ଡେରାଡୁନ: ବିଧାନସଭା ନିର୍ବାଚନ ନେଇ ସରଗରମ ଉତ୍ତରାଖଣ୍ଡ ରାଜନୀତି । ନିର୍ବାଚନରେ ପ୍ରତିଦ୍ବନ୍ଦିତା କରୁଥିବା ଦଳ ଗୁଡିକ ପ୍ରାର୍ଥୀ ତାଲିକା ଜାରି କରିବା ପରେ ନାମାଙ୍କନ ଦାଖଲ କରିଛନ୍ତି ଆଶାୟୀ ପ୍ରାର୍ଥୀ । ମୋଟ ୭୦ ବିଧାନସଭା ଆସନ ପାଇଁ ୭୫୫ ଜଣ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ଏନେଇ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସୂଚନା ପ୍ରଦାନ କରିଛି ।
ଗତକାଲି (ଶୁକ୍ରବାର) ନାମାଙ୍କନର ଶେଷ ଦିନ ଥିବାବେଳେ ୩୦୭ ଜଣ ପ୍ରାର୍ଥୀ ଓ ପୂର୍ବତନ ମୁଖ୍ୟମନ୍ତ୍ରୀ ହରିଶ ରାଓ୍ବତ ନାମାଙ୍କନ ଦାଖଲ କରିଥିଲେ । ଉତ୍ତରାଖଣ୍ଡର ଡେରାଡୁନରେ ସବୁଠାରୁ ଅଧିକ ୧୪୪ ଜଣ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିବାବେଳେ ଚମ୍ପାବତରେ ସବୁଠାରୁ କମ ସଂଖ୍ୟ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଛନ୍ତି । ୨୦୧୭ ବିଧାନସଭା ନିର୍ବାଚନରେ ରାଜ୍ୟରେ ୭୨୩ ପ୍ରାର୍ଥୀ ନାମାଙ୍କନ ଦାଖଲ କରିଥିଲେ ।
ଫେବୃୟାରୀ ୧୪ରେ ଗୋଟିଏ ପର୍ଯ୍ୟାୟରେ ୭୦ ଆସନ ପାଇଁ ଉତ୍ତରାଖଣ୍ଡରେ ଭୋଟ ଗ୍ରହଣ ହେବ ଏବଂ ମାର୍ଚ୍ଚ ୧୦ ତାରିଖ ଦିନ ଗଣତି କରାଯିବ ।
@ANI