ETV Bharat / bharat

ପେଗାସସ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବୟାନ, NSO ସହ ହୋଇନି କୌଣସି ନେଣଦେଣ - ପ୍ରତିରକ୍ଷା ମନ୍ତ୍ରଣାଳୟ

ପେଗାସସ ଜାସୁସୀ କାଣ୍ଡକୁ ନେଇ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ସ୍ପାଇୱେୟାର ତିଆରି କରୁଥିବା କମ୍ପାନୀ NSO ଗ୍ରୁପ ସହ କୌଣସି ନେଣଦେଣ ହୋଇନଥିବା କହିଛନ୍ତି ସରକାର । ଅଧିକ ପଢନ୍ତୁ...

ପେଗାସସ ଉପରେ ପ୍ରତିରକ୍ଷା ମନ୍ତ୍ରଣାଳୟର ବୟାନ, NSO ସହ ହୋଇନି କୌଣସି ନେଣଦେଣ

author img

By

Published : Aug 9, 2021, 5:50 PM IST

ନୂଆଦିଲ୍ଲୀ: ପେଗାସସ ଜାସୁସୀ କାଣ୍ଡକୁ ନେଇ ସରକାରଙ୍କ ବିରୋଧରେ ଆକ୍ରାମକ ରହିଛି ବିରୋଧୀ । ଏହାରି ମଧ୍ୟରେ ରାଜ୍ୟସଭାରେ ଲିଖିତ ଉତ୍ତର ଦେଇଛି ପ୍ରତିରକ୍ଷା ମନ୍ତ୍ରଣାଳୟ । ଇସ୍ରାଏଲରେ ପେଗାସସ ସ୍ପାଇୱେୟାର ତିଆରି କରୁଥିବା କମ୍ପାନୀ NSO ଗ୍ରୁପ ସହ କୌଣସି ନେଣଦେଣ ହୋଇନଥିବା କହିଛନ୍ତି ପ୍ରତିରକ୍ଷା ମନ୍ତ୍ରଣାଳୟ ।

ପେଗାସସ ଝଡରେ ଉଠୁଛି ପଡୁଛି ସଂସଦ । ୧୯ ଜୁଲାଇରୁ ଆରମ୍ଭ ହୋଇଥିଲା ସଂସଦରେ ମୌସୁମୀ ଅଧିବେଶନ । ହେଲେ ପେଗାସସ ବିବାଦକୁ ନେଇ ସୁରୁଖୁରୁରେ ଚାଲିପାରୁନାହିଁ ଗୃହକାର୍ଯ୍ୟ । ୧୩ ଅଗଷ୍ଟରେ ସରିବ ସଂସଦର ମୌସୁମୀ ଅଧିବେଶନ ।

କଂଗ୍ରେସ ସମେତ କେତେକ ବିରୋଧୀ ଦଳ ପେଗାସସ ମାମଲା ଉପରେ ସଂସଦରେ ଚର୍ଚ୍ଚା ଦାବି କରୁଛନ୍ତି । ସଂସଦରେ କେନ୍ଦ୍ର ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବଙ୍କ ବିବୃତ୍ତି ପରେ ଏହା କୌଣସି ଚର୍ଚ୍ଚାର ବିଷୟ ନୁହେଁ ବୋଲି ବାରମ୍ବାର କହିଆସୁଛନ୍ତି ସରକାର । କୋରୋନା ଓ ଚାଷୀଙ୍କ ପ୍ରସଙ୍ଗ ସମେତ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ପ୍ରସ୍ତୁତ ଥିବା କହିଛନ୍ତି ।

ଆଜି ମଧ୍ୟ ବିରୋଧୀ ଦଳର ଏକ ବୈଠକ ହୋଇଥିଲା। ଏହି ବୈଠକ ପରେ ଜଣାପଡିଛି ଯେ ପେଗାସସ ମାମଲା ଉପରେ ଆଲୋଚନା କରିବାକୁ ବିରୋଧୀ ଦଳ ସରକାରଙ୍କ ଉପରେ ଚାପ ପ୍ରୟୋଗ ଜାରି ରଖିବେ। ଏହା ସହିତ ମୁଦ୍ରାସ୍ଫୀତି ଏବଂ ଚାଷୀ ଆନ୍ଦୋଳନ ସମ୍ବନ୍ଧୀୟ ପ୍ରସଙ୍ଗରେ ମଧ୍ୟ ସରକାରଙ୍କୁ କ୍ରମାଗତ ଘେରିବେ ବିରୋଧୀ ।

କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ, ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖଡଗେ, ଲୋକସଭାରେ କଂଗ୍ରେସ ନେତା ଆଧୀର ରଞ୍ଜନ ଚୌଧୁରୀ, ଆନନ୍ଦ ଶର୍ମାଙ୍କ ଉପସ୍ଥିତିରେ ଏହି ବୈଠକ ହୋଇଥିଲା । ଏହି ବୈଠକରେ ଶିବସେନା ସାଂସଦ ସଞ୍ଜୟ ରାଉତ ଏବଂ ଅନ୍ୟାନ୍ୟ ଦଳର ନେତା ଉପସ୍ଥିତ ଥିଲେ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.