ETV Bharat / bharat

Nitish Kumar vulgar remarks row: ନୀତିଶଙ୍କ ବିରୋଧରେ କୋର୍ଟରେ ମାମଲା, 25ରେ ଶୁଣାଣି

author img

By ETV Bharat Odisha Team

Published : Nov 8, 2023, 5:43 PM IST

ଅଶାଳୀନ ମନ୍ତବ୍ୟ ମାମଲାରେ ମୁଜାଫରପୁର ସିଜେଏମ କୋର୍ଟରେ ନୀତିଶଙ୍କ ନାମରେ ମାମଲା ଦାଏର । ଚଳିତ ମାସ 25 ତାରିଖରେ ହେବ ଶୁଣାଣି । ଆଜି ବିଧାନସଭାରେ କ୍ଷମା ମାଗି ସାରିଛନ୍ତି ନୀତିଶ । ଅଧିକ ପଢନ୍ତୁ

Nitish Kumar vulgar remarks row: ନୀତିଶଙ୍କ ବିରୋଧରେ କୋର୍ଟରେ ମାମଲା, ମାଗି ସାରିଛନ୍ତି କ୍ଷମା

ପାଟନା: ଜନ୍ମ ନିୟନ୍ତ୍ରଣ ପ୍ରସଙ୍ଗରେ ବିଧାନସଭାରେ ଅଶାଳୀନ ମନ୍ତବ୍ୟ ଦେଇଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ଅଡୁଆରେ ବଢିବାରେ ଲାଗିଛି । ଗତକାଲି ଠାରୁ ଚାରିଆଡୁ ସମାଲୋଚନାର ଶିକାର ହୋଇଥିବା ନୀତିଶ ଆଜି ପୁଣି ବିଧାନସଭା ଗୃହରେ କ୍ଷମା ମଧ୍ୟ ମାଗିଛନ୍ତି । ନିଜ ମନ୍ତବ୍ୟ ପାଇଁ ଦୁଃଖ ପ୍ରକାଶ କରିବା ସହ ବ୍ୟବହାର କରିଥିବା ଶବ୍ଦ ପ୍ରତ୍ୟାହାର ମଧ୍ୟ କରିଛନ୍ତି । ହେଲେ ତଥାପି ଏହି ମାମଲା ଥଣ୍ଡା ପଡିନି । ଆଜି ଜଣେ ଆବେଦନକାରୀ ମୁଜାଫରପୁର ସିଜେଏମ କୋର୍ଟରେ ନୀତିଶଙ୍କ ନାମରେ ମାମଲା ଦାଏର କରିଛନ୍ତି । ଏହି ମାମଲା ପଞ୍ଜିକୃତ ହୋଇଥିବା ବେଳେ ଚଳିତ 25 ତାରିଖରେ କୋର୍ଟ ଏହାର ଶୁଣାଣି ତାରିଖ ଧାର୍ଯ୍ୟ କରିଥିବା ସୂଚନା ମିଳିଛି ।

ଗତକାଲି (ମଙ୍ଗଳବାର) ବିଧାନସଭାରେ ନୀତିଶଙ୍କ ଏହି ମନ୍ତବ୍ୟ ଆସିବା ପରେ ତାଙ୍କୁ ବିଭିନ୍ନ ମହଲରୁ ସମାଲୋଚନାର ଶିକାର ହେବାକୁ ପଡିଥିଲା । ଗତକାଲି ବିରୋଧୀ ବିଜେପି ସମେତ ଅନ୍ୟ କିଛି ବିରୋଧୀ ଦଳଙ୍କ ସମେତ ଜାତୀୟ ମହିଳା କମିଶନ ମଧ୍ୟ ଏହାକୁ ଦେଶର ମହିଳାଙ୍କ ପ୍ରତି ଚରମ ଅସମ୍ମାନ ବୋଲି କହିଥିଲେ । ଏହା ସହ ନୀତିଶ ତୁରନ୍ତ କ୍ଷମା ମାଗନ୍ତୁ ବୋଲି ଆୟୋଗର ଅଧ୍ୟକ୍ଷା କହିଥିଲେ । ତେବେ ଆଜି ଏହି ମାମଲାରେ ନୀତିଶ ସଫେଇ ରଖିବା ସହ ସେହି ବିଧାନସଭାରେ ନିଜ ମନ୍ତବ୍ୟ ପାଇଁ କ୍ଷମା ମଧ୍ୟ ପ୍ରାର୍ଥନା କରିଛନ୍ତି । ସେ ବ୍ୟବହାର କରିଥିବା ଶବ୍ଦ ପ୍ରତ୍ୟାହାର କରୁଛନ୍ତି ବୋଲି ଘୋଷଣା କରିଛନ୍ତି । ତଥାପି ସେ ଏହି ମାମଲାରେ ଆଇନଗତ କାର୍ଯ୍ୟାନୁଷ୍ଠାନର ଶିକାର ହୋଇପାରନ୍ତି ।

ଏହା ମଧ୍ୟ ପଢନ୍ତୁ:- ବିବାଦ ପରେ ଆପତ୍ତିଜନକ ମନ୍ତବ୍ୟ ନେଇ କ୍ଷମା ମାଗିଲେ ନୀତିଶ କୁମାର, କହିଲେ ଶଦ୍ଦ ଫେରାଇ ନେଉଛି

ଆଜି କ୍ଷମା ପ୍ରାର୍ଥନା ବେଳେ ବିଧାନସଭାରେ ନୀତିଶ କହିଛନ୍ତି, ମହିଳାଙ୍କୁ ଅସମ୍ମାନ କରିବା ତାଙ୍କର ଉଦ୍ଦେଶ୍ୟ ନଥିଲା । ସେ କେବଳ ମହିଳାଙ୍କ ଶିକ୍ଷା କଥା କହିଥିଲେ । ଯଦି ଉକ୍ତ କଥା କାହାକୁ ଆଘାତ ଦେଇଛି ତେବେ ସେ କ୍ଷମା ମାଗୁଛନ୍ତି । କ୍ଷମା ପ୍ରାର୍ଥନା କରିବା ପରେ ମଧ୍ୟ ନୀତିଶଙ୍କ ପ୍ରତି ସମାଲୋଚନା ଶାନ୍ତ ପଡିନି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିଜେ ମଧ୍ୟ ପ୍ରଦେଶର ଏକ ନିର୍ବାଚନ ରାଲିରୁ ଏହି ପ୍ରସଙ୍ଗ ଉଠାଇ ନାଁ ନନେଇ ନୀତିଶଙ୍କୁ କଡା ନିନ୍ଦା କରିଛନ୍ତି । ସଦନରେ ଏପରି ଭାଷାର ବ୍ୟବହାର କଳ୍ପନାରୁ ବାହାରେ ଥିଲା ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.