ETV Bharat / bharat

ହାତପାହାନ୍ତାରେ ଲୋକଙ୍କୁ ମିଳୁଛି ସେବା: ସର୍ବଭାରତୀୟସ୍ତରରେ ସମ୍ମାନିତ ହେଲା ରାଜ୍ୟ - ଜାତୀୟ ସ୍ତରରେ ଓଡିଶା ପୁରସ୍କୃତ

ବୈଷୟିକ ଜ୍ଞାନ ବ୍ୟବହାର କରି ଲୋକଙ୍କୁ ଉନ୍ନତ ସେବା ଯୋଗାଇବା ପାଇଁ ପୁଣି ସର୍ବଭାରତୀୟ ସ୍ତରରେ ଓଡିଶା ସମ୍ମାନିତ । ଅଧିକ ପଢନ୍ତୁ

ହାତପାହାନ୍ତାରେ ଲୋକଙ୍କୁ ମିଳୁଛି ସେବା: ସର୍ବଭାରତୀୟ ସ୍ତରରେ ସମ୍ମାନିତ ହେଲା ରାଜ୍ୟ

author img

By

Published : Apr 23, 2022, 10:32 PM IST

ଭୁୁବନେଶ୍ବର: ବୈଷୟିକ ଜ୍ଞାନ ବ୍ୟବହାର କରି ଲୋକଙ୍କୁ ଉନ୍ନତ ସେବା ଯୋଗାଇ ପୁନର୍ବାର ସର୍ବଭାରତୀୟସ୍ତରରେ ସମ୍ମାନିତ ହୋଇଛି ଓଡିଶା । ଉତ୍ତର ପ୍ରଦେଶର ପ୍ରୟାଗରାଜରେ ଅନୁଷ୍ଠିତ କମ୍ପ୍ୟୁଟର ସୋସାଇଟି ଅଫ୍‌ ଇଣ୍ଡିଆ ତରଫରୁ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହେବା ସହ ଆହ୍ଲାବାଦ୍‌ ହାଇକୋର୍ଟର ମୁଖ୍ୟ ବିଚାରପତି ଅଜିତ ସିଂଙ୍କ ଠାରୁ ଏହି ପୁରସ୍କାର ଗ୍ରହଣ କରିଛି ରାଜ୍ୟ ।

ରାଜ୍ୟ ସରକାରଙ୍କର ସୂଚନା ବିଜ୍ଞାନ ଅଧିକାରୀ କବିତା ରାୟ ଦାସ, ବରିଷ୍ଠ ବୈଷୟିକ ନିର୍ଦ୍ଦେଶିକା ସରିତା ସାହୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି । ଓଡ଼ିଶା ସରକାରଙ୍କ ‘ମୋ ସରକାର ଓ 5-ଟି ଅଭିଯାନ’କୁ ପୁନର୍ବାର ଜାତୀୟସ୍ତରରେ ମିଳିଛି ପ୍ରଶଂସା । ରାଜ୍ୟବାସୀଙ୍କୁ ଇ-ସେବା ଯୋଗାଇ ରାଜ୍ୟ ବର୍ଗରେ ଉତ୍କର୍ଷ ପୁରସ୍କାରରେ ସମ୍ମାନିତ ହୋଇଛି ଓଡ଼ିଶା । ମୋତିଲାଲ ନେହେରୁ ନ୍ୟାସନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଟେକ୍‌ନୋଲୋଜିରେ ଅନୁଷ୍ଠିତ ୧୯ତମ ସିଏସ୍‌ଆଇ ଏସ୍‌ଆଇଜି ଇ-ଗଭର୍ଣ୍ଣାନ୍ସ ଆୱାର୍ଡସ ୨୦୨୧ରେ ସମ୍ମାନିତ ହୋଇଛି ଓଡ଼ିଶା ।

‘ମୋ ସରକାର ଓ 5ଟି ଅଭିଯାନ’ ମାଧ୍ୟମରେ ଜନସାଧାରଣଙ୍କ ହାତ ପାହାନ୍ତାରେ ପହଁଚୁଛି ବିଭିନ୍ନ ସରକାରୀ ଯୋଜନା ଓ ସୁବିଧା । ପ୍ରତି ସେବା ଅନଲାଇନରେ ଉପଲବ୍ଧ କରିବା ଲାଗି ରାଜ୍ୟ ସରକାର ଯୋଜନା କରିଛନ୍ତି । ବର୍ତ୍ତମାନ ସୁଦ୍ଧା 5ଟି ମୋ ସରକାର କାର୍ଯ୍ୟକ୍ରମ ଜରିଆରେ ଅନଲାଇନ ମାଧ୍ୟମରେ 43ଟି ବିଭାଗର 400 ଟି ସେବା ଯୋଗାଇ ଦେଉଛନ୍ତି । ସଫଳତା ପାଇଁ ଇଲୋକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ବିଭାଗକୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଅଭିନନ୍ଦନ ଜଣାଯାଇଛି ।

ଭୁୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.