ETV Bharat / bharat

ୟୁପିର ଧର୍ମାନୁଷ୍ଠାନରେ ଏକାଠି ହୋଇ ପାରିବେନି 5ରୁ ଅଧିକ ଲୋକ - ୟୁପିର ଧର୍ମାନୁଷ୍ଠାନରେ ଏକାଠି ହୋଇ ପାରିବେନି 5ରୁ ଅଧିକ ଲୋକ

ଯୋଗୀ ସରକାରଙ୍କ ବଡ ନିଷ୍ପତି । ୟୁପିର କୌଣସି ଧାର୍ମିକ ଅନୁଷ୍ଠାନରେ 5ରୁ ଅଧିକ ଲୋକେ ଏକାଠି ହୋଇ ପାରିବେନି । ଅଧିକ ପଢନ୍ତୁ...

No more than 5 people allowed at a time to enter religious places in UP
ୟୁପିର ଧର୍ମାନୁଷ୍ଠାନରେ ଏକାଠି ହୋଇ ପାରିବେନି 5ରୁ ଅଧିକ ଲୋକ
author img

By

Published : Apr 11, 2021, 11:59 AM IST

ଲକ୍ଷ୍ନୌ : ଦେଶରେ କୋରୋନାର ଦ୍ବିତୀୟ ଲହରୀ ଜାରି ରହିଛି। ସଂକ୍ରମଣକୁ ଏଡାଇବା ପାଇଁ ବହୁ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରୁଛନ୍ତି କେନ୍ଦ୍ର ସରକାର । ଏହି କ୍ରମରେ ଯୋଗୀ ସରକାର ମଧ୍ୟ ଏକ ବଡ ନିଷ୍ପତି ନେଇଛନ୍ତି । ୟୁପିର କୌଣସି ଧାର୍ମିକ ଅନୁଷ୍ଠାନରେ 5ରୁ ଅଧିକ ଲୋକେ ଏକାଠି ହୋଇ ପାରିବେନି । ଏନେଇ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହାକୁ କଡାକଡି ପାଳନ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

କୋରୋନା ପାଇଁ ସମସ୍ତ ଜିଲ୍ଲା ଗୁଡିକରେ କଣ୍ଟ୍ରୋଲ ସେଣ୍ଟର ଖୋଲାଯାଇଛି । ଯେଉଁଠି କଣ୍ଟେନମେଣ୍ଟ ଜୋନରେ ଗତିବିଧି ଉପରେ କଡା ନିଷେଧ କରାଯିବା। ଏହା ସହିତ କଣ୍ଟେନମେଣ୍ଟ ଜୋନରେ ରହୁଥିବା ଲୋକମାନଙ୍କ ପାଇଁ ଆବଶ୍ୟକ ସାମଗ୍ରୀ ଯୋଗାଇବା ଉଚିତ | ଏହି କାର୍ଯ୍ୟକୁ କଣ୍ଟ୍ରୋଲ୍ ସେଣ୍ଟର ମାଧ୍ୟମରେ ନୀରିକ୍ଷଣ କରାଯିବା ଉଚିତ ବୋଲି ସେ କହିଛନ୍ତି | ମନିଟରିଂ କମିଟିଗୁଡିକୁ ସକ୍ରିୟ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ମନିଟରିଂ କମିଟି କଣ୍ଟେନମେଣ୍ଟ ଜୋନ ଗୁଡିକ ଉପରେ ନଜର ରଖିବା ଉଚିତ ।

ମୋରାଡାବାଦ ମ୍ୟୁନିସିପାଲ କର୍ପୋରେସନ ପକ୍ଷରୁ ରବିବାର ରାତି କର୍ଫ୍ୟୁ ସମୟରେ ସର୍ବସାଧାରଣ ସ୍ଥାନରେ ସାନିଟାଇଜ କରିଥିଲା । ରେଳ ଷ୍ଚେସନ, ବସଷ୍ଟାଣ୍ତ, ମାର୍କେଟ ଓ ଅନ୍ୟାନ୍ୟ ସ୍ଥାନ ଗୁଡିକୁ ସାନିଟାଇଜ କରାଯାଇଥିଲା । ବଢୁଥିବା କୋଭିଡ ମାମଲାକୁ ଦୃଷ୍ଟିରେ ରଖି ଲକ୍ଷ୍ନୌ, କାନପୁର, ପ୍ରୟାଗରାଜ ଓ ବାରାଣାସୀ ସମେତ ରାଜ୍ୟର 4 ଟି ଜିଲ୍ଲାର ସରକାରୀ ତଥା ବେସରକାରୀ କାର୍ଯ୍ୟାଳୟରେ 50 ପ୍ରତିଶତ କର୍ମଚାରୀଙ୍କୁ ନେଇ କାର୍ଯ୍ଯ କରିବାକୁ କୁହାଯାଇଛି । ଏହାସହ ଅବଶିଷ୍ଟ 50 ପ୍ରତିଶତ କର୍ମଚାରୀ ଘରୁ କାମ କରିବେ ବୋଲି ନିର୍ଦ୍ଦେଶ ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.