ETV Bharat / bharat

ଫଳ ବାକ୍ସରୁ ବାହାରିଲା ନୋଟ୍‌ କ୍ଲିପିଂ , ତାଜୁବ ବ୍ୟବସାୟୀ - ହିମାଚଳ ପ୍ରଦେଶରେ ମିଳିଲା ନୋଟ କଟିଙ୍ଗ

ଡାଳିମ୍ବ ପେଟିରୁ ବାହାରିଲା ଗଦା ଗଦା ଚିରା ନୋଟ । ହିମାଚଳ ପ୍ରଦେଶରେ ବିକ୍ରି ପାଇଁ ଆସିଥିବା ଡାଳିମ୍ବ ପେଟିରୁ ବାହାରି ଥିଲା ଚିରା ନୋଟ । ପେଟି ଖୋଲିବା ପରେ ବେପାରୀ ବିପୁଳ ପରିମାଣରେ ଚିରା ନୋଟ ଦେଖି ତାଜୁବ ହୋଇଯାଇଥିଲେ । ଅଧିକ ପଢନ୍ତୁ

ଫଳ ବାକ୍ସରୁ ବାହାରିଲା ଗଦା ଗଦା ଚିରା ନୋଟ, ତାଜୁବ ବ୍ୟବସାୟୀ

author img

By

Published : Sep 12, 2022, 10:21 PM IST

Updated : Sep 12, 2022, 11:10 PM IST

ସିମଲା: ହିମାଚଳ ପ୍ରଦେଶର ସୋଲନ ଅଞ୍ଚଳରେ ଏକ ବିସ୍ମୟକର ଘଟଣା ଘଟିଛି । ଡାଳିମ୍ବ ବିକ୍ରି ପାଇଁ ଆସିଥିବା ପେଟିରୁ ବାହାରିଛି ନୋଟ୍‌ର ଅବଶିଷ୍ଟାଂଶ ବା ନୋଟ୍‌ କ୍ଲିପିଂ (Indian currency clipping found in fruit box) । ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟ୍‌ ବା ଟଙ୍କାର ଅବଶିଷ୍ଟାଂଶ ବା ନୋଟ୍‌ କ୍ଲିପିଂ ପେଟିରେ ରହିଥିବା ଦେଖି ବ୍ୟବସାୟୀ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ତେବେ ନୋଟ ତିଆରି ବେଳେ ଏହାର ବଳକା କଟା ଅଂଶ ବା ନୋଟ୍‌ କ୍ଲିପିଂକୁ ଏଥିରେ ଭର୍ତ୍ତି କରାଯାଇଥିବା ସ୍ଥାନୀୟ ଲୋକେ କହିଛନ୍ତି ।

ଫଳ ବାକ୍ସରୁ ବାହାରିଲା ଗଦା ଗଦା ଚିରା ନୋଟ, ତାଜୁବ ବ୍ୟବସାୟୀ

ସାଧାରଣତଃ ଅଙ୍ଗୁର, ସେଓ ଓ ଡାଳିମ୍ବକୁ ପେଟିରେ ପ୍ୟାକିଂ କରିବା ବେଳେ କଟା କାଗଜ ବା କାଗଜ କ୍ଲିପିଂ ବ୍ୟାବହାର କରାଯାଇଥାଏ । ଫଳରେ ପାଚିଲା ଫଳକୁ ସୁରକ୍ଷିତ ଭାବେ ପେଟିରେ ରଖାଯାଇ ପରିବହନ କରାଯାଇଥାଏ । ମାତ୍ର କଟା କାଗଜ ବଦଳରେ ବା ନୋଟ୍‌ କ୍ଲିପିଂ (Note clippings found in pomegranate boxes in Solan)ଭର୍ତ୍ତି କରାଯାଇଥିବା ଦେଖିବାକୁ ମିଳିଛି । ଫଳ ବିକ୍ରେତାଙ୍କ କହିବାନୁସାରେ କୁଲ୍ଲୁରୁ ଚଣ୍ଡିଗଡ଼କୁ ଡାଳିମ୍ବ ପେଟି ଆସିଥାଏ । ଏହାପରେ ଡାଳିମ୍ବ ପେଟି ଚଣ୍ଡିଗଡ଼ରୁ ସୋଲନ ଅଞ୍ଚଳକୁ ବିକ୍ରି ନିମନ୍ତେ ଆସିଥାଏ । ତେବେ ଚଣ୍ଡିଗଡ଼ରୁ ଆସିଥିବା ଡାଳିମ୍ବ ପେଟି ଖୋଲିବା ପରେ ପେଟିରେ ନୋଟ୍‌ ବା ଟଙ୍କାର ଅବଶିଷ୍ଟାଂଶ ବା ନୋଟ୍‌ କ୍ଲିପିଂ (Note Cuttings) ରହିଥିବା ଦେଖିବାକୁ ମିଳିଥିଲା ।

ଏହା ବି ପଢନ୍ତୁ- pleas challenging CAA: ଅକ୍ଟୋବରରେ 31ରେ ପରବର୍ତ୍ତୀ ଶୁଣାଣି, କେନ୍ଦ୍ରକୁ ରିପୋର୍ଟ ମାଗିଲେ ସୁପ୍ରିମକୋର୍ଟ

ମାତ୍ର ଏହି ନୋଟ କ୍ଲିପିଂ ଗୁ଼ଡିକ ଅସଲି କି ନକଲି ସେ ସମ୍ପର୍କରେ ଜଣାପଡ଼ିନାହିଁ (Note clippings found in Himachal Pradesh)) । ସୋଲନରେ ଦୀର୍ଘ ୧୦ ବର୍ଷ ଧରି ଫଳ ବିକ୍ରି କରୁଥିବା ବ୍ୟବସାୟୀ ମହମ୍ମଦ ଜାକିର ଏପରି ନୋଟ ଖଣ୍ଡ ମିଳିଥିବା ପ୍ରଥମ ଘଟଣା ବୋଲି କହିଛନ୍ତି । ୧୦୦, ୨୦୦ ଓ ୫୦୦ ଟଙ୍କିଆ ନୋଟର ଅବଶିଷ୍ଟାଂଶ ବା ନୋଟ୍‌ କ୍ଲିପିଂ ଥିବା ଦେଖାଯାଇଛି । ଏ ନେଇ ସୋଲନ ଏସପି ବିରେନ୍ଦ୍ର ଶର୍ମା କହିଛନ୍ତି, " ଯେଉଁ ବ୍ୟବସାୟୀଙ୍କଠୁ ଏପରି ନୋଟ କ୍ଲିପିଂ ମିଳିଛି ସେମାନଙ୍କୁ ପଚରା ଉଚୁରା କରାଯାଉଛି । ଫରେନ୍ସିକ ଟିମକୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଛି । ପୋଲିସ ଘଟଣାର ଯାଞ୍ଚ କରୁଛି ।"

ସୂଚନା ଥାଉ କି ହିମାଚଳପ୍ରଦେଶର କୁଲ୍ଲୁ ଜିଲ୍ଲାରେ ଏହି ସମୟରେ ଡାଳିମ୍ବ ମିଳିଥାଏ । ବ୍ୟବସାୟୀ ମାନେ ବାହାର ରାଜ୍ୟରୁ ଆସୁଥିବା ଡାଳିମ୍ବ ପେଟି ଗୁଡ଼ିକୁ ବିକ୍ରି ପାଇଁ ଆଣିଥାନ୍ତି । ଏହାପରେ ଏଠାରୁ ଚଣ୍ଡିଗଡ଼, ହରିୟାଣା, ଉତ୍ତରପ୍ରଦେଶ ଓ ଅନ୍ୟ ରାଜ୍ୟକୁ ମଧ୍ୟ ଏହି ଡାଳିମ୍ବ ସପ୍ଲାଏ ହୋଇଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 12, 2022, 11:10 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.