ETV Bharat / bharat

Uttarkashi tunnel tragedy: ଫସିଥିବା 7 ରାଜ୍ୟର 40 ଶ୍ରମିକଙ୍କ ତାଲିକା ଜାରି, ଓଡିଶାରୁ 5

ଉତ୍ତରାକାଶୀ ଟନେଲ ଅଘଟଣରେ ଫସିଥିବା 40 ଶ୍ରମିକଙ୍କ ତାଲିକା ଜାରି କଲା ପ୍ରଶାସନ । 7 ରାଜ୍ୟ ମଧ୍ୟରୁ ଝାଡଖଣ୍ଡର ସର୍ବାଧିକ 15 ଜଣ । ରହିଛନ୍ତି ଓଡିଶାର 5 ଶ୍ରମିକ । ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Nov 12, 2023, 7:49 PM IST

Updated : Nov 13, 2023, 6:34 PM IST

Uttarkashi tunnel tragedy: ଫସିଛନ୍ତି 7 ରାଜ୍ୟର 40 ଶ୍ରମିକ, ଓଡିଶାରୁ 5

ଡେରାଡୁନ: ଉତ୍ତରାଖଣ୍ଡର ଉତ୍ତରକାଶୀରେ ୟମୁନେତ୍ରୀ ହାଇଓ୍ବେକୁ ସଂଯୋଗୀକରଣ ପାଇଁ ନିର୍ମାଣଧୀନ ଟନେଲ ଅଘଟଣରେ ଫସି ରହିଥିବା 40 ଶ୍ରମିକଙ୍କ ତାଲିକା ଜାରି କରିଛି ସ୍ଥାନୀୟ ପ୍ରଶାସନ । ଏହି 40 ଶ୍ରମିକ 7 ରାଜ୍ୟରୁ ରହିଛନ୍ତି । ସେମାନଙ୍କ ମଧ୍ୟରେ 5 ଓଡିଆ ଶ୍ରମିକ ମଧ୍ୟ ଥିବା ଜଣାପଡିଛି । ସବିଶେଷ ତଥ୍ୟ ଅନୁସାରେ, ଉତ୍ତରାଖଣ୍ଡର 2, ବିହାରରୁ 4, ପଶ୍ଚିମବଙ୍ଗରୁ 3, ଝାଡଖଣ୍ଡରୁ ସର୍ବାଧିକ 15, ଉତ୍ତର ପ୍ରଦେଶରୁ 8, ହିମାଚଳ ପ୍ରଦେଶରୁ ଜଣେ ଓ ଓଡିଶାରୁ 5 ଜଣ ଶ୍ରମିକ ଏହି ତାଲିକାରେ ରହିଛନ୍ତି । 40 ଶ୍ରମିକଙ୍କ ମଧ୍ୟରେ ଓଡିଶାରୁ 5 ଜଣ ରହିଛନ୍ତି । ଏମାନେ ହେଲେ ମୟୂରଭଞ୍ଜ ଜିଲ୍ଲାର ବିଶେଶ୍ବର ନାୟକ, କୁଳଡିହା ଅଞ୍ଚଳର ରାଜୁ ନାୟକ, ଶଙ୍କର୍ଷଣପୁର ଅଞ୍ଚଳର ତପନ ମଣ୍ଡଳ, ନବରଙ୍ଗପୁର ଜିଲ୍ଲାର ଭଗବାନ ଭତ୍ରା ଓ ବଡକୁଦର ଅଞ୍ଚଳର ଧିରନ ବୋଲି ଜଣାପଡିଛି ।

ଗତକାଲି (ରବିବାର) ପୂର୍ବାହ୍ନରୁ ଉଦ୍ଧାର ଅପରେସନ ଜାରି ରହିଥିଲେ ସୁଦ୍ଧା ଏପର୍ଯ୍ୟନ୍ତ କାହାକୁ ଉଦ୍ଧାର କରାଯିବା ସମ୍ଭବପର ହୋଇନି । ଯୁଦ୍ଧକାଳୀନ ଭିତ୍ତିରେ ଏନଡିଆରଏଫ, ଆଇଟିବିପି ଓ ରାଜ୍ୟ ସରକାରଙ୍କ ଟିମ ସମନ୍ବିତ ରେସ୍କ୍ୟୁ ଅପରେସନ ଜାରି ରଖିଛନ୍ତି । ଘଟଣାସ୍ଥଳରେ ଜିଲ୍ଲା ଅଧିକାରୀ ଓ ପୋଲିସ ଅଧୀକ୍ଷକ ମଧ୍ୟ ଉପସ୍ଥିତ ରହି ପ୍ରତ୍ୟେକ୍ଷ ତତ୍ତ୍ବାବଧାନ କରୁଛନ୍ତି ।

ସୂଚନା ଅନୁସାରେ, ଗତକାଲି ଭୋର ପ୍ରାୟ 5.30 ମିନିଟରେ ୟମୁନେତ୍ରୀ ହାଇଓ୍ବେରେ ନିର୍ମାଣାଧୀନ ଏହି ଟନେଲଟି ଭୁଶୁଡି ପଡିଥିଲା । ଏହା ଖୋଳା ଚାଲିଥିବା ବେଳେ ଏହା ମଧ୍ୟରେ ଶ୍ରମିକମାନେ କାର୍ଯ୍ୟରତ ଥିଲେ । ମାଟି ଅତଡା ଧସି ଟନେଲର ପ୍ରାୟ 230 ମିଟର ପର୍ଯ୍ୟନ୍ତ ପୋତି ହୋଇପଡିଥିଲା । କାର୍ଯ୍ୟରତ ଶ୍ରମିକମାନେ ମାଟି ଅତଡା ତଳେ ପୋତି ହୋଇରହିଥିବା ସନ୍ଦେହ କରାଯାଉଛି । ଉଦ୍ଧାର କାର୍ଯ୍ୟରେ NDRF, SDRF, ITBP ଯବାନ ନିୟୋଜିତ ଅଛନ୍ତି । ଟନେଲ ମଧ୍ୟରୁ ମାଟି ଅତଡା ଓ ଆବର୍ଜନା ହଟାଇବା ପାଇଁ ଏକାଧିକ ବୁଲଡୋଜର ସହ ଅନ୍ୟାନ୍ୟ ମେସିନର ବ୍ୟବହାର କରାଯାଉଛି ।

ଏହା ମଧ୍ୟ ପଢନ୍ତୁ :-ଭୁଶୁଡିଲା ନିର୍ମାଣଧୀନ ଟନେଲ; ୩୬ରୁ ଅଧିକ ଶ୍ରମିକ ଫସିଥିବା ଆଶଙ୍କା

ରାଜ୍ୟ ଜରୁରୀ ବିଭାଗରେ କାର୍ଯ୍ୟରତ ଥିବା ଅଧିକାରୀଙ୍କ ଛୁଟି ବାତିଲ କରାଯାଇଛି । ସ୍ଥାନୀୟ ଜିଲ୍ଲାଧିକାରୀ ମଧ୍ୟ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ନିଜେ ରେସ୍କ୍ୟୁ ଟିମ୍‌ ସହ ନିୟମିତ ଯୋଗାଯୋଗରେ ରହି ଉଦ୍ଧାର ଅପରେସନକୁ ତଦାରଖ କରୁଛନ୍ତି । ମେଡିକାଲ ଟିମ ମଧ୍ୟ ପୁରା ପ୍ରସ୍ତୁତ ହୋଇ ରହିଛି । ଉଦ୍ଧାର ପରେ ଆହତଙ୍କୁ ହସ୍ପିଟାଲରେ ପହଞ୍ଚାଇବା ପାଇଁ ଏକାଧିକ ଆମ୍ବୁଲାନ୍ସ ପ୍ରସ୍ତୁତ କରି ରଖାଯାଇଛି । ହସ୍ପିଟାଲରେ ଡାକ୍ତରୀ ଟିମ ମଧ୍ୟ ପ୍ରସ୍ତୁତ ରହିଛନ୍ତି । ରାତିରେ ମଧ୍ୟ ଉଦ୍ଧାର ଅପରେସନ ଜାରି ରହିବ । ସେଥିପାଇଁ ସମସ୍ତ ବ୍ୟବସ୍ଥା ଗ୍ରହଣ କରୁଛି ଉଦ୍ଧାରକାରୀ ଟିମ୍‌ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 13, 2023, 6:34 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.