶିକା ଜାରି କରିଛନ୍ତି । ଫଳରେ ଗତ ଏକବର୍ଷ ମଧ୍ୟରେ ଖଣି କ୍ଷେତ୍ରରୁ 14 ହଜାର କୋଟିରୁ ବୃଦ୍ଧି ପାଇ 35 ହଜାର କୋଟି ଟଙ୍କା ରାଜସ୍ବ ବଢିଛି । ଆଉ ଏହି ସବୁ ଅର୍ଥ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ମିଳିଛି । ଯଦ୍ବାରା ରାଜ୍ୟର ବିକାଶ ହେବା ସହ ଦେଶର ମଧ୍ୟ ବିକାଶ ହେଉଛି ।

ଆଉ ଏହି ସଂସ୍କାର ମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବାରେ ଓଡିଶା ହେଉଛି ଦେଶରେ ଆଗୁଆ । ସମବାୟ ସଂଘୀୟ ବ୍ୟବସ୍ଥାରେ ଏହା ଏକ ବଡ ଉଦାହରଣ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । କେନ୍ଦ୍ର ସରକାରଙ୍କ ସଂସ୍କାର ମୂଳକ ପଦକ୍ଷେପ କାର୍ଯ୍ୟକାରୀ କରିବା ସହ କେନ୍ଦ୍ର ସରକାରଙ୍କ ସହ ତାଳଦେଇ କାର୍ଯ୍ୟକାରିବାରେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି । ଏଥିପାଇଁ ମୁଁ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

@IANS

Last Updated : Feb 8, 2022, 7:29 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.