ETV Bharat / bharat

ସୋସିଆଲ ମିଡିଆରେ PM ମୋଦି ଓ ମୋହନ ଭଗବତଙ୍କ ଆପତ୍ତିଜନକ ଫଟୋ ଭାଇରାଲ ଅଭିଯୋଗ - ମୋଦି ମୋହନ ଭାଗବତ ଭାଇରାଲ ଫଟୋ ନ୍ୟୁଜ

ଉତ୍ତରପ୍ରଦେଶର ଜଣେ ଯୁବକ ହିନ୍ଦୁ ଦେବାଦେବୀ ଥିବା ଏକ ଫଟୋରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ RSS ମୁଖ୍ୟ ମୋହନ ଭଗବତଙ୍କ ଆପତ୍ତିଜନକ ଫଟୋ ସେୟାର ହୋଇଥିବା ଅଭିଯୋଗ କରିଛନ୍ତି । ଅଧିକ ପଢନ୍ତୁ

'Objectionable' pictures of PM Modi, RSS chief posted on social media: Advocate
ପ୍ରଧାନମନ୍ତ୍ରୀ ମୋଦି ଓ ମୋହନ ଭଗବତଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଥାନାରେ ଅଭିଯୋଗ
author img

By

Published : Apr 10, 2022, 5:30 PM IST

ଲକ୍ଷ୍ନୌ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ଆରଏସଏସ(RSS) ମୁଖ୍ୟ ମୋହନ ଭଗବତଙ୍କ ଆପତ୍ତିଜନକ ଫଟୋ ପୋଷ୍ଟ କରିବାର ଏକ ମାମଲା ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଏହି ଚିତ୍ରଗୁଡ଼ିକ ବିଜୟନ୍ଦର କୁମାର ଯାଦବ ନାମକ ଜଣେ ବ୍ୟକ୍ତିଙ୍କ ଫେସବୁକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି । ହିନ୍ଦୁ ଦେବାଦେବୀ ଥିବା ଏକ ଫଟୋରେ ଅଭିଯୁକ୍ତ ପିଏମ ମୋଦିଙ୍କ ସହ ମୋହନ ଭଗବତଙ୍କ ଆପତ୍ତିଜନକ ଚିତ୍ର ପୋଷ୍ଟ କରିଛନ୍ତି । ଅନିରୁଦ୍ଧ ଜୟସ୍ବାଲ ନାମକ ଜଣେ ଓକିଲ ଉକ୍ତ ଯୁବକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି । ଏହି ଚିତ୍ରଗୁଡ଼ିକ ଭାଇରାଲ ହେବା କାରଣରୁ ଲୋକଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

'Objectionable' pictures of PM Modi, RSS chief posted on social media: Advocate
ମୋଦି ଏବଂ ମୋହନ ଭଗବତଙ୍କ ଆପତ୍ତିଜନକ ଫଟୋ ଭାଇରାଲ, ଥାନାରେ ମାମଲା

ଏହି ମାମଲା କାନପୁରର ଜୁହି ପୋଲିସ୍ ଷ୍ଟେସନ ଅଞ୍ଚଳର । ଅନିରୁଦ୍ଧ ଜୟସ୍ବାଲ ନାମକ ଜଣେ ଓକିଲ ପୋଲିସ ଷ୍ଟେସନରେ ପହଞ୍ଚି ଅଭିଯୁକ୍ତ ଯୁବକଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଚେଷ୍ଟା କରିଥିଲେ । ତେବେ ପୋଲିସ ଉକ୍ତ ମାମଲାକୁ ଜାଣି ନଥିଲା କିମ୍ବା ଅଭିଯୋଗ ପଞ୍ଜିକରଣ କରିନଥିଲା । ଏନେଇ ଅନିରୁଦ୍ଧ କହିଛନ୍ତି ଯେ, ସେ ନିଜର ଫେସବୁକ ଦେଖୁଥିବା ସମୟରେ ବିଜେନ୍ଦ୍ର କୁମାର ଯାଦବ ନାମକ ଜଣେ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ସହ ନରେନ୍ଦ୍ର ମୋଦି ଏବଂ RSS ମୁଖ୍ୟ ମୋହନ ଭଗବତଙ୍କ ଆପତ୍ତିଜନକ ଫଟୋ ଦେଖିଥିଲେ ।

ଏହା ଦେଖିବା ପରେ ସେ ମାବାଇଲରୁ ଏକ ସ୍କ୍ରିନସଟ ନେଇ ଜୁହି ପୋଲିସ ଷ୍ଟେସନରେ ପହଞ୍ଚିଥିଲେ । କିନ୍ତୁ ଥାନା ଅଧିକାରୀ ମାମଲା ରୁଜୁ ନକରି ଆଇଟି ସେଲରେ ଅଭିଯୋଗ କରିବାକୁ କହିଥିଲେ । ଓକିଲ ଅନିରୁଦ୍ଧ ଜୁହି ଥାନାର ଅଧିକାରୀଙ୍କ ସହ କଥା ହୋଇଥିଲେ ମଧ୍ୟ ସେ କୌଣସିପ୍ରକାର ସହଯୋଗ ନକରି ଏକ ଘଣ୍ଟା ଅପେକ୍ଷା କରିବାକୁ କହିଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏ ନେଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇନାହିଁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.