ETV Bharat / bharat

କାଲି ଇଣ୍ଡିଆ ମେଣ୍ଟ ବୈଠକ:  ମମତାଙ୍କ ପରେ ନୀତିଶଙ୍କ ସାମିଲ ନେଇ ସସ୍ପେନ୍ସ, କଂଗ୍ରେସ ଉପରେ ଖପ୍ପା କି ବିହାର ସିଏମ୍ ?

author img

By ETV Bharat Odisha Team

Published : Dec 5, 2023, 12:49 PM IST

Updated : Dec 5, 2023, 1:02 PM IST

INDIA Bloc Meet: ଆସନ୍ତାକାଲି ବିରୋଧୀ ମହାମେଣ୍ଟ ଇଣ୍ଡିଆ ବୈଠକ । ସାମିଲ ନ ହୋଇପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢନ୍ତୁ

ଇଣ୍ଡିଆ ମେଣ୍ଟ ବୈଠକ
ଇଣ୍ଡିଆ ମେଣ୍ଟ ବୈଠକ

ନୂଆଦିଲ୍ଲୀ: ଆସନ୍ତାକାଲି ବସିବ ଇଣ୍ଡିଆ ମେଣ୍ଟ ବୈଠକ । ହେଲେ ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ପ୍ରଦର୍ଶନ ଯୋଗୁଁ ମେଣ୍ଟ ଭିତରେ ଫାଟ ସୁଦୃଶ୍ୟ ହେବାରେ ଲାଗିଛି । କଂଗ୍ରେସ ପ୍ରତି ଅସନ୍ତୁଷ୍ଟ ଅଛନ୍ତି ସହଯୋଗୀ ଦଳ । ଏହାକୁ ନେଇ କାଲି ବସିବାକୁ ଥିବା ବୈଠକରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସାମିଲ ହୋଇନପାରନ୍ତି । ବୈଠକ ସମ୍ପର୍କରେ ଟିଏମସିକୁ କେହି ସୂଚନା ଦେଇନାହାନ୍ତି । ଏ ବିଷୟରେ ଜାଣିନଥିବା ଯୋଗୁଁ ଏଥିରେ ଯୋଗ ଦେବାକୁ ଦିଲ୍ଲୀ ଯାଇପାରିବେ ନାହିଁ ମମତା ସୋମବାର ସଫା ସଫା କହିଥିବା ବେଳେ ନୀତିଶ ମଧ୍ୟ ଏଥିରୁ ଦୂରେଇ ରହିପାରନ୍ତି ।

ସୂତ୍ରରୁ ପ୍ରାପ୍ତ ସୂଚନା ଅନୁଯାୟୀ, ନୀତିଶ କୁମାର ବିରୋଧୀ ମେଣ୍ଟ ବୈଠକ ପାଇଁ ଆସନ୍ତାକାଲି ଦିଲ୍ଲୀ ଯିବେ ନାହିଁ । ସେ ନଗଲେ ବି ଜେଡିୟୁ ପକ୍ଷରୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ଲଲନ ସିଂହ ଏବଂ ବିହାର ଜଳସମ୍ପଦ ମନ୍ତ୍ରୀ ସଞ୍ଜୟ କୁମାର ଝା' ଦିଲ୍ଲୀ ଗସ୍ତ କରିପାରନ୍ତି । ସେହିପରି ଆରଜେଡିରୁ ଲାଲୁ ପ୍ରସାଦ ଯାଦବ ଏବଂ ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ଏହି ବୈଠକରେ ସାମିଲ ହେବାର ସୂଚନା ରହିଛି । ତେବେ ମମତାଙ୍କ ପରେ ନୀତିଶ ବୈଠକରୁ ଦୂରେଇ ରହିବା ମେଣ୍ଟରେ ବଢୁଥିବା ଫାଟ ଆଡକୁ ଇସାରା ଦେଉଛି ।

ଏହା ମଧ୍ୟ ପଢନ୍ତୁ: ହିନ୍ଦୀ ହାର୍ଟଲ୍ୟାଣ୍ଡରେ କଂଗ୍ରେସ ଫେଲ ! ବୈଠକ ଡାକିଲା ‘ଇଣ୍ଡିଆ’

ବିଧାନସଭା ନିର୍ବାଚନରେ ବିଜେପିଠାରୁ ପରାଜିତ ହେବା ପରେ କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡଗେ ଡିସେମ୍ବର ୬ରେ ଇଣ୍ଡିଆ ମେଣ୍ଟ ବୈଠକ ଡକାଇଛନ୍ତି । ଦୀର୍ଘ ୩ ମାସ ପରେ ଏହି ବିରୋଧୀ ମେଣ୍ଟ ବୈଠକ ଅନୁଷ୍ଠିତ ହେବାକୁ ଯାଉଛି । ଏଥିରେ ଆସନ୍ତା ବର୍ଷ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପିକୁ ଚେକ୍ ଦେବାକୁ ରଣନୀତି ପ୍ରସ୍ତୁତି ଉପରେ ଆଲୋଚନା କରାଯାଇପାରେ । ଏଥିସହ ଆସନ୍ତା ନିର୍ବାଚନରେ ଆସନ ବୁଝାମଣା ସଂକ୍ରାନ୍ତରେ ମଧ୍ୟ ଚର୍ଚ୍ଚା ହୋଇପାରେ । ତେବେ ବେଙ୍ଗାଲୁରୁ ଓ ମୁମ୍ବାଇ ବୈଠକରେ ନୀତିଶ କୁମାର ଆସନ ବୁଝାମଣା ପାଇଁ ଏକ କମିଟି ଗଠନ କରିବାକୁ ପ୍ରସ୍ତାବ ଦେଇଥିଲେ । ହେଲେ ସେତେବେଳେ ତାଙ୍କ କଥା କେହି ଶୁଣିନଥିଲେ । ତେଣୁ ଏହାକୁ ନେଇ ନୀତିଶ ଅସନ୍ତୁଷ୍ଟ ଅଛନ୍ତି ବୋଲି କୁହାଯାଉଛି ।

ସୋମବାର ମମତା ବାନାର୍ଜୀ କହିଥିଲେ ଯେ, ବୈଠକ ସମ୍ପର୍କରେ ତାଙ୍କୁ କୌଣସି ସୂଚନା ଦିଆଯାଇନି । ଉତ୍ତର ବେଙ୍ଗଲରେ ତାଙ୍କର ଅନ୍ୟ କାର୍ଯ୍ୟକ୍ରମ ସ୍ଥିର ହୋଇସାରିଛି । ସେଠାରେ ତାଙ୍କର ୭ ଦିନିଆ କାର୍ଯ୍ୟକ୍ରମ ରହିଛି । ଯଦି ବୈଠକ ବାବଦରେ ସେ ଜାଣିଥାଆନ୍ତେ ତାହାଲେ ନିଜର କାର୍ଯ୍ୟକ୍ରମ ରଖିନଥାନ୍ତେ । ଯେହେତୁ ସେ ଏ ବିଷୟରେ କିଛି ଜାଣି ନାହାନ୍ତି ତେଣୁ ସେ ଆସନ୍ତକାଲି ଉତ୍ତର ବେଙ୍ଗଲ ଗସ୍ତ କରିବେ ଏବଂ ବୈଠକ ପାଇଁ ଦିଲ୍ଲୀ ଯାଇପାରିବେ ନାହିଁ । ଏପରିକି ତାଙ୍କର ଦଳ ତୃଣମୂଳ କଂଗ୍ରେସ(TMC) ମଧ୍ୟ ଇଣ୍ଡିଆ ମେଣ୍ଟ ବୈଠକରେ ସାମିଲ ନହେବା ନେଇ ସୂଚନା ରହିଛି ।

୨୦୨୪ ଲୋକସଭା ନିର୍ବାଚନକୁ ନେଇ ବିଜେପି ବିରୋଧରେ ବିରୋଧୀ ଦଳଗୁଡ଼ିକ ଏକଜୁଟ ହୋଇଛନ୍ତି । ଏଥିପାଇଁ ଜୁନ୍‌ ୨୩ରେ ପାଟନାରେ ବିରୋଧୀଙ୍କ ପ୍ରଥମ ବୈଠକ ବସିଥିଲା । ଜୁଲାଇ ୧୭-୧୮ରେ ବେଙ୍ଗାଲୁରୁ ଠାରେ ଦ୍ବିତୀୟ ବୈଠକ ଏବଂ ମୁମ୍ବାଇରେ ତୃତୀୟ ବୈଠକ ଡକାଇ ମେଣ୍ଟର ନାମ ଇଣ୍ଡିଆ ରଖାଯାଇଥିଲା । ଏହାସହିତ ସଂଯୋଜକ କମିଟି ଏବଂ ଅନ୍ୟ କମିଟିଗୁଡ଼ିକର ଗଠନ ହୋଇଥିଲା । ତେବେ କାଲିର ବୈଠକ ପୂର୍ବରୁ ଆଜି ଶୀତ ଅଧିବେଶନର ଦ୍ବିତୀୟ ଦିନରେ ରାଜ୍ୟସଭା ବିରୋଧି ଦଳ ନେତା ମଲ୍ଲିକାର୍ଜୁନ ଖଡଗେଙ୍କ ଅଫିସରେ ଇଣ୍ଡିଆ ମେଣ୍ଟର ନେତାମାନେ ଏକାଠି ହୋଇ ଆଲୋଚନା କରିଛନ୍ତି ।

Last Updated : Dec 5, 2023, 1:02 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.