ETV Bharat / bharat

Punjab Govt New Order: ଟିକା ପ୍ରମାଣପତ୍ର ନଦେଲେ ମିଳିବନି ଦରମା - ଟିକାକରଣକୁ ବାଧ୍ୟତାମୂଳକ କଲେ ପଞ୍ଜାବ ସରକାର

କୋଭିଡ ଟୀକାକରଣକୁ ବାଧ୍ୟତାମୂଳକ କରିବା ପାଇଁ ନୂଆ ନିୟମ ଆଣିଲେ ପଞ୍ଜାବ ସରକାର । ଏଣିକି ଟିକାକରଣ ପ୍ରମାଣପତ୍ର ଅପଲୋଡ ନକଲେ ସରକାରୀ କର୍ମଚାରୀଙ୍କୁ ମିଳିବନି ଦରମା । ଅଧିକ ପଢନ୍ତୁ

Punjab govt new order: ଚିକା ପ୍ରମାଣପତ୍ର ନଦେଲେ ମିଳିବନି ଦରମା

author img

By

Published : Dec 22, 2021, 8:52 PM IST

ଚଣ୍ଡିଗଡ଼: ପଞ୍ଜାବରେ ବଢୁଥିବା କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଟୀକାକରଣକୁ ବାଧ୍ୟତାମୂଳକ କରିଛନ୍ତି ପଞ୍ଜାବ ସରକାର । ଆଜି ଏନେଇ ଏକ ଅଭିନବ ନିର୍ଦ୍ଦେଶାବଳୀ ଜାରି ହୋଇଛି । ସରକାରୀ କର୍ମଚାରୀମାନେ ଦରମା ନେବା ପୂର୍ବରୁ ଟୀକାକରଣ ପ୍ରମାଣପତ୍ର(COVID-19 vaccination certificate) ରାଜ୍ୟ ସରକାରଙ୍କ ଜବ ପୋର୍ଟାଲରେ ଅପଲୋଡ କରିବାକୁ ହେବ । ଯେଉଁ କର୍ମଚାରୀମାନେ ଟୀକାକରଣ ପ୍ରମାଣପତ୍ର ସଠିକ ସମୟରେ ଅପଲୋଡ କରିବାରେ ବିଫଳ ହେବେ, ସେମାନେ ଦରମା ପାଇବାରୁ ବଞ୍ଚିତ ହେବେ ବୋଲି ନିର୍ଦ୍ଦେଶାବଳୀରେ ଉଲ୍ଲେଖ ରହିଛି ।

ସମଗ୍ର ଦେଶରେ କୋରୋନା ଭାଇରସର ନୂଆ ଭାରିଆଣ୍ଟ ଓମିକ୍ରନ ସଂକ୍ରମିତଙ୍କ ସଂଖ୍ୟା ବଢୁଥିବାବେଳେ ଅନୁରୂପ ଭାବେ ତୃତୀୟ ଲହର ଆଶଙ୍କା ମଧ୍ୟ ବଢିବାରେ ଲାଗିଛି । ଏପରି ସମୟରେ ଟୀକାକରଣକୁ ଗୁରୁତ୍ବ ଦେଉଛନ୍ତି ପଞ୍ଜାବ ସରକାର । ଟିକା ଗ୍ରହଣକୁ ବାଧ୍ୟତାମୂଳକ ଓ ପ୍ରକ୍ରିୟାକୁ ପ୍ରଭାବୀ କରିବାକୁ ସରକାରୀ କର୍ମଚାରୀଙ୍କ କ୍ଷେତ୍ରରେ ଏପରି କଠୋର ନିଷ୍ପତ୍ତି ଆଣିଛନ୍ତି ରାଜ୍ୟ ସରକାର ।

ତେବେ ପଞ୍ଜାବ ପରି ପଡୋଶୀ ହରିୟାଣା ମଧ୍ୟ ଟୀକାକରଣକୁ ନେଇ ଆଭିମୁଖ୍ୟ କଠୋର କରିଛି । ହରିୟାଣା ସ୍ୱାସ୍ଥ୍ୟମନ୍ତ୍ରୀ ଅନିଲ ବିଜ ଆଜି (ବୁଧବାର) କହିଛନ୍ତି ଯେ ଯେଉଁମାନେ କୋଭିଡ ଟିକାର ଦୁଇ ଅର୍ଥାତ ସମ୍ପୂର୍ଣ୍ଣ ଡୋଜ ଗ୍ରହଣ କରିନାହାନ୍ତି ସେମାନଙ୍କୁ ଆସନ୍ତାବର୍ଷ ଜାନୁୟାରୀ ପହିଲାରୁ ସର୍ବସାଧାରଣ ସ୍ଥାନରେ କୌଣସି ଅନୁମତି ଦିଆଯିବ ନାହିଁ ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନୁଯାୟୀ, ଏପର୍ଯ୍ୟନ୍ତ ଦେଶରେ ମୋଟ ପ୍ରାୟ 200ରୁ ଊର୍ଦ୍ଧ୍ବ ଓମିକ୍ରନ ମାମଲା ରିପୋର୍ଟ ହୋଇ ସାରିଲାଣିି । ଏଥିମଧ୍ୟରୁ 57ଟି ମାମଲା ସହ ଦିଲ୍ଲୀ ଶୀର୍ଷରେ ରହିଥିବାବେଳେ ଦ୍ବିତୀୟ ରାଜ୍ୟ ଭାବେ ମହାରାଷ୍ଟ୍ର 54 ମାମଲା ଏବଂ ତୃତୀୟ ସର୍ବାଧିକ ପ୍ରଭାବିତ ରାଜ୍ୟ ଭାବେ ତେଲେଙ୍ଗାନାରେ 24ଟି ମାମଲା ସାମ୍ନାକୁ ଆସିଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.