ନାଳନ୍ଦା: ବିହାରସ୍ଥିତ ରାଜଗିର ସିଆରପିଏଫ୍ କ୍ୟାମ୍ପରେ ଓଡିଆ ଯବାନଙ୍କର ମୃତ୍ୟୁ । ମୃତ ଯବାନ ହେଉଛନ୍ତି ଅନୀଲ ରଞ୍ଜନ (୩୫) । ତାଙ୍କ ଘର ପୁରୀ ଜିଲ୍ଲାରେ ହୋଇଥିବା ବେଳେ ସେ ଏହି କ୍ୟାମ୍ପରେ କନଷ୍ଟେବଳ ଭାବରେ କାର୍ଯ୍ୟ କରୁଥିଲେ ।
ତେବେ ସେ ଆଜି ସକାଳେ କ୍ୟାମ୍ପରେ କାମ କରୁଥିବା ବେଳେ ହଠାତ୍ ଅସୁସ୍ଥ ହୋଇଥିଲେ । ଏହାପରେ ଅନ୍ୟ ଯବାନ ତାଙ୍କୁ ନେଇ କ୍ୟାମ୍ପରେ ଥିବା ହସ୍ପିଟାଲରେ ଭର୍ତ୍ତି କରିଥିଲେ । ମାତ୍ର ତାଙ୍କର ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟ ହୋଇଥିବା କଥା କ୍ୟାମ୍ପର ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।
ଅନ୍ୟପଟେ ଅନୀଲଙ୍କ ଅକାଳ ମୃତ୍ୟୁରେ ପୂରା କ୍ୟାମ୍ପରେ ଶୋକର ଛାୟା ଖେଳିଯାଇଛି । ଏପଟେ ରାଜଗିର ଥାନା ଅଧିକାରୀ ଦୀପକ କୁମାର କହିଛନ୍ତି, ମୃତ୍ୟୁର ପ୍ରକୃତ କାରଣ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଜଣାପଡିବ । ଏଥିସହ ମୃତ ଯବାନ ଅନୀଲଙ୍କ ମୃତଦେହକୁ ରାଜଗିର ସଦର ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠା ଯାଇଥିବା ରାଜଗିର ଥାନା ଅଧିକାରୀ କହିଛନ୍ତି
।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ