ETV Bharat / bharat

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଫେରାଇ ଆଣିବାକୁ ହୋଇନି ନିଷ୍ପତ୍ତି: ବୈଦେଶିକ ମନ୍ତ୍ରଣାଳୟ - ୟୁକ୍ରେନ-ଋଷିଆ ବିବାଦ

ୟୁକ୍ରେନ-ଋଷିଆ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନରୁ ଲୋକଙ୍କୁ ବାହାର କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଗତକାଲି(ଗୁରବାର) ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି । ଅଧିକ ପଢନ୍ତୁ

ୟୁକ୍ରେନରେ ଫସିଥିବା ଭାରତୀୟଙ୍କୁ ଆଣିବା ଉପରେ ହୋଇନି କୌଣସି ନିଷ୍ପତ୍ତି : ବୈଦେଶିକ ମନ୍ତ୍ରାଳୟ

author img

By

Published : Feb 18, 2022, 8:31 AM IST

ନୂଆଦିଲ୍ଲୀ: ୟୁକ୍ରେନ-ଋଷିଆ ନେଇ ଲାଗି ରହିଥିବା ବିବାଦ ଦିନକୁ ଦିନ ଘନେଇବାରେ ଲାଗିଛି । ସରକାର ସବୁ ଦିଗକୁ ଆକଳନ କରି ସ୍ଥିତି ଉପରେ ପରାମର୍ଶ ଜାରି କରିଥାନ୍ତି । ତେବେ ବର୍ତ୍ତମାନ ସୁଦ୍ଧା ୟୁକ୍ରେନରୁ ଲୋକଙ୍କୁ ବାହାର କରିବା ଉପରେ କୌଣସି ନିଷ୍ପତ୍ତି ନିଆଯାଇ ନାହିଁ ବୋଲି ଗତକାଲି(ଗୁରବାର) ବିଦେଶ ମନ୍ତ୍ରଣାଳୟର ମୁଖପାତ୍ର ଅରବିନ୍ଦ ବାଗଚୀ କହିଛନ୍ତି।

  • When we issue an advisory,we take on board developments that are happening as well as our assessment of how we can assist our citizens there. Our focus is&remains on Indian citizens, Indian students, Indian nationals rather than anything larger than that: MEA on Ukraine situation pic.twitter.com/7xHgAnF4kt

    — ANI (@ANI) February 17, 2022 " class="align-text-top noRightClick twitterSection" data=" ">

ବାଗଚୀଙ୍କ ସୂଚନା ଅନୁସାରେ, ଭାରତୀୟ ଦୂତାବାସ ୟୁକେନର ସ୍ଥିତି ଉପରେ ନଜର ରଖିଛି । ଏଥିପାଇଁ ଏକ କଣ୍ଟ୍ରୋଲ ରୁମର ମଧ୍ୟ ବ୍ୟବସ୍ଥା କରାଯାଇଛି ।ୟୁକ୍ରେନରେ ଥିବା ଭାରତୀୟମାନଙ୍କୁ ଭାରତ ଫେରାଇ ଆଣିବାର ତୁରନ୍ତ କୌଣସି ଯୋଜନା ନାହିଁ, ଏଣୁ ୟୁକ୍ରେନକୁ କୌଣସି ସ୍ବତନ୍ତ୍ର ଫ୍ଲାଇଟ ଚଳାଚଳ କରାଯାଇନାହିଁ । ଏଣୁ ସେଠାକୁ ଚାଲୁଥିବା ଚାଟାର୍ଡ ଫ୍ଲାଇଟ୍ ସଂଖ୍ୟା ବଢାଇବାକୁ ବିମାନ କମ୍ପାନିମାନଙ୍କୁ ସେ ଅନୁରୋଧ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ୟୁକ୍ରେନରେ ଥିବା ସମସ୍ତ ଭାରତୀୟ ଛାତ୍ରଛାତ୍ରୀ ଦୂତାବାସ ସମ୍ପର୍କରେ ରହିଛନ୍ତି ।

ଏହା ସହ ବୁଧବାର ବିଦେଶ ମନ୍ତ୍ରାଳୟର ପ୍ରବକ୍ତା ଅରିନ୍ଦମ ବାଗଚୀ ଏକ ହେଲ୍ପଲାଇନ୍ ନମ୍ବର ଜାରି କରିଥିଲେ । ଯଦି କୌଣସି ଲୋକଙ୍କୁ ୟୁକ୍ରେନରୁ ନିଜର ଲୋକଙ୍କୁ କିଛି ସାହାଯ୍ୟ କରିବାକୁ ଥାଏ ତେବେ ହେଲ୍ପଲାଇନ ନମ୍ବରରେ ଯୋଗାଯୋଗ କରିବାକୁ କୁହାଯାଇଥିଲା । ଏହା ସହ ଏକ ଟୋଲ୍ ଫ୍ରି ନମ୍ବର ମଧ୍ୟ ଜାରି କରାଯାଇଥିଲା । କୂଟନୈତିକ ଆଲୋଚନା ମଧ୍ୟରେ ସମସ୍ୟାର ସମାଧାନ ସପକ୍ଷରେ ଭାରତ ରହିଛି ବୋଲି ବାଗଚି କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.