ETV Bharat / bharat

ମହାରାଷ୍ଟ୍ରରେ ମହାପଞ୍ଚାୟତ ପାଇଁ ରାକେଶ ଟିକାୟତଙ୍କୁ ମିଳିଲାନି ଅନୁମତି

ମହାରାଷ୍ଟ୍ରର ୟବତମାଲରେ ମହାପଞ୍ଚାୟତ ରାଲି ପାଇଁ ରାକେଶ ଟିକାୟତଙ୍କୁ ମିଳିଲାନି ଅନୁମତି । ଅଧିକ ପଢନ୍ତୁ...

ରାକେଶ ଟିକାୟତ
ରାକେଶ ଟିକାୟତ
author img

By

Published : Feb 20, 2021, 7:58 AM IST

ମୁମ୍ବାଇ: ମହାରାଷ୍ଟ୍ରର ୟବତମାଲରେ ମହାପଞ୍ଚାୟତ ରାଲି କରିବାକୁ ଚାଷୀ ନେତା ରାକେଶ ଟିକାୟତଙ୍କୁ ଅନୁମତି ମିଳିନାହିଁ । ଆଜି (ଶନିବାର) ଏହି ମହାପଞ୍ଚାୟତ ହେବାକୁ ଥିବାବେଳେ ଏନେଇ ଜିଲ୍ଲାପ୍ରଶାସନ ଅନୁମତି ଦେଇନଥିବା ସୂଚନା ମିଳିଛି ।

ପୂର୍ବରୁ ଏନେଇ କରାଯାଇଥିବା ଆବେଦନକୁ ପ୍ରଶାସନ ଖାରଜ କରିଥିବାବେଳେ ସଦ୍ୟ ଦିଆଯାଇଥିବା ଆବେଦନକୁ ମଧ୍ୟ ପ୍ରଶାସନ ଖାରଜ କରିଛି । କୋରୋନା ଭାଇରସକୁ ଲକ୍ଷ୍ୟ କରି ଜିଲ୍ଲା ପ୍ରଶାସନ ଏପରି ନିଷ୍ପତ୍ତି ନେଇଥିବା କୁହାଯାଉଛି ।

ଗୁରୁବାର ପ୍ରଶାସନ 10 ଦିନ ପାଇଁ ସ୍କୁଲ ବନ୍ଦ କରିବା ସହିତ କୌଣସି ସ୍ଥାନରେ ଅଧିକ ଲୋକ ଏକାଠି ନହେବାକୁ ନିର୍ଦ୍ଦେଶ ଜାରି କରିଛି। ଯାହାକୁ ଲକ୍ଷ୍ୟ କରି ଏପରି ନିଷ୍ପତ୍ତି ନିଆଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.