ETV Bharat / bharat

ଇଡେନଗାର୍ଡେନରୁ ଓଡ଼ିଆ ଯୁବକଙ୍କ ମୃତଦେହ ଉଦ୍ଧାର

author img

By ETV Bharat Odisha Team

Published : Dec 18, 2023, 12:25 PM IST

Odia Youth Dies in Eden Gardens: କୋଲକାତାର ଇଡେନ ଗାର୍ଡେନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାମ ନମିଳିବାରୁ ଜୀବନ ହାରିଥିବା ସନ୍ଦେହ କରାଯାଉଛି । ଅଧିକ ପଢ଼ନ୍ତୁ

body of cab workers son recovered
body of cab workers son recovered

କୋଲକାତା: କୋଲକାତାର ଇଡେନ୍‌ଗାର୍ଡେନରୁ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର । କାମ ନମିଳିବାରୁ ମାନସିକ ଚାପରେ ଜୀବନ ହାରିଥିବା ଜଣାପଡ଼ିଛି । ତେବେ ମୃତକ ଜଣକ ହେଲେ ଓଡ଼ିଶା ଭଦ୍ରକ ଜିଲ୍ଲାର ଧନଞ୍ଜୟ ବାରିକ ।

ସୂଚନା ମୁତାବକ, ଧନଞ୍ଜୟଙ୍କ ବାପା ଗଣେଶ ଚନ୍ଦ୍ର ବାରିକ ଏବଂ ତାଙ୍କ ମାମୁଁ ଇଡେନ ଗାର୍ଡେନରେ ମାଳି କାମ କରୁଥିଲେ । ତେଣୁ ସେ ତାଙ୍କ ପିତା ଏବଂ ମାମୁଁଙ୍କ ପରି ମାଳି ଭାବରେ କାମ ଖୋଜିବା ପାଇଁ କୋଲକାତା ଆସିଥିଲେ । ଏନେଇ ସେ ଇଡେନଗାର୍ଡେନ୍‌ର ଷ୍ଟାଫ୍ କ୍ୱାର୍ଟରରେ ରହୁଥିଲେ । ହେଲେ କାମ ନପାଇ ମାନସିକ ଚାପରୁ ଧନଞ୍ଜୟଙ୍କ ଆତ୍ମହତ୍ୟା ଜନିତ ମୃତ୍ୟୁ ହୋଇଛି । ମଇଦାନ ପୋଲିସ ଏହି ଘଟଣାର ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି । ଅନ୍ୟପଟେ ପୋଲିସ ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଡାକ୍ତରଖାନାକୁ ପଠାଇଛି । ତେବେ ମୃତ୍ୟୁର ପ୍ରକୃତ କାରଣ ମୃତଦେହ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡ଼ିବ ।

ଏନେଇ ସିଏବିର ଯୁଗ୍ମ ସଚିବ ଦେବବ୍ରତ ଦାଶ କହିଛନ୍ତି, "ଏହି ଖବର ଦୁଃଖଦାୟକ ଅଟେ । ଇଡେନରେ ଏପରି ଘଟଣା ଘଟିବା କଳ୍ପନା ଯୋଗ୍ୟ ନୁହେଁ। ଯୁବକ ଜଣକ ଗତ କିଛି ଦିନ ହେବ ଏଠାକୁ ଆସିଥିଲେ । ତାଙ୍କ ପରିବାର ଏଠାରେ ମାଳି ଭାବରେ କାମ କରୁଥିବାରୁ ସେ ମଧ୍ୟ ଏଠାରୁ କାମ ଖୋଜିବାକୁ ଆସିଥିଲେ । ତେଣୁ ଏଭଳି ପରିସ୍ଥିତିରେ ଆମେ କିପରି ଜାଣିବୁ କ’ଣ ହେବ । ପୋଲିସ ତଦନ୍ତ ଆରମ୍ଭ କରିଛି ।"

ଏହା ମଧ୍ୟ ପଢନ୍ତୁ- ଭଡା ଘରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଏହା ମଧ୍ୟ ପଢନ୍ତୁ- ବୃଦ୍ଧଙ୍କ ସନ୍ଦେହଜନକ ମୃତଦେହ ଉଦ୍ଧାର, ପୋଲିସର ତଦନ୍ତ ଜାରି

ଏହି ଅଞ୍ଚଳରେ ଏପରି ଘଟଣା ପୂର୍ବରୁ କେବେ ବି ଘଟି ନ ଥିଲା । ଇଡେନ ଗାର୍ଡେନ୍‌ର ଏକ ବ୍ଲକ୍‌ରେ ଝୁଲନ୍ତା ମୃତଦେହ ଦେଖି ଖେଳିବାକୁ ଆସିଥିବା କ୍ରିକେଟରଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ଇଡେନଗାର୍ଡେନ୍‌ ଟାଉନ୍‌ କ୍ଲବ ମାଲିକ ତଥା CAB ଯୁଗ୍ମ ସଚିବ ଦେବବ୍ରତ ଦାସ ସେତେବେଳେ ଉପସ୍ଥିତ ଥିବା ବେଳେ ସେ ଘଟଣାସ୍ଥଳରେ ପହଞ୍ଚି ପୋଲିସକୁ ଓ ମୃତକଙ୍କ ପରିବାର ବର୍ଗକୁ ଖବର ଦେଇଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.