ETV Bharat / bharat

BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର, ମହିଳାଙ୍କୁ କରିଥିଲେ ଦୁର୍ବ୍ୟବହାର - ବିଜେପି କର୍ମୀ ବୁଲିଲା ବୁଲଡୋଜର

ବିଜେପି କର୍ମୀ କହୁଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଘରେ ବୁଲିଛି ବୁଲଡୋଜର । ନୋଏଡା ପ୍ରଶାସନ ଜବରଦଖଲ ଉଚ୍ଛେଦ ନାମରେ ବୁଲଡୋଜର ଚଲାଇଛି । ଅଧିକ ପଢନ୍ତୁ

BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର
BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର
author img

By

Published : Aug 8, 2022, 2:30 PM IST

ଲକ୍ଷ୍ନୌ(ଉତ୍ତର ପ୍ରଦେଶଋ): ଭାରତୀୟ ଜନତା ପାର୍ଟି(BJP) କର୍ମୀ ବୋଲାଉଥିବା ଶ୍ରୀକାନ୍ତ ତ୍ୟାଗୀଙ୍କ ଘରେ ବୁଲଡୋଜର ବୁଲିଛି । ବେଆଇନ ଭାବରେ ନିର୍ମାଣ କୋଠା ଉପରେ ନୋଏଡା ପ୍ରଶାସନ ଜବରଦଖଲ ଉଚ୍ଛେଦ ନାମରେ ବୁଲଡୋଜର ଚଲାଇଛି । ବିଜେପି ନେତାଙ୍କ ଓଏମଏକ୍ସ ସୋସାଇଟିରେ ଏହି ଉଚ୍ଛେଦ ହୋଇଛି । ତିନି ଦିନ ପୂର୍ବରୁ ଜଣେ ମହିଳାଙ୍କୁ ଗଛ ଲଗାଇବା ନେଇ ଦୁର୍ବ୍ୟବହାର କରିବା ସହ ଗାଳି ଗୁଲଜ କରିଥିଲେ ।

BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର
BJP କର୍ମୀଙ୍କ ଘରେ ବୁଲିଲା ବୁଲଡୋଜର

ପ୍ରଶାସନର ଏକ ଟିମ ଏବଂ ପୋଲିସ ବୁଲଡୋଜର ସହ ଶ୍ରୀକାନ୍ତ ତ୍ୟାଗୀଙ୍କ ବାସଭବନରେ ପହଞ୍ଚିଥିଲା । ଏହାପରେ ତାଙ୍କ ସୋସାଇଟିର ସମସ୍ତ ବାସିନ୍ଦା ଖୁସି ମନାଇ ପରସ୍ପରକୁ ମିଠା ଖୁଆଇଥିବା ଦେଖିବାକୁ ମିଳିଥିଲା । BJP ପକ୍ଷରୁ କୁହାଯାଇଛି ଯେ, ଶ୍ରୀକାନ୍ତ କେବେବି ଦଳର ଅଂଶ ନଥିଲେ । ହେଲେ ଶ୍ରୀକାନ୍ତଙ୍କ ସୋସିଆଲ ମିଡିଆ ଅନ୍ୟ କିଛି କହୁଛି । ତାଙ୍କ ଅଫିସିଆଲ ଆକାଉଣ୍ଟ ଶ୍ରୀକାନ୍ତ ତାଙ୍କୁ ଜଣେ ବିଜେପି ଭକ୍ତ ଦର୍ଶାଇଛନ୍ତି । ପ୍ରୋଫାଇଲ ଫଟୋରେ ଦଳୀୟ କର୍ମୀଙ୍କ ସହ ଫଟୋ ମଧ୍ୟ ରହିଛି । ଏହା ସହି ବିଜେପି ଲୋଗ ସହ ଫଟୋ ମଧ୍ୟ ରଖିଥିବା ଦେଖିବାକୁ ମିଳିଛି ।

ଶ୍ରୀକାନ୍ତ ତ୍ୟାଗୀ ତାଙ୍କ ସୋସାଇଟର କିଛି ଅଞ୍ଚଳରେ ବେଆଇନ ଭାବେ କାଠରେ କିଛି ଖୁଣ୍ଟ ନିର୍ମାଣ କରିଥିଲେ । ଶୁକ୍ରବାର ଘଟଣା ସାମ୍ନାକୁ ଆସିଥିଲା । ଯାହାର କେତେକ ଭିଡିଓ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଗ୍ରାଣ୍ଡ ଓମାକ୍ସରେ ରହୁଥିବା ଜଣେ ମହିଳା କହିଥିଲେ, "ଶ୍ରୀକାନ୍ତ ତ୍ୟାଗୀ ନାମକ ଜଣେ ବ୍ୟକ୍ତି ଯିଏକି ଗ୍ରାଉଣ୍ଡ ଫ୍ଳୋର୍‌ରେ ରୁହନ୍ତି, ସେ ବେଆଇନ ଭାବେ ସୋସାଇଟର କିଛି ଅଞ୍ଚଳରେ ଛୋଟ ବଡ ଗଛ ଲଗାଇଛନ୍ତି । ମୁଁ ତାଙ୍କୁ ଏହାକୁ ହଟାଇବାକୁ କହିବାରୁ ସେ ମନା କଲେ ଏବଂ ଯେତେବେଳେ ମୁଁ ସେସବୁକୁ ହଟାଇବାକୁ ଚେଷ୍ଟା କଲି ସେ ମୋତେ ଦୁର୍ବବ୍ୟବହାର କରିବା ସହ ମୋ ସ୍ବାମୀ ଓ ପିଲାଙ୍କୁ ମଧ୍ୟ ଗାଳି ଗୁଲଜ କରିଥିଲେ । ଏକ ଭିଡିଓରେ ଶ୍ରୀକାନ୍ତ ତ୍ୟାଗୀ ମହିଳାଙ୍କୁ ଧମକ ଦେବା ସହିତ ମୋ ଗଛକୁ ହାତ ହେଲେ ମୁଁ ଦେଖି ନେବି ବୋଲି କହିଥିବା ଦେଖିବାକୁ ମିଳିଥିଲା ।"

ଅତିରିକ୍ତ ଡେପୁଟି ପୋଲିସ କମିଶନର ଅଙ୍କିତ ଶର୍ମା କହିଛନ୍ତି, ''ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ନୋଏଡା ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି । ଧାରା ୩୫୪ରେ ମାମଲା ରୁଜ୍ଜୁ ହୋଇଛି । ସେ ଘଟଣା ପରଠାରୁ ଫେରାର ଅଛନ୍ତି । ବିବାଦ ବଢ଼ୁଥିବାରୁ ବିଜେପି ଶ୍ରୀକାନ୍ତ ତ୍ୟାଗୀଙ୍କ ଠାରୁ ନଜକୁ ଦୂରେଇ ରଖିଛି । ଉତ୍ତରପ୍ରଦେଶ ସରକାର STF ମୁତୟନ କରିଛନ୍ତି ।"

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.