ଜୟପୁର: କୋରୋନା ଟିକାର ୨ଟି ଡୋଜ ନେଇନଥିଲେ ପଡିବନି ହାତଗଣ୍ଠି । ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜସ୍ଥାନ ଜୟପୁରର ପଣ୍ଡିତ ମାନେ । ବର୍ତ୍ତମାନ କୋରୋନା ସଂକ୍ରମଣ ବଢୁଥିବାରୁ ଯେଉଁ ବର ଓ କନ୍ୟାଙ୍କର ଆଗକୁ ବିବାହ ଅଛି ଯଦି ସେମାନେ କୋରୋନା ଟିକାର ୨ଟି ଡୋଜ ନେଇନଥିବେ ସେମାନଙ୍କ ବିବାହ କରାଇ ଦେବେ ନାହିଁ ବୋଲି କହିଛନ୍ତି ପଣ୍ଡିତମାନେ । ତେଣୁ ଏବେ ବିବାହ ପୂର୍ବରୁ ପଣ୍ଡିତମାନଙ୍କ ସହମତି ନେବାକୁ ସେମାନେ କହିଛନ୍ତି ।
ସୂଚନାଅନୁଯାୟୀ ଦେଶରେ ଏବେ ଦୈନିକ ସଂକ୍ରମଣ ରାଜସ୍ଥାନରେ କଡା କୋରୋନା କଟକଣା ଜାରି କରାଯାଇଛି । ଯେଉଁମାନେ କୋରୋନା ଟିକାର ୨ଟି ଡୋଜ ନେଇନାହାଁନ୍ତି ତାଙ୍କୁ କୌଣସି ସ୍ଥାନରେ ପ୍ରବେଶ କରାଇ ଦିଆଯିବ ନାହିଁ ବୋଲି ରାଜ୍ୟ ସରକରାଙ୍କ ତରଫରୁ ନିଷ୍ପତ୍ତି ନିଆଯାଇଛି ।
ତେବେ କୋରୋନା ସଂକ୍ରମଣ ମଧ୍ୟରେ ବିବାଦ ଜାରି ରହିଛି । ଏନେଇ ସର୍ଭା ବ୍ରାହ୍ମଣ ମହାସଭାର ଏକ କାର୍ଯ୍ୟନିର୍ବାହୀ ବୈଠକ ସୋମବାର ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ କରୋନା ସମୟରେ ବ୍ରାହ୍ମଣ ସମାଜର ଭୂମିକା ଏବଂ ଆଗାମୀ କାର୍ଯ୍ୟକଳାପ ଉପରେ ଆଲୋଚନା କରାଯାଇଥିଲା । ଏହି କୋଭିଡ ସଙ୍କଟକୁ ଦୃଷ୍ଟିରେ ରଖି ଆଗକୁ ହେବାକୁ ଥିବା ବିବାହ ଗୁଡିକରେ ବର ଓ କନ୍ୟା ପକ୍ଷ ଭଭୟ ଟୀକାକରଣ କରିବା ସହ ବର ଓ କନ୍ୟା ମଧ୍ୟ କୋରୋନା ଟିକାର ୨ଟି ଡୋଜ ନେଇଥିଲେ ବିବାହ କରାଇବେ ନହେଲେ ଏହାକୁ ବୈଧ କରିବେ ବୋଲି ନିଷ୍ପତ୍ତି ହୋଇଥିଲା ।