ETV Bharat / bharat

Norovirus infection: କେରଳରେ ପୁଣି ୨ ସ୍କୁଲ ଛାତ୍ର ନୋରୋ ଭାଇରସ ସଂକ୍ରମିତ - ନୋରୋ ଭାଇରସ

କେରଳରେ ନୋରୋ ଭାଇରସ ଆତଙ୍କ । ଏର୍ଣ୍ଣାକୁଲମ ଜିଲ୍ଲାରେ ପୁଣି ଦୁଇ ଜଣ ସ୍କୁଲ ଛାତ୍ର ସଂକ୍ରମିତ ଚିହ୍ନଟ । ଅଧିକ ପଢନ୍ତୁ

କେରଳରେ ସ୍କୁଲ ଛାତ୍ର ନୋରୋ ଭାଇରସ ସଂକ୍ରମିତ
କେରଳରେ ସ୍କୁଲ ଛାତ୍ର ନୋରୋ ଭାଇରସ ସଂକ୍ରମିତ
author img

By

Published : Jan 24, 2023, 8:41 AM IST

ଥିରୁଅନନ୍ତପୁରମ: କେରଳରେ କାୟା ମେଲାଉଛି ନୋରୋ ଭାଇରସ । ଏର୍ଣ୍ଣାକୁଲମ ଜିଲ୍ଲା କକ୍କାନଡର ଏକ ଘରୋଇ ସ୍କୁଲରେ ପୁଣି ଦୁଇଟି ନୋରୋ ଭାଇରସ୍ ମାମଲା ଚିହ୍ନଟ ହୋଇଛି । ଏଠାରେ ଦୁଇ ଜଣ ସ୍କୁଲ ଛାତ୍ର ଏହି ଭାଇରସରେ ସଂକ୍ରମିତ ଥିବା ସୂଚନା ମିଳିଛି । ସ୍କୁଲର ପ୍ରାୟ ୬୨ ଜଣ ଛାତ୍ରଛାତ୍ରୀଙ୍କ ଦେହରେ ସଂକ୍ରମଣର ଲକ୍ଷଣ ଦେଖାଯାଇଥିଲା । ଏଥିପାଇଁ ସମସ୍ତଙ୍କ ନମୂନା ସଂଗ୍ରହ କରାଯାଇ ରାଜ୍ୟ ପବ୍ଲିକ ଲ୍ୟାବକୁ ପଠାଯାଇଥିଲା । ସେଥିରୁ ଦୁଇ ଜଣଙ୍କ ନମୂନା ପଜିଟିଭ ଆସିଛି ।

ଏନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି, "ସଂକ୍ରମିତ ଚିହ୍ନଟ ହୋଇଥିବା ପିଲାଙ୍କ ସ୍ବାସ୍ଥ୍ୟାବସ୍ଥା ଏବେ ସ୍ଥିର ଅଛି । ଭୟ କରିବାର କିଛି ନାହିଁ । ନୋରୋ ଭାଇରସ୍ ଯୋଗୁଁ ପେଟରେ ଯନ୍ତ୍ରଣା ହେବା ସହ ବାନ୍ତି ଓ ଡାଇରିଆ ହୋଇଥାଏ । ଏହାସହ ତଳି ପେଟ ଯନ୍ତ୍ରଣା, ଜ୍ବର, ମୁଣ୍ଡ ବ୍ୟଥା, ଶରୀର ପୀଡା ଅନୁଭୂତ ହୋଇଥାଏ । ଏହି ଭାଇରସ୍ ସ୍ବାସ୍ଥ୍ୟବାନ ବ୍ୟକ୍ତିଙ୍କୁ କ୍ଷତି ପହଞ୍ଚାଇ ନଥାଏ । ବିଶେଷକରି ଏଥିରେ ବୟସ୍କ ଓ ପିଲାଙ୍କ ପ୍ରତି ଅଧିକ ବିପଦ ରହିଥାଏ ।"

ନୋରୋ ଭାଇରସ ଏକ ଜେନେଟିକ ସଂକ୍ରମଣ । ସଂକ୍ରମିତଙ୍କ ନିକଟ ସଂସ୍ପର୍ଶରେ ଆସିବା ଦ୍ବାରା ଏହା ବ୍ୟାପିଥାଏ । ସେହିପରି ବାନ୍ତି ଏବଂ ମଳ ସଂସ୍ପର୍ଶରେ ଆସିଲେ ମଧ୍ୟ ଜଣେ ସୁସ୍ଥ ବ୍ୟକ୍ତି ସଂକ୍ରମିତ ହୋଇଥାନ୍ତି । ଏହା ଦ୍ରୁତଗତିରେ ବ୍ୟାପୁଥିବା ଯୋଗୁଁ ଏଥିପାଇଁ ଅତି ସାବଧାନତା ଅବଲମ୍ବନ କରିବା ଜରୁରୀ । ନୋରୋ ଭାଇରସ ସଂକ୍ରମଣର ମୁଖ୍ୟ ଲକ୍ଷଣଗୁଡିକ ହେଲା ଡାଇରିଆ, ପେଟ ଯନ୍ତ୍ରଣା, ବାନ୍ତି, ଜ୍ବର, ମୁଣ୍ଡ ବିନ୍ଦା ଓ ଶରୀର ପୀଡା ।

ଡାକ୍ତରଙ୍କ ପରାମର୍ଶ ଅନୁଯାୟୀ, ସଂକ୍ରମିତ ରୋଗୀ ଘରେ ଆରାମ କରିବା ଜରୁରୀ । ଏହି ସମୟରେ ସେ ଓଆରଏସ୍ ପାଣି ଓ ଫୁଟା ପାଣି ପିଇବା ଉଚିତ୍ । ଯଦି ଅଧିକ ଝାଡାବାନ୍ତି ହୁଏ ତେବେ ତୁରନ୍ତ ଡାକ୍ତରଙ୍କ ନିକଟକୁ ଯିବା ଜରୁରୀ । ସେହିପରି ସୁସ୍ଥ ହେବାର ଦୁଇ ଦିନ ପରେ ମଧ୍ୟ ଏହି ଭାଇରସ୍ ବ୍ୟାପିପାରେ । ତେଣୁ ସଂକ୍ରମିତ ପୁରାପୁରି ଠିକ୍ ହେବାର ଦୁଇ ଦିନ ପରେ ହିଁ ଘରୁ ବାହାରିବା ଉଚିତ୍ ।

ସଂକ୍ରମଣରୁ ବର୍ତ୍ତିବା ପାଇଁ ବ୍ୟକ୍ତିଗତ ସ୍ବଚ୍ଛତା ନିହାତି ଦରକାର । ଶୌଚାଳୟ ଯିବା ପୂର୍ବରୁ ଏବଂ ପରେ ସାବୁନରେ ହାତ ଧୁଅନ୍ତୁ । ଖାଇବା ପୂର୍ବରୁ ପନିପରିବା ଓ ଫଳଗୁଡିକୁ ଭଲ ଭାବେ ସଫା କରିବା ସହ ଫୁଟା ଥଣ୍ଡା ପାଣି ପିଅନ୍ତୁ । ଅଧିକ ସମୟ ଯାଏଁ ଖୋଲାରେ ଥିବା ଖାଦ୍ୟଠାରୁ ଦୂରେଇ ରୁହନ୍ତୁ । ଏହାସହିତ ସାମୁଦ୍ରିକ ମାଛ ଖାଉଥିଲେ ଏହାକୁ ଭଲ ଭାବେ ରାନ୍ଧନ୍ତୁ । ବିଶେଷକରି ଯେଉଁମାନେ ପଶୁଙ୍କ ସହ ମିଶୁଛନ୍ତି ସେମାନେ ଅଧିକ ସାବଧାନତା ଅବଲମ୍ବନ କରିବା ଉଚିତ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.