ETV Bharat / bharat

ରାହୁଲଙ୍କୁ ଭେଟିବାପରେ ନୀତିଶ କହିଲେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ - ନୀତିଶ କୁମାର

2024 ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ । ଦିଲ୍ଲୀରେ କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଲେ JDU ମୁଖ୍ୟ ନୀତିଶ କୁମାର । ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ଇଚ୍ଛୁକ ନଥିବା କହିଲେ ନୀତିଶ । ଅଧିକ ପଢନ୍ତୁ

ରାହୁଲଙ୍କୁ ଭେଟିଲେ ନୀତିଶ: କହିଲେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ନାହିଁ

author img

By

Published : Sep 6, 2022, 7:35 AM IST

ନୂଆଦିଲ୍ଲୀ: 2024 ଲୋକସଭା ନିର୍ବାଚନରେ ବିଜେପିକୁ ପରାସ୍ତ କରିବାକୁ ପ୍ରତିଶ୍ରୁତିବଦ୍ଧ ନୀତିଶ କୁମାର ସୋମବାର କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ଭେଟିଛନ୍ତି(Nitish meets Rahul) । ଉଭୟ ନେତା ଦେଶର ସାମ୍ପ୍ରତିକ ରାଜନୈତିକ ସ୍ଥିତି ଏବଂ ବିରୋଧି ଦଳ ଏକତାକୁ ନେଇ ଆଲୋଚନା କରିଛନ୍ତି । ରାହୁଲଙ୍କୁ ଭେଟିବା ପରେ ନୀତିଶ ଏନସିପି ନେତା ଶରଦ ପାୱାର, ଆମ୍ ଆଦାମୀ ପାର୍ଟି ସୁପ୍ରିମ ଅରବିନ୍ଦ କେଜ୍ରିୱାଲ, ସପା ମୁଖ୍ୟ ଅଖିଳେଶ ଯାଦବ, ଜେଡିଏସ ନେତା ଏଚ ଡି କୁମାରସ୍ବାମୀଙ୍କ ସମେତ ଅନ୍ୟାନ୍ୟ ବିରୋଧି ଦଳ ନେତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହିଛି ।

ତେବେ ଦିଲ୍ଲୀରେ ପହଞ୍ଚିବା ପରେ ନୀତିଶ ପ୍ରଧାନମନ୍ତ୍ରୀ ପଦ ପାଇଁ ପ୍ରାର୍ଥୀ ହେବା ସମ୍ପର୍କିତ ପୁଣି ଏକ ପ୍ରଶ୍ନରେ କହିଛନ୍ତି, ''ମୁଁ ପ୍ରଧାନମନ୍ତ୍ରୀ ହେବାକୁ ଚିନ୍ତା କରୁନାହିଁ । ମୋର ଏପରି କୌଣସି ଇଚ୍ଛା ମଧ୍ୟ ନାହିଁ । ମୁଁ କେବଳ ଅଧିକରୁ ଅଧିକ ବିରୋଧି ଦଳ ଏକଜୁଟ କରିବା ଦିଗରେ କାର୍ଯ୍ୟ କରୁଛି । ଯାହା ଦେଶ ପାଇଁ ଭଲ ହେବ ଓ ବିରୋଧି ଦଳକୁ ହଟାଇବାରେ ସହଜ ହେବ ।'' ଏହି ସମୟରେ ନୀତିଶ କୁମାର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିବାକୁ ଭୁଲି ନାହାନ୍ତି ।

ଏହାମଧ୍ୟ ପଢନ୍ତୁ: 2024 ପାଇଁ ବଳ ଗୋଟାଉଛି ବିରୋଧୀ ମେଣ୍ଟ ! ସାରା ଦେଶର କୃଷକଙ୍କ ପାଇଁ ବଡ ଘୋଷଣା କଲେ KCR, ଦିଲ୍ଲୀରେ ରାହୁଲଙ୍କୁ ଭେଟିଲେ ନୀତିଶ-କୁମାରସ୍ୱାମୀ

JDU ନେତା କହିଛନ୍ତି, ''ଆପଣ ସମସ୍ତ ଦେଖୁଛନ୍ତି ସବୁକିଛି କିପରି ଚାଲିଛି । ସତ୍ତାସୀନ ସରକାର କେବଳ ପ୍ରଚାର କରୁଛି । ହେଲେ କୌଣସି କାର୍ଯ୍ୟ କରାଯାଉ ନାହିଁ । ଆଞ୍ଚଳିତ ଦଳଗୁଡିକୁ କିପରି ଭାବେ ଟାର୍ଗେଟ କରାଯାଉଛି ତାହା ସମସ୍ତେ ଦେଖୁଛନ୍ତି ।'' ତେବେ ଜେଡିୟୁ ନେତା ନୀତିଶ କୁମାର ୨୦୨୪ ନିର୍ବାଚନରେ ପ୍ରଧାନମନ୍ତ୍ରୀ ପଦ ପାଇଁ ତାଙ୍କର ଲାଳସା ନଥିବା କହୁଥିଲେ ମଧ୍ୟ ପରୋକ୍ଷରେ ସେ ଯେ ପ୍ରାର୍ଥୀତ୍ବ ପାଇଁ ଇଚ୍ଛୁକ ଥିବା ନେଇ ଯଥେଷ୍ଟ ଇଙ୍ଗିତ ଦେଇଛନ୍ତି । JDU ନେତା ଓ କାର୍ଯ୍ୟକର୍ତ୍ତାମାନେ 'ଦେଶ କା ନେତା କୈସା ହୋ, ନୀତିଶ କୁମାର ଜୈସା ହୋ' ନାରା ଦେଉଛନ୍ତି ।

ଏହାସହିତ 'ପ୍ରଦେଶ ମେ ଦିଖା, ଦେଶ ମେ ଦିଖେଗା' ସ୍ଲୋଗାନ ଜେଡିୟୁ କାର୍ଯ୍ୟାଳୟ ବାହାରେ ଲଗାଯାଇଥିବାର ମଧ୍ୟ ଦେଖିବାକୁ ମିଳିଛି । ଏଥିରୁ ୨୦୨୪ ନିର୍ବାଚନକୁ ନେଇ ନୀତିଶଙ୍କ ଆଭିମୁଖ୍ୟ ସ୍ପଷ୍ଟ ହେଉଛି । ନିଜର ଦିଲ୍ଲୀ ଗସ୍ତ ସମୟରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Droupadi Murmu) ଏବଂ ଉପରାଷ୍ଟ୍ରପତି ଜଗଦୀପ ଧନଖଡଙ୍କୁ(Jagdeep Dhankhar) ଭେଟିବାର ମଧ୍ୟ କାର୍ଯ୍ୟକ୍ରମ ରହିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.