ETV Bharat / bharat

ଟୀକାକରଣ ମୃତ୍ୟୁକୁ ନେଇ ସ୍ପଷ୍ଟୋକ୍ତି ଦେଲା ସ୍ବାସ୍ଥ୍ୟ ମନ୍ତ୍ରଣାଳୟ

ଟୀକାକରଣ ପରେ ମୃତ୍ୟୁକୁ ନେଇ ବଡ ବୟାନ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ । ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କର ଟୀକାକରଣ ସହିତ କୌଣସି ସମ୍ପର୍କ ନାହିଁ । ଅଧିକ ପଢନ୍ତୁ...

ଟୀକାକରଣ: ମୋଟ 9 ମୃତ, ଭ୍ୟାକ୍ସିନେସନ ସହ ନାହିଁ ମୃତ୍ୟୁର ସମ୍ପର୍କ

author img

By

Published : Jan 27, 2021, 9:26 PM IST

ନୂଆଦିଲ୍ଲୀ: ଦେଶରେ ଜାରି ରହିଛି କୋରୋନା ଟୀକାକରଣ ଅଭିଯାନ । ଏହାରି ମଧ୍ୟରେ ଟୀକାକରଣ ପରେ ଦେଶରେ କିଛି ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ମଧ୍ୟ ସାମ୍ନାକୁ ଆସୁଛି । ତେବେ ଟୀକାକରଣ ପରେ ମୃତ୍ୟୁକୁ ନେଇ ବଡ ବୟାନ ଦେଇଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ।

କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ଅତିରିକ୍ତ ସଚିବ ମନୋହର ଅଗ୍ନାନୀ ସୂଚନା ଅନୁଯାୟୀ ଟୀକାକରଣ ପରେ ବର୍ତ୍ତମାନସୁଦ୍ଧା ମୋଟ 16 ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ 9 ଜଣଙ୍କର ମୃତ୍ୟୁ ହୋଇଛି । ତେବେ ଯେଉଁମାନଙ୍କର ମୃତ୍ୟୁ ହୋଇଛି, ସେମାନଙ୍କର ଟୀକାକରଣ ସହିତ କୌଣସି ସମ୍ପର୍କ ନାହିଁ ।

ସେପଟେ ବୁଧବାରସୁଦ୍ଧା ଦେଶରେ 23,28,779 ଜଣଙ୍କର ଟୀକାକରଣ କରାଯାଇସାରିଲାଣି । ସେହିପରି ବୁଧବାର ଗୋଟିଏ ଦିନରେ 2,99,299 ଜଣଙ୍କର ଟୀକାକରଣ ହୋଇଥିବା ଅଗ୍ନାନି କହିଛନ୍ତି ।

କୋଭିଡ ଟିକା ନେବାର 5 ଦିନ ପରେ ରବିବାର ୱାରେଙ୍ଗଲର ଜଣେ ମହିଳା ସ୍ବାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ହୋଇଥିଲା । ତେବେ ପରେ ମୃତ୍ୟୁକୁ ନେଇ ଯାଞ୍ଚ ମଧ୍ୟ ହୋଇଛି । ପୂର୍ବରୁ ଉଭୟ ଡୋଜ ଟୀକାକରଣ ପରେ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟ ସାମାନ୍ୟ ପାର୍ଶ୍ବ ପ୍ରତିକ୍ରିୟା ପ୍ରକାଶ ନେଇ ଆଶଙ୍କା କରୁଥିଲା । କୋଭିସିଲ୍ଡ ଡୋଜର ଇଞ୍ଜେକ୍ସନ ଦେବା ସ୍ଥାନରେ କିଛି ଯନ୍ତ୍ରଣା ହୋଇପାରେ । ଯେପରିକି ମୁଣ୍ଡବିନ୍ଧା ଏବଂ ଥକ୍କାପଣ ହୋଇପାରେ ବୋଲି କୁହାଯାଇଛି । କୋଭାକ୍ସିନ ଡୋଜ ପରେ ମୁଣ୍ଡବିନ୍ଧା, ସାମାନ୍ୟ ଜ୍ବର, ଥକ୍କାପଣ, ସାମାନ୍ୟ ପେଟ ଯନ୍ତ୍ରଣା ଓ ବାନ୍ତି ହୋଇପାରେ ବୋଲି କହିଥିଲା ସ୍ବାସ୍ଥ୍ୟମନ୍ତ୍ରଣାଳୟ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.