ETV Bharat / bharat

ହିନ୍ଦୁ ମୁସଲିମ ଭାଇଚାରାର ଝଲକ: ୨୨ ବର୍ଷ ଧରି କାଉଡ଼ିଆଙ୍କ ସେବା କରୁଛନ୍ତି ୟାମିନ

ହରିୟାଣା ନୁହ ଜିଲ୍ଲାର ମୁସଲିମ ଧର୍ମାବଲମ୍ବୀ ଡାକ୍ତର କାଉଡ଼ିଆକୁ ଯୋଗାଉଛନ୍ତି ସେବା । ସେ ୨୨ ବର୍ଷ ଧରି ଏହି ସେବା ଜାରି ରଖିଛନ୍ତି । ଅଧିକ ପଢନ୍ତୁ

ନୁହରେ ହିନ୍ଦୁ ମୁସଲିମ ଭାଇଚାରାର ଝଲକ: ୨୨ ବର୍ଷ ଧରି କାଉଡ଼ିଆଙ୍କ ସେବା କରୁଛନ୍ତି ୟାମିନ

author img

By

Published : Jul 25, 2022, 10:56 PM IST

ଚଣ୍ଡିଗଡ଼: ଗତ ୨୨ ବର୍ଷ ଧରି ସେ କାଉଡ଼ିଆଙ୍କୁ ସ୍ବାସ୍ଥ୍ୟସେବା ଯୋଗାଉଛନ୍ତି । ତାଙ୍କ ଆକ୍ୟୁପ୍ରେସର ଥେରାପିଷ୍ଟର ସେବା ନେବା ପରେ ତାଙ୍କ ହାତରେ ଯାଦୁ ଅଛି ବୋଲି କୁହନ୍ତି ଭକ୍ତ । ହରିୟାଣା ନୁହ ଜିଲ୍ଲାର ମୁସଲିମ ଧର୍ମାବଲମ୍ବୀ ୟାମିନ୍ ପେଶେ ଭକ୍ତଙ୍କୁ ଏହି ସେବା ଯୋଗାଇ ଆସୁଛନ୍ତି । ଏବେ ଶ୍ରାବଣ ମାସ ଚାଲିଥିବା ବେଳେ ସେ ପୁଣି ତାଙ୍କ ସେବା ଆରମ୍ଭ କରିଛନ୍ତି ।

ନୁହରେ ହିନ୍ଦୁ ମୁସଲିମ ଭାଇଚାରାର ଝଲକ: ୨୨ ବର୍ଷ ଧରି କାଉଡ଼ିଆଙ୍କ ସେବା କରୁଛନ୍ତି ୟାମିନ

ଆକ୍ୟୁପ୍ରେସର ଥେରାପିରେ କରନ୍ତି ସେବା:-

ୟାମିନ୍ ବୃତ୍ତି ଅନୁଯାୟୀ ଏକ ଆକ୍ୟୁପ୍ରେସର ଥେରାପିଷ୍ଟ । ଏହି ଚିକିତ୍ସା ଦ୍ବାରା ସେ କାଉଡିଆ ମାନଙ୍କୁ ଯନ୍ତ୍ରଣାରୁ ମୁକ୍ତି ଦିଅନ୍ତି । ସେ ୨୦୦୧ ମସିହାରେ ସ୍ବାସ୍ଥ୍ୟ ବିଭାଗରେ ନିଯୁକ୍ତ ହୋଇଥିଲେ ଏବଂ ୨୦୧୯ ପର୍ଯ୍ୟନ୍ତ ଏହି ପରି କାଉଡ଼ିଆଙ୍କ ସେବା ଜାରି ରଖିଛନ୍ତି । ବର୍ତ୍ତମାନ ସେ ଅବସରପ୍ରାପ୍ତ କିନ୍ତୁ କାଉଡ଼ିଆଙ୍କ ସେବା କରି ଆତ୍ମାସନ୍ତୋଷ ପାଉଥିବା କହିଛନ୍ତି ।

ୟାମିନଙ୍କ ହାତରେ ରହିଛି ଯାଦୁ:-

ନୁହ ନିକଟ ମଣ୍ଡିରେ ଅନୁଷ୍ଠିତ କାଉଡ଼ିଆ କ୍ୟାମ୍ପରେ ସେ ଏହି ସେବା ଯୋଗାଉଛନ୍ତି । କାଉଡ଼ିଆଙ୍କ ପାଦରେ ଆସୁଥିବା ଥକ୍କାପଣରୁ ମୁକ୍ତି ପାଇଁ ସେ ଏହି ସେବା କରିଥାନ୍ତି । କାଉଡ଼ିଆମାନେ ଚାଲିବା ଦ୍ବାରା ସେମାନଙ୍କ ପାଦର ସ୍ନାୟୁଗୁଡ଼ିକ ଟାଣି ହୋଇଯାଏ । ଏଭଳି ସ୍ଥିତିରେ ୟାମିନଙ୍କ ହାତର ଯାଦୁ ସେମାନଙ୍କ ଯନ୍ତ୍ରଣା ଦୂର କରିଥାଏ । ପ୍ରତିଦିନ ପ୍ରାୟ ୧ ହଜାର କାଉଡ଼ିଆ ଏଠାକୁ ଆସିଥାନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଯନ୍ତ୍ରଣାରୁ ଆରାମ ପାଇଥାନ୍ତି । ପାଦ, ଆଣ୍ଠୁ, କାନ୍ଧ କିମ୍ବା ପିଠି ଯନ୍ତ୍ରଣାରୁ ୟାମିନ୍ ଆରାମ ଦେଇଥାନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.