ETV Bharat / bharat

‘ବ୍ୟକ୍ତିଗତ ପ୍ରତିଦ୍ବନ୍ଦିତା ନୁହେଁ, ରାଜନୀତି ହିଁ ମୋ ଧର୍ମ’

author img

By

Published : Sep 29, 2021, 1:04 PM IST

ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଆଜି ପ୍ରତିକ୍ରିୟା ରଖିଛନ୍ତି ସିଦ୍ଧୁ। ଭିଡିଓ ପୋଷ୍ଟ କରି ପ୍ରକାଶ କରିଛନ୍ତି ନିଜ ମତ । ଅଧିକ ପଢନ୍ତୁ...

‘ବ୍ୟକ୍ତିଗତ ପ୍ରତିଦ୍ବନ୍ଦିତା ନୁହେଁ,ରାଜନୀତି ହିଁ ମୋ ଧର୍ମ’

ପଞ୍ଜାବ : ପଞ୍ଜାବ ପିସିସି ସଭାପତି ପଦରୁ ନବଜୋତ ସିଂ ସିଦ୍ଧୁ ଇସ୍ତଫା ଦେବା ପରେ ଜୋର ଧରିଛି ରାଜନୀତି । ଏନେଇ ଆଜି ପ୍ରତିକ୍ରିୟା ରଖି ‘୧୭ ବର୍ଷ ରାଜନୈତିକ ଯାତ୍ରା କେବଳ ଗୋଟିଏ ଉଦ୍ଦେଶ୍ୟ ସହ କରିଆସିଛି । ପଞ୍ଜାବଲୋକଙ୍କ ପାଇଁ ଉଚିତ କାମ କରିବା ଓ ତାଙ୍କ ଜୀବନ ଶୈଳୀକୁ ଉନ୍ନତି ଆଣିବା ମୋର ଏକମାତ୍ର ଧର୍ମ ଓ ଦାୟିତ୍ବ ବୋଲି ସେ କହିଛନ୍ତି । ଏହି ଲଢେଇ ମୋ ବ୍ୟକ୍ତିଗତ ଜୀବନ ପାଇଁ ନୁହେଁ, ବରଂ ଗୋଟିଏ ମୁଦ୍ଦାର । ପଞ୍ଜାବର ନିଜର ଏଜେଣ୍ଡା ଅଛି ଆଉ ଏଥିପାଇଁ ମୁଁ ଅଧିକାର ଓ ସତ୍ୟର ଲଢେଇ କରି ଚାଲିଛି, କୌଣସି ଆପୋଷ ବୁଝାମଣା କରାଯିବନି ।

କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧୀଙ୍କୁ ତାଙ୍କ ଇସ୍ତଫା ପତ୍ର ଟ୍ବିଟ୍ କରି ସିଦ୍ଧୁ ମଙ୍ଗଳବାର ଲେଖିଥିଲେ ଯେ, ପଞ୍ଜାବର କଲ୍ୟାଣ ପାଇଁ ଲଢ଼ୁଛି। ମୁଁ ଏହା ଉପରେ କଦାପି ଆପୋଷ ବୁଝାମଣା କରି ନାହିଁ। ମୁଁ ବ୍ୟକ୍ତିଗତ ଏଜେଣ୍ଡା ପାଇଁ କଦାପି ଯୁଦ୍ଧ କରେ ନାହିଁ। ତେଣୁ ସେଥିପାଇଁ ମୁଁ ପଞ୍ଜାବ ପ୍ରଦେଶ କଂଗ୍ରେସ କମିଟିର ସଭାପତି ପଦରୁ ଉସ୍ତଫା ଦେଉଛି । କିନ୍ତୁ କଂଗ୍ରେସରେ ସେବା ଜାରି ରଖିବି ।

ସିଦ୍ଧୁଙ୍କ ଇସ୍ତଫା ପରେ ପଞ୍ଜାବ କଂଗ୍ରେସକୁ ଏକ ବଡ ଝଟକା ଲାଗିଛି । ସିଦ୍ଧୁଙ୍କ ନିକଟତମ ଜଣେ ମନ୍ତ୍ରୀ ଏବଂ ତିନିଜଣ କଂଗ୍ରେସ ନେତା ସେମାନଙ୍କ ପଦରୁ ଇସ୍ତଫା ଦେଇଥିଲେ । ତେବେ ନବଜୋତ ପଞ୍ଜାବ କଂଗ୍ରେସ ସଭାପତି ପଦରୁ ଇସ୍ତଫା ଦେବା ପରେ ସିଦ୍ଧୁ ଏବଂ କ୍ୟାପଟେନ ଅମରିନ୍ଦର ସିଂଙ୍କ ମଧ୍ୟରେ ହୋଇଥିବା ବିବାଦର ସମାଧାନ ହୋଇପାରେ ।

ଆସନ୍ତା ବର୍ଷ ପଞ୍ଜାବ ବିଧାନସଭା ନିର୍ବାଚନ। ପଞ୍ଜାବ କ୍ୟାବିନେଟ ମନ୍ତ୍ରୀ ରଜିଆ ସୁଲତାନା ସିଦ୍ଧୁଙ୍କ ସହ ତାଙ୍କ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଗୌତମ ସେଟ ପଞ୍ଜାବ କଂଗ୍ରେସର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇ ଥିବାବେଳେ ଯୋଗୀନ୍ଦର ଧିଙ୍ଗ୍ରା ଦଳର ରାଜ୍ୟ ୟୁନିଟର ସାଧାରଣ ସମ୍ପାଦକ ପଦରୁ ଇସ୍ତଫା ଦେଇଛନ୍ତି। ରାଜ୍ୟ ଦଳର କୋଷାଧ୍ୟକ୍ଷ ଗୁଲଜାର ଇନ୍ଦର ଚହଲ ମଧ୍ୟ ତାଙ୍କ ପଦରୁ ଇସ୍ତଫା ଦେଇଛନ୍ତି।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.