ETV Bharat / bharat

Covid Compensation: କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ଭୁରି ଭୁରି ପ୍ରଶଂସା - Supreme Court

ପ୍ରତିକୂଳ ପରିସ୍ଥିତିରେ ଭାରତ ଯାହା କରିପାରିଛି, ସେଭଳି ଅନ୍ୟ କୌଣସି ଦେଶ କରିପାରିନି ବୋଲି ସର୍ବୋଚ୍ଚ ଅଦାଲତ ନିଜ ବୟାନରେ କହିଛନ୍ତି । କୋରୋନା ସଂକ୍ରମିତ ପ୍ରତ୍ୟେକ ମୃତଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାର । ଅଧିକ ପଢନ୍ତୁ...

Covid Compensation: ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ପ୍ରଶଂସା

author img

By

Published : Sep 23, 2021, 8:16 PM IST

ନୂଆଦିଲ୍ଲୀ: କୋରୋନା ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା ଉପରେ ସରକାରଙ୍କୁ ପ୍ରଶଂସା କରିଛନ୍ତି ସୁପ୍ରିମକୋର୍ଟ । ପ୍ରତିକୂଳ ପରିସ୍ଥିତିରେ ଭାରତ ଯାହା କରିପାରିଛି, ସେଭଳି ଅନ୍ୟ କୌଣସି ଦେଶ କରିପାରିନି ବୋଲି ସର୍ବୋଚ୍ଚ ଅଦାଲତ ନିଜ ବୟାନରେ କହିଛନ୍ତି । କୋରୋନା ସଂକ୍ରମିତ ପ୍ରତ୍ୟେକ ମୃତଙ୍କ ପରିବାରକୁ ୫୦ ହଜାର ଟଙ୍କା ଦିଆଯିବ ବୋଲି ସୁପ୍ରିମକୋର୍ଟଙ୍କୁ ଅବଗତ କରାଇଛନ୍ତି ସରକାର ।

ସୁପ୍ରିମକୋର୍ଟର ଜଷ୍ଟିସ ଏମଆର ଶାହ ଏବଂ ଏସ ବୋପନ୍ନା କହିଛନ୍ତି ଯେ ବିପର୍ଯ୍ୟୟ ପରିଚାଳନା ପାଣ୍ଠିରୁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ବହୁ ଅର୍ଥ ଖର୍ଚ୍ଚ କରିବାକୁ ପଡିବ । ଭବିଷ୍ୟତରେ ପରିସ୍ଥିତି କିପରି ହେବ ତାହା ମଧ୍ୟ ସ୍ପଷ୍ଟ ହୋଇନାହିଁ । ଏହା ସତ୍ତ୍ବେ ଲକ୍ଷ ଲକ୍ଷ ଲୋକଙ୍କୁ କ୍ଷତିପୂରଣ ଦେବା ଏକ ବଡ଼ କଥା । ସଙ୍କଟ ପରିସ୍ଥିତିକୁ ଭାରତ ଭଲ ଭାବରେ ନିୟନ୍ତ୍ରଣ କରିଛି ବୋଲି କହିଛନ୍ତି ସୁପ୍ରମକୋର୍ଟ ବିଚାରପତି ।

ମହାମାରୀ କୋରୋନାରେ ହୋଇଥିବା ମୃତ୍ୟୁ ପାଇଁ ମିଳିବ କ୍ଷତିପୂରଣ । ଏନେଇ ଗୁରୁବାର ସୂଚନା ଦେଇଥିଲା ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (NDMA) । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୫୦ ହଜାର ଟଙ୍କା କ୍ଷତିପୂରଣ ଦିଆଯିବା ନେଇ ହୋଇଥିଲା ଘୋଷଣା । ଏହି ଟଙ୍କା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ପାଣ୍ଠିରୁ ମିଳିବ । ସର୍ବନିମ୍ନ କ୍ଷତିପୂରଣ ଉପରେ ଗାଇଡଲାଇନ ପାଇଁ କହିଥିଲେ ସୁପ୍ରିମକୋର୍ଟ ।

ଏହାପୂର୍ବରୁ ନିଜ ଆଦେଶରେ କୋରୋନା ସଂକ୍ରମିତଙ୍କ ମୃତ୍ୟୁ ପାଇଁ କ୍ଷତିପୂରଣ ଦେବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମହାମାରୀ କୋରୋନାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ଏଯାଏଁ କ୍ଷତିପୂରଣ ନୀତି ନିର୍ଦ୍ଧାରଣ ନହେବା ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ସର୍ବୋଚ୍ଚ ନ୍ୟାୟାଳୟ । ଏନେଇ କେନ୍ଦ୍ର ସରକାରଙ୍କୁ ଭର୍ତ୍ସନା କରିଥିଲେ ସର୍ବୋଚ୍ଚ ଅଦାଲତ । କ୍ଷତିପୂରଣ ନୀତି ସମେତ ମୃତ୍ୟୁ ପ୍ରମାଣପତ୍ରରେ ମୃତ୍ୟୁର ସଠିକ କାରଣ ଦର୍ଶାଇବାର ବ୍ୟବସ୍ଥା କରିବାକୁ ମଧ୍ୟ କହିଥିଲେ ସୁପ୍ରିମକୋର୍ଟ ।

ମାମଲାରେ ବର୍ତ୍ତମାନ ସୁଦ୍ଧା କୌଣସି ଉତ୍ତର ନ ଦିଆଯିବା କାରଣରୁ ଏହା ଉପରେ ସୁପ୍ରିମକୋର୍ଟ କହିଥିଲେ, ଯେବେ ଏହି ପଦକ୍ଷେପ ନିଆଯିବ ସେବେ କୋରୋନାର ତୃତୀୟ ଲହରୀ ବିତିସାରିଥିବ । ଏହାପୂର୍ବରୁ ଜୁନ ୩୦ରୁ ଦେଶରେ କୋରୋନା ଯୋଗୁଁ ହୋଇଥିବା ପ୍ରତ୍ୟେକ ମୃତ୍ୟୁ ପାଇଁ କ୍ଷତିପୂରଣ ଅର୍ଥ ଦେବାକୁ କହିଥିଲେ ସୁପ୍ରିମକୋର୍ଟ । 6 ସପ୍ତାହ ମଧ୍ୟରେ କ୍ଷତିପୂରଣ ଅର୍ଥ ନିର୍ଦ୍ଧାରିତ କରି ରାଜ୍ୟକୁ ସୂଚିତ କରିବା ପାଇଁ ଜାତୀୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ଏଭଳି ବିପର୍ଯ୍ୟୟ ଯୋଗୁଁ ଅନୁକମ୍ପା ଅର୍ଥ ଦେବା ସରକାରଙ୍କ କର୍ତ୍ତବ୍ୟ ବୋଲି ସୁପ୍ରିମକୋର୍ଟ ମାନିଥିଲେ । ହେଲେ ଅନୁକମ୍ପା ଅର୍ଥ କେତେ ହେବ ଏହି ନିଷ୍ପତ୍ତି ସରକାରଙ୍କ ଉପରେ ଛାଡି ଦେଇଥିଲେ ସର୍ବୋଚ୍ଚ ଅଦାଲତ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.