ନୂଆଦିଲ୍ଲୀ: ଆଜି ଲୋକସଭାରେ ଆଗତ ହେବ ‘ଓବିସି ବିଲ’ । ଏଥିପାଇଁ ସମସ୍ତ ଦଳ ଦଳୀୟ ସାଂସଦଙ୍କ ପାଇଁ ଜାରି କଲେ ହ୍ବିପ । ଆଉ ବଡ କଥା ହେଉଛି ବିଲକୁ ସମର୍ଥନ ପାଇଁ ବିରୋଧୀ ବି ସମର୍ଥନ ଦେଇଛନ୍ତି । ଯାହା ସରକାରଙ୍କୁ ଆଶ୍ବସ୍ତି କରିଛି । ତେବେ ୧୧ ଓ ୧୨ ତାରିଖ ପାଇଁ ବିଜେପି ରାଜ୍ୟସଭା ସାଂସଦଙ୍କ ପାଇଁ ହ୍ବିପ ଜାରି କରିଛି ।
ଲୋକସଭାରେ ବିଲ ଆଗତ...
ଲୋକସଭାରେ ସରକାର ପଛୁଆ ବର୍ଗ (ଓବିସି) ଙ୍କ ପାଇଁ ଉଦିଷ୍ଟ ବିଲ ୧୨୭ ତମ ସମ୍ବିଧାନ ସଂଶୋଧନ ବିଲ୨୦୨୧ କୁ ଆଗତ କରିଛନ୍ତି । ବିଲ ଗୃହିତ ହେବାପରେ ରାଜ୍ୟ ସରକାର ମାନେ ଓବିସିଙ୍କ ପାଇଁ ସ୍ବତନ୍ତ୍ର ନିଷ୍ପତ୍ତି ନେଇ ପାରିବେ । ସେମାନଙ୍କର ସର୍ଭେ, ଜନ ଗଣନା, ସଂରକ୍ଷଣ ମଧ୍ୟ କରିପାରିବେ । ଏହା ସହ ନିଜ ନିଜ ରାଜ୍ୟର ଓବିସି ତାଳିକା ପ୍ରସ୍ତୁତ କରିପାରିବେ । ଲୋକସଭାରେ ବିଲକୁ ସାମାଜିକ ନ୍ୟାୟ ସଶକ୍ତିକରଣ ମନ୍ତ୍ରୀ ଡ. ବିରେନ୍ଦ୍ର କୁମାର ବିଲକୁ ଆଗତ କରିଛନ୍ତି ଗତକାଲି(ସୋମବାର) ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ