ETV Bharat / bharat

ଟେକ୍ନୋଲୋଜି ଇକୋସିଷ୍ଟମ ବୃଦ୍ଧି ଉପରେ ଗୁରୁତ୍ବ, ଆମେରିକା ସହ ଭାରତର ବୁଝାମଣା ପତ୍ର ସ୍ବାକ୍ଷରିତ

author img

By

Published : Feb 2, 2023, 6:46 PM IST

ଆମେରିକାର ବୈଦେଶିକ ମନ୍ତ୍ରୀ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଲେ ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ । ବିଶ୍ବସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା । ଅଧିକ ପଢନ୍ତୁ

ବିଶ୍ବସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗକୁ ଗୁରୁତ୍ବ

ନୂଆଦିଲ୍ଲୀ: ଆମେରିକା ସହ ଭାରତ ‘ଇନିସିଏଟିଭ ଅନ କ୍ରିଟିକାଲ ଇଇମଜିଂଗ ଟେକ୍ନୋଲୋଜି’ ବା ଆଇସିଇଟି ବୁଝାମଣା ସ୍ବାକ୍ଷର କରିଛି । ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନଙ୍କୁ ଭେଟିଛନ୍ତି । ଉଭୟଙ୍କ ମଧ୍ୟରେ ବିଶ୍ବସ୍ତରୀୟ ଏବଂ ଆଞ୍ଚଳିକ ପ୍ରସଙ୍ଗଗୁଡ଼ିକ ଉପରେ ବିସ୍ତୃତ ଆଲୋଚନା ହୋଇଥିଲା । ଏହି ସମୟରେ ଦ୍ବିପାକ୍ଷିକ ରଣନୀତିକ ଭାଗିଦାରୀକୁ ସୁଦୃଢ଼ କରିବାକୁ ଉଭୟ ପ୍ରତିବଦ୍ଧତା ପ୍ରକାଶ କରିଥିଲେ । ବ୍ଲିଙ୍କେନ ପୂର୍ବରୁ ଇସ୍ରାଏଲ ଏବଂ ଇଜିପ୍ଟ ସମେତ ପଶ୍ଚିମ ଏସିଆ ଗସ୍ତରେ ଥିଲେ । ସେ ଆମେରିକା ଫେରିବା ମାତ୍ରେ ତୁରନ୍ତ ଡୋଭାଲଙ୍କୁ ଭେଟିଥିଲେ । ବୈଠକ ପରେ ବ୍ଲିଙ୍କେନ କରି କହିଛନ୍ତି ଯେ ବିଶ୍ବର ଆହ୍ବାନର ମୁକାବିଲା ପାଇଁ ଆମେରିକା ଭାରତ ସହିତ ସହଯୋଗ ବୃଦ୍ଧି କରୁଛି । ଭାରତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲଙ୍କ ସହ ମୋର ବୈଠକ ହୋଇଛି ।

ଡୋଭାଲ ଆମେରିକାରେ ଏକ ଉଚ୍ଚ ସ୍ତରୀୟ ଭାରତୀୟ ପ୍ରତିନିଧୀଙ୍କ ପ୍ରତିନିଧିତ୍ବ କରୁଛନ୍ତି । ମଙ୍ଗଳବାର ଆମେରିକୀୟ ପ୍ରତିପକ୍ଷ ଜ୍ୟାକ ସଲିଭାନଙ୍କୁ ମଧ୍ୟ ଭେଟିଥିଲେ ଡୋଭାଲ । ଏହା ସଲିଭାନ ନିଜ ନିଜ ପ୍ରତିନିଧୀଙ୍କ ସହ ହ୍ବାଇଟ ହାଉସରେ ଇନିସିଏଟିଭ ଫର୍‌ କ୍ରିଟିକାଲ ଆଣ୍ଡ ଏମର୍ଜିଂ ଟେକ୍ନୋଲୋଜିର ପ୍ରଥମ ଉଚ୍ଚ ସ୍ତରୀୟ ବୈଠକ କରିଥିଲେ । ଭାରତୀୟ ସୁରକ୍ଷା ପରାର୍ମଶଦାତା ଅଜିତ ଡୋଭାଲ ୱାଶିଂଟନରେ ଆମରିକାର ଏନଏସଏନ ଜ୍ୟାକ୍ ସଲିଭାନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ । ଏହି ବୁଝାମଣା ମାଧ୍ୟମରେ ଚୀନର ସେମିକଣ୍ଡକ୍ଟର୍ସ, ଆଟିଫିସିଆଲ ଇଟେଂଲିଜେନ୍ସର ମୁକାବିଲା କରିହେବ । ଭାରତ ସହ ଏହି ବୁଝାମଣା କରି ଆମେରିକା ସୁରକ୍ଷିତ ଟେକ୍ନୋଲୋଜି ଇକୋସିଷ୍ଟମ ବୃଦ୍ଧି ଉପରେ ଗୁରୁତ୍ବ ଦେଉଛି । ଯାହା ଉଭୟ ଭାରତ ଓ ଆମେରିକା ପାଇଁ ଗେମଚେଂଜର ସାବ୍ୟସ୍ତ ହେବ । ଏଥିସହ ଏହି ବୁଝାମଣା ଆଗକୁ ଶକ୍ତିଶାଳୀ ଚୀନର ସବୁ ପ୍ରକାର ଚାଲ୍‌ର ମାତ ଦେଇପାରିବ ।

ଉଭୟଙ୍କ ସାକ୍ଷାତ ସମ୍ପର୍କରେ ଭାରତୀୟ ଦୂତାବାସ ପକ୍ଷରୁ ମଧ୍ୟ ଏକ ଟୁଇଟ କରାଯାଇଛି । ଏଥିରେ କୁହାଯାଇଛି ଯେ ପାରସ୍ପରିକ ସ୍ବାର୍ଥର ବିଭିନ୍ନ ବିଶ୍ବ ତଥା ଆଞ୍ଚଳିକ ପ୍ରସଙ୍ଗରେ ଉଭୟ ପକ୍ଷ ମତ ବିନିମୟ କରିଥିଲେ ଏବଂ ଭାରତ-ଆମେରିକା କିପରି ବିସ୍ତୃତ ଗ୍ଲୋବାଲ ଷ୍ଟ୍ରାଟେଜିକ ପାର୍ଟନରସିପକୁ ଆହୁରି ମଜଭୁତ କରିପାରିବ ସେନେଇ ଆଲୋଚନା କରାଯାଇଥିଲା । ତେବେ ଏହି ସମ୍ମିଳନୀରେ ଯୋଗ ଦେବା ପାଇଁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ୩୦ ଜାନୁଆରୀରେ ଆମେରିକାରେ ପହଞ୍ଚିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.