ETV Bharat / bharat

ଜାଣନ୍ତୁ କିଏ ଏହି ଓଡିଶା IPS କ୍ୟାଡର ? ଯିଏ କରିବେ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ - ସଞ୍ଜୟ ସିଂହ

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ କରିବେ ଓଡିଶା ଆଇପିଏସ କ୍ୟାଡର ସଞ୍ଜୟ ସିଂହ । ୱାଙ୍ଖେଡଙ୍କ ନାମରେ ଦୁର୍ନୀତି ଅଭିଯୋଗ ଦର୍ଶାଇ ତାଙ୍କୁ ତଦନ୍ତରୁ ହଟାଯାଇ ସଞ୍ଜୟଙ୍କୁ ତଦନ୍ତରେ ନିଯୁକ୍ତି କରାଯାଇଛି ।

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା, ତଦନ୍ତ କରିବେ ଓଡିଶା IPS କ୍ୟାଡର ସଞ୍ଜୟ ସିଂହ

author img

By

Published : Nov 6, 2021, 9:32 AM IST

ମୁମ୍ବାଇ:ଏଣିକି କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ କରିବେ ସଞ୍ଜୟ ସିଂହ । ୧୯୯୬ ଓଡିଶା ଆଇପିଏସ କ୍ୟାଡରର ସଞ୍ଜୟ ସିଂହଙ୍କୁ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ତଦନ୍ତ ଦାୟିତ୍ବ ଦିଆଯାଇଛି । ଏନସିବି ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କୁ ତଦନ୍ତରୁ ହଟାଇ ସଞ୍ଜୟଙ୍କୁ ଦାୟିତ୍ବ ହସ୍ତାନ୍ତର କରାଯାଇଛି ।

ତେବେ ବହୁ ଚର୍ଚ୍ଚିତ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାକୁ ମୁମ୍ବାଇ ଜୋନରୁ କେନ୍ଦ୍ରୀୟ ଜୋନକୁ ସ୍ଥାନାନ୍ତର କରାଯାଇଛି । ମହାରାଷ୍ଟ୍ର ମନ୍ତ୍ରୀ ନୱାବ ମଲିକଙ୍କ ଜ୍ବାଇଁ ସମୀର ଖାନ ଏବଂ ଆର୍ଯ୍ୟନ ଖାନଙ୍କ ସମେତ ମୋଟ ୬ଟି ମାମଲାର ତଦନ୍ତ ଭାର ଏନସିବି କେନ୍ଦ୍ରୀୟ ଜୋନରୁ ଏସଆଇଟିକୁ ହସ୍ତାନ୍ତର କରାଯାଇଛି । ଏନସିବି ଅଫିସର ସଞ୍ଜୟ ସିଂହଙ୍କ ନେତୃତ୍ବରେ ଏକ ସ୍ବତନ୍ତ୍ର ତଦନ୍ତକାରୀ ଟିମ୍ ଆଜି(ଶନିବାର) ମୁମ୍ବାଇରେ ପହଞ୍ଚି ଆର୍ଯ୍ୟନ ଖାନ ସମେତ ୬ଟି ମାମଲାର ତଦନ୍ତ ପ୍ରକ୍ରିୟା ଆରମ୍ଭ କରିବ ।

ତେବେ ସମୀର ୱାଙ୍ଖଡେଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ହେବା ପରେ ମାମଲାରୁ ତାଙ୍କୁ ହଟା ଯାଇଥିବା ଦର୍ଶାଯାଇଛି । ମାତ୍ର ଏହି ମାମଲାର ତଦନ୍ତ ପ୍ରକ୍ରିୟା ଶେଷ ନ ହେବା ପର୍ଯ୍ୟନ୍ତ ସେ ଏନସିବିର ଆଞ୍ଚଳିକ ଅଧିକାରୀ ପଦରେ ରହିବେ ବୋଲି କୁହାଯାଇଛି ।

ଅନ୍ୟପଟେ ୱାଙ୍ଖଡେଙ୍କୁ ତଦନ୍ତରୁ ହଟାଯିବା ପରେ ମହାରାଷ୍ଟ୍ର ମନ୍ତ୍ରୀ ଟ୍ବିଟ କରି କହିଛନ୍ତି ଯେ, 'ଆଗକୁ ଏହିପରି ସବୁ ସଫା କରାଯିବ । ଏହା ଆରମ୍ଭ ମାତ୍ର ।'

ସଞ୍ଜୟ ସିଂହ କିଏ:-

ସଞ୍ଜୟ ସିଂହ ହେଉଛନ୍ତି ୧୯୯୬ ଆଇପିଏସ ଓଡିଶା କ୍ୟାଡର ଅଫିସର । ସେ ଓଡିଶା ପୋଲିସ ଏବଂ ସିବିଆଇ ପକ୍ଷରୁ ଅନେକ ଦାୟିତ୍ବ ତୁଲାଇଛନ୍ତି । ଏନସିବିରେ ଯୋଗଦେବା ପୂର୍ବରୁ ସିଂହ ଓଡିଶା ପୋଲିସର ଡ୍ରଗ୍ ଟାସ୍କ ଫୋର୍ସ (DTF) କୁ ଅତିରିକ୍ତ ମହାନିର୍ଦ୍ଦେଶକ (ADG) ଭାବରେ ପରିଚାଳନା କରିଥିଲେ ।

ଡି.ଟି.ଏଫ୍ ସହିତ ତାଙ୍କ କାର୍ଯ୍ୟକାଳ ମଧ୍ୟରେ, ସିଂ ରାଜ୍ୟରେ ଡ୍ରଗ୍ସ ବିରୋଧୀ ଡ୍ରାଇଭ୍ ଆରମ୍ଭ କରିଥିଲେ ଏବଂ ଭୁବନେଶ୍ୱରରେ ଅନେକ ଡ୍ରଗ୍ କାରବାର ରାକେଟ୍ ଉପରେ ଚଢାଉ କରିଥିଲେ ।

2008ରେ, ସିଂହ ସିବିଆଇ ସହିତ 2015 ପର୍ଯ୍ୟନ୍ତ ଡେପୁଟି ଇନ୍ସପେକ୍ଟର ଜେନେରାଲ୍ (DG) ଭାବରେ କାର୍ଯ୍ୟ କରିଥିଲେ । ସିବିଆଇ ସହିତ ତାଙ୍କର କାର୍ଯ୍ୟକାଳ ସମୟରେ ସେ ଅନେକ ହାଇ-ପ୍ରୋଫାଇଲ ମାମଲା ପରିଚାଳନା କରିଥିଲେ ।

ସଞ୍ଜୟ କୁମାର ସିଂହ ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍ (IGP), କର୍ମଚାରୀ, ଓଡିଶା ପୋଲିସ୍ ଏବଂ ଓଡ଼ିଶା ପୋଲିସର ଟ୍ୱିନ୍ ସିଟିର ଅତିରିକ୍ତ କମିଶନର ଭାବରେ ମଧ୍ୟ କାର୍ଯ୍ୟ କରିଛନ୍ତି ।

ଜାନୁୟାରୀ 2021ରେ ସଞ୍ଜୟ କୁମାର ସିଂହଙ୍କୁ କେନ୍ଦ୍ରୀୟ ଏଜେନ୍ସିକୁ ଡେପୁଟେସନରେ ପଠାଯାଇଥିଲା ଏବଂ ସେ ଡେପୁଟି ଡାଇରେକ୍ଟର-ଜେନେରାଲ (DDG) ଭାବରେ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋରେ ଯୋଗ ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.