ETV Bharat / bharat

କୋଭିଡ ନେଗେଟିଭ ରିପୋର୍ଟ ବିନା ପଞ୍ଜାବକୁ ପ୍ରବେଶ ମନା - ପଞ୍ଜାବ ସରକାର

କୋରୋନା ସଂକ୍ରମଣକୁ ରୋକିବା ପାଇଁ ବିନା କୋଭିଡ-19 ନେଗେଟିଭ ରିପୋର୍ଟ ଓ ଭ୍ୟାକ୍ସିନ ସାର୍ଟିଫିକେଟରେ ପଞ୍ଜାବରୁ ପ୍ରବେଶ ବାରଣ କରଯାଇଛି । ଅଧିକ ପଢନ୍ତୁ...

ପଞ୍ଜାବକୁ ପ୍ରବେଶ ମନା
ପଞ୍ଜାବକୁ ପ୍ରବେଶ ମନା
author img

By

Published : May 3, 2021, 12:20 PM IST

ଚଣ୍ଡିଗଡ: ଦିନକୁ ଦିନ ଦେଶରେ ବୃଦ୍ଧି ପାଉଛି କୋରୋନା ସଂକ୍ରମଣ । ଏହାକୁ ଦୃଷ୍ଟିରେ ରଖି ପଞ୍ଜାବ ସରକାର ଏକ ନିଷ୍ପତ୍ତି ନେଇଛନ୍ତି । ବିନା କୋଭିଡ-19 ନେଗେଟିଭ ରିପୋର୍ଟ ଓ ଭ୍ୟାକ୍ସିନ ସାର୍ଟିଫିକେଟରେ ପଞ୍ଜାବକୁ ପ୍ରବେଶ ବାରଣ କରଯାଇଛି । ଏପଟେ ଆଜି(ସୋମବାର)ଠାରୁ ଲକଡାଉନ ଲାଗୁ ହୋଇଛି ।

ରେଳରେ ହେଉ କି ବିମାନରେ କି ରାସ୍ତା ଦେଇ, ବିନା କୋଭିଡ-19 ନେଗେଟିଭ ରିପୋର୍ଟ ଓ ଭ୍ୟାକ୍ସିନ ସାର୍ଟିଫିକେଟରେ କେହି ବି ପଞ୍ଜାବ ଭିତରେ ପଶି ପାରିବେ ନାହିଁ । କୋରୋନା ସଂକ୍ରମଣ ରୋକିବା ପାଇଁ ଏହି ନୂଆ ଗାଇଡଲାଇନ ଜାରି ହୋଇଛି । ଏହା ସହିତ ମେ’ 15 ଯାଏଁ ଆବଶ୍ୟକ ନଥିବା ସମସ୍ତ ଦୋକାନ ବନ୍ଦ ରହିବ ବୋଲି ସୂଚନା ମିଳିଛି ।

ଏହା ସହିତ ପଞ୍ଜାବରେ ସନ୍ଧ୍ୟା 6ଟାରୁ ସକାଳ 5ଟା ପର୍ଯ୍ୟନ୍ତ ନାଇଟ କର୍ଫ୍ୟୁ ସହିତ ସପ୍ତାହାନ୍ତ କର୍ଫ୍ୟୁ ବଳବତ୍ତର ରହିବ । ବ୍ୟବସାୟୀଙ୍କୁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ କରାଯାଇଛି । ଗତ 24ଘଣ୍ଟା ଭିତରେ ପଞ୍ଜାବରେ 7ହଜାର 327ନୂଆ କୋରୋନା ସଂକ୍ରମଣ ଆସିଛି । ବର୍ତ୍ତମାନ ପଞ୍ଜାବରେ 60ହଜାର108ଟି ସକ୍ରିୟ ମାମଲା ରହିଛି ବୋଲି ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ମିଳିଛି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.