ETV Bharat / bharat

FiberNet scam: ନଭେମ୍ବର ୯ ପର୍ଯ୍ୟନ୍ତ ଚନ୍ଦ୍ରବାବୁଙ୍କୁ ଗିରଫ କରିପାରିବନି ଆନ୍ଧ୍ର ପୋଲିସ

ଆସନ୍ତା ନଭେମ୍ବର ୯ ପର୍ଯ୍ୟନ୍ତ ଫାଇବର ନେଟ ଦୁର୍ନୀତି ମାମଲାରେ ଟିଡିପି ମୁଖ୍ୟ ଚନ୍ଦ୍ରବାବୁଙ୍କୁ ଗିରଫ କରିପାରିବନି ଆନ୍ଧ୍ର ପୋଲିସ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ । ଅଧିକ ପଢନ୍ତୁ

author img

By ETV Bharat Odisha Team

Published : Oct 20, 2023, 4:34 PM IST

FiberNet scam
FiberNet scam

ନୂଆଦିଲ୍ଲୀ: ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଫାଇବର ନେଟ ଦୁର୍ନୀତି ମାମଲା । ଆସନ୍ତା ନଭେମ୍ବର ୯ ତାରିଖ ପର୍ଯ୍ୟନ୍ତ ଚନ୍ଦ୍ରବାବୁଙ୍କୁ ଆନ୍ଧ୍ର ପୋଲିସ ଗିରଫ କରିପାରିବ ନାହିଁ ବୋଲି ଆଜି ଶୁଣାଣି କରି ନିର୍ଦ୍ଦେଶ ଦେଇଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ । ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ରାୟ ନ ଆସିବା ପର୍ଯ୍ୟନ୍ତ ସୁପ୍ରିମକୋର୍ଟଙ୍କ ଏହି ନିର୍ଦ୍ଦେଶ ବଳବତ୍ତର ରହିବ ବୋଲି କୋର୍ଟ ଶୁଣାଣି ବେଳେ କହିଛନ୍ତି ।

ଜଷ୍ଟିସ ଅନିରୁଦ୍ଧ ବୋଷ ଓ ବେଲା ଏମ ତ୍ରିବେଦୀଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଚନ୍ଦ୍ରବାବୁଙ୍କ ବିରୋଧରେ ହୋଇଥିବା ଫାଇବର ନେଟ ମାମଲାରେ ଆଗୁଆ ଜାମିନ ଆବେଦନର ଶୁଣାଣି ଆସନ୍ତା ନଭେମ୍ବର ୯ ତାରିଖରେ କରିବେ ବୋଲି ତାରିଖ ଧାର୍ଯ୍ୟ କରିଛନ୍ତି । ଗତ ଅକ୍ଟୋବର ୧୩ ତାରିଖରେ ଆନ୍ଧ୍ର ପୋଲିସ ନିଜ ବିବୃତ୍ତିରେ କହିଥିଲା ଯେ ନାଇଡୁଙ୍କୁ ପୋଲିସ ନ୍ୟାୟିକ ହେପାଜତକୁ ନେବ ନାହିଁ । ପରବର୍ତ୍ତୀ ଶୁଣାଣି ନ ଆସିବା ପର୍ଯ୍ୟନ୍ତ ଆନ୍ଧ୍ର ପୋଲିସ ଏହି ନିଷ୍ପତ୍ତିକୁ ବଳବତ୍ତର ରଖୁ ବୋଲି ଆପେକ୍ସ କୋର୍ଟ କହିଛନ୍ତି ।

ଏହା ବି ପଢନ୍ତୁ- ନଭେମ୍ବର ପହିଲା ପର୍ଯ୍ୟନ୍ତ ବଢିଲା ଚନ୍ଦ୍ରବାବୁଙ୍କ ନ୍ୟାୟିକ ହାଜତ ଅବଧି

ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି ଯେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ କୋର୍ଟଙ୍କ ରାୟ ସଂରକ୍ଷିତ ରଖାଯାଇଛି । ଏଣୁ ଏବେ ଫାଇବର ନେଟ ଦୁର୍ନୀତି ମାମଲାରେ ନାଇଡୁଙ୍କ ପକ୍ଷରୁ ଆବେଦନ ହୋଇଥିବା ଆଗୁଆ ଜାମିନ ଉପରେ ଶୁଣାଣି କରାଯିବ । ନାଇଡୁଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଲୁଥ୍ରା ସୁପ୍ରିମକୋର୍ଟଙ୍କୁ କହିଥିଲେ ଯେ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ରାୟ ସଂରକ୍ଷିତ ଥିବାରୁ ଫାଇବର ନେଟ ମାମଲାରେ ଆନ୍ଧ୍ର ପୋଲିସ ନାଇଡୁଙ୍କୁ ନ୍ୟାୟିକ ହେପାଜତକୁ ନେବା ଲାଗି ଉଦ୍ୟମ କରୁଛି । ସେପଟେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ରଞ୍ଜିତ କୁମାର କହିଛନ୍ତି ଯେ କୋର୍ଟଙ୍କ ରାୟକୁ ଅପେକ୍ଷା କରିବାରେ ସେମାନଙ୍କର କୌଣସି ସମସ୍ୟା ନାହିଁ ।

ଏହା ବି ପଢନ୍ତୁ- FiberNet scam case: ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ, ୧୭ରେ ପରବର୍ତ୍ତୀ ଶୁଣାଣି

ଆନ୍ଧ୍ରପ୍ରଦେଶ ହାଇକୋର୍ଟ ନାଇଡୁ ଆଗୁଆ ଜାମିନ ଆବେଦନ କରିଥିଲେ । ମାତ୍ର ହାଇକୋର୍ଟ ଏହାକୁ ଖାରଜ କରିବା ପରେ ନାଇଡୁ ସର୍ବୋଚ୍ଚ ଅଦାଲତଙ୍କ ଦ୍ବାରସ୍ଥ ହୋଇଛନ୍ତି । ଏହାସହିତ ଦକ୍ଷତା ବିକାଶ ଦୁର୍ନୀତି ମାମଲାରେ ନାଇଡୁଙ୍କ ବିରୋଧରେ ଏଫଆଇଆର ଦାଏର ହୋଇଥିଲା । ଏହାକୁ ପ୍ରତ୍ୟାହାର କରିବା ଲାଗି ନିର୍ଦ୍ଦେଶ ଦେବାକୁ ନାଇଡୁ ପ୍ରଥମେ ଆନ୍ଧ୍ର ହାଇକୋର୍ଟରେ ଆବେଦନ କରିଥିଲେ । ମାତ୍ର ଏହି ଆବେଦନକୁ ଆନ୍ଧ୍ର ହାଇକୋର୍ଟ ଖାରଜ କରିବା ପରେ ଏହି ରାୟକୁ ସୁପ୍ରିମକୋର୍ଟରେ ସେ ଚ୍ୟାଲେଞ୍ଜ କରିଥିଲେ । ଏବେ ନାଇଡୁ ନ୍ୟାୟିକ ହେପାଜତରେ ରହିଛନ୍ତି ।

ଚନ୍ଦ୍ରବାବୁ ନାଇଡୁ ଯେତେବେଳେ ଆନ୍ଧ୍ର ପ୍ରଦେଶ ମୁଖ୍ୟମନ୍ତ୍ରୀ ଥିଲେ ସେତେବେଳେ ସେ ୩୩୦ କୋଟି ଟଙ୍କା ବ୍ୟୟରେ ଫାଇବର ନେଟ ପ୍ରକଳ୍ପ ଆରମ୍ଭ କରିଥିଲେ । ଏହି ପ୍ରକଳ୍ପର ପ୍ରଥମ ପର୍ଯ୍ୟାୟ କାମର ଟେଣ୍ଡର ସମୟରେ ଦୁର୍ନୀତି ହୋଇଥିବା ଅଭିଯୋଗ ହୋଇଥିଲା । ଏହାଦ୍ବାରା ଅହେତୁକ ରାଜସ୍ବ ହାନି ହୋଇଛି ବୋଲି ଆନ୍ଧ୍ର ସିଆଇଡି ଅଭିଯୋଗ ଆଣିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.