ETV Bharat / bharat

Bihar Politics: ବିହାରକୁ ବାଏ ବାଏ କହି ଉପରାଷ୍ଟ୍ରପତି ହେବେ କି ନୀତିଶ ? - ଉପରାଷ୍ଟ୍ରପତି ହୋଇପାରନ୍ତି ନୀତିଶ କୁମାର

ବିହାର ରାଜନୀତିକୁ ବାଏ ବାଏ କହିପାରନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ବିହାର ବିଜେପି ନେତାଙ୍କ ବୟାନବାଜି ମଧ୍ୟରେ ଅତିଷ୍ଠ ହୋଇପଡିଥିବା ନୀତିଶ ମୁଖ୍ୟମନ୍ତ୍ରୀ ପଦ ଛାଡି ଉପରାଷ୍ଟ୍ରପତି ପଦରେ ବସିପାରନ୍ତି । ରାଜନୈତିକ ମହଲରେ ଏନେଇ ଚର୍ଚ୍ଚା ଜୋର ଧରିଛି । ଅଧିକ ପଢନ୍ତୁ

Bihar Politics: ବିହାରକୁ ବାଏ ବାଏ କହିବେ କି ନୀତିଶ ?

author img

By

Published : Apr 8, 2022, 11:59 AM IST

ପାଟନା: ସଦ୍ୟ ସମାପ୍ତ ୫ ରାଜ୍ୟର ବିଧାନସଭା ନିର୍ବାଚନରେ ବିଜେପିର ବିରାଟ ବିଜୟ ହୋଇଛି । ଉତ୍ତର ପ୍ରଦେଶରେ କ୍ରମାଗତ ଦ୍ବିତୀୟ ଥର ନିଜ ଦମ୍‌ରେ ସରକାର ଗଠନ କରିଥିବା ଭାରତୀୟ ଜନତା ପାର୍ଟିର ନଜର ଏବେ ବିହାର ଉପରେ । ବିହାରରେ ଆରଜେଡି(RJD) ସହ କେବଳ ଦେଢ ବର୍ଷକୁ ଛାଡି ଦେଲେ ପାଖାପାଖି ୧୭ ବର୍ଷ ହେବ ବିଜେପି ଜେଡିୟୁ(JDU) ସହ ମେଣ୍ଟ ସରକାର ଚଳାଉଛି । ଯଦିଓ ଏଠାରେ ବିଜେପିର ଆସନ ସଂଖ୍ୟା ଅଧିକ, ହେଲେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହିଁ ରହିଛନ୍ତି ।

ଯାହାକୁ ନେଇ ସାମ୍ପ୍ରତିକ ସ୍ଥିତିରେ ଚର୍ଚ୍ଚା ଜୋର ଧରିଛି ଯେ, ନୀତିଶ କୁମାରଙ୍କୁ କେନ୍ଦ୍ରକୁ ପଠାଯିବ ଏବଂ ବିହାରରେ ବିଜେପି ମୁଖ୍ୟମନ୍ତ୍ରୀ ଆସନରେ ବସିବ । ଏହାମଧ୍ୟ ଖବର ମିଳିଛି କି ନୀତିଶଙ୍କ ସୁରକ୍ଷିତ ପ୍ରସ୍ଥାନ(Safe Exit) ପାଇଁ ପ୍ରସ୍ତୁତି ଅନ୍ତିମ ପର୍ଯ୍ୟାୟରେ ପହଞ୍ଚିଛି । ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବୟସ ୭୧ ଅତିକ୍ରମ କରିସାରିଲାଣି । ଷଷ୍ଠ ଥର ପାଇଁ ସେ ବିହାର ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ବିଗତ ୨୭ ବର୍ଷ ହେଲା ଭାଜପା ସହ ତାଙ୍କର ମେଣ୍ଟ ରହିଛି ।

ହେଲେ ବିଧାନସଭା ନିର୍ବାଚନ ଫଳାଫଳ ବାଦ୍ ନୀତିଶ କୁମାର ମେଣ୍ଟ ଓ ସରକାରକୁ ନେଇ ଅସହଜ ହୋଇପଡିଛନ୍ତି । ୪୩ ଆସନ ଜିତିବା ପରେ ବିଜେପି ନୀତିଶଙ୍କୁ ମୁଖ୍ୟମନ୍ତ୍ରୀ ସିନା କରିଛି ହେଲେ ଦଳୀୟ ନେତାଙ୍କ ଆକ୍ରମଣାତ୍ମକ ବୟାନବାଜି ଜାରି ରହିଛି । ଉତ୍ତର ପ୍ରଦେଶରେ ଐତିହାସିକ ବିଜୟ ପରେ ବିଜେପି ନେତା ଆଉ ବୁଝିବା ମୁଡ୍‌ରେ ରହିନାହାନ୍ତି ।

ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ:

ଚକ୍ରବ୍ୟୁହରେ ଫସିଥିବା ନୀତିନ ବିହାର ରାଜନୀତିକୁ ବାଏ ବାଏ କହିବାକୁ ଚାହୁଁଛନ୍ତି ଏବଂ ଏହାକୁ ନେଇ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଚୂଡାନ୍ତ ହେଉଛି । ସୂତ୍ରରୁ ପ୍ରାପ୍ତ ସୂଚନା ମୁତାବକ, ମୁଖ୍ୟମନ୍ତ୍ରୀ କେତେକ ବିଭାଗକୁ ମଧ୍ୟ ୟେଲୋ ପେପର(yellow paper) ଲେଖିଛନ୍ତି । ପ୍ରଶାସନିକ ବିଭାଗରେ ୟେଲୋ ପେପରକୁ ଅର୍ଦ୍ଧ ସରକାରୀ ପତ୍ର ମଧ୍ୟ କୁହାଯାଏ । ଏହି ପତ୍ର ଜରିଆରେ ସ୍ବଚ୍ଛତା ପ୍ରମାଣପତ୍ର ବିଭାଗ ଠାରୁ ନିଆଯାଇଥାଏ । ଜନସେବକ ଯଦି ଚାକିରି ମଝିରେ ଅବକାଶରେ ଯାଆନ୍ତି ଅଥବା ପଦ ଛାଡିଥାନ୍ତି ଏପରିସ୍ଥଳେ ୟେଲୋ ପେପର ଲେଖିବାର ପରମ୍ପରା ରହିଛି । ଯଦି କୌଣସି ଜନସେବକ ବଡ ପଦକୁ ଯାଆନ୍ତି ତେବେ ସେ ସମ୍ପୃକ୍ତ ବିଭାଗରୁ ସ୍ବଚ୍ଛତା ପ୍ରମାଣପତ୍ର ହାସଲ କରିଥାନ୍ତି ।

BJP ନେତାଙ୍କ ପ୍ରକୋପରେ ଅତିଷ୍ଠ ନୀତିଶ ! :

ବିଜେପିର ପ୍ରଦେଶ ଅଧ୍ୟକ୍ଷ ଠାରୁ ଆରମ୍ଭ କରି ନୀତିଶ ସରକାରରେ ବିଜେପି ମନ୍ତ୍ରୀ ଯାଏଁ, ସରକାରଙ୍କ ବିଭିନ୍ନ ନୀତି ଉପରେ ଲଗାତାର ପ୍ରଶ୍ନ ଉଠାଉଛନ୍ତି । ରାଜ୍ୟରେ ମଦନିଷେଦ୍ଧ, ଭଷ୍ଟ୍ରାଚାର ଓ ବେଲଗାମ୍ ଅପରାଧକୁ ମୁଦ୍ଦା କରି ବିଜେପି ନେତା ନୀତିଶଙ୍କୁ ଟାର୍ଗେଟ କରୁଛନ୍ତି । କିଛି ଦିନ ତଳେ ନୀତିଶ ଓ ପ୍ରଶାନ୍ତ କିଶୋରଙ୍କ ମଧ୍ୟରେ ଦିଲ୍ଲୀରେ ଭେଟଘାଟ ହୋଇଥିଲା । ଯାହାପରେ ନୀତିଶ ରାଷ୍ଟ୍ରପତି ପଦ ପାଇଁ ଉପଯୁକ୍ତ ଦାବିଦାର ବୋଲି ଚର୍ଚ୍ଚା ଜୋର ଧରିଥିଲା । ହେଲେ ବିଧାନସଭା ନିର୍ବାଚନ ଫଳାଫଳ ପରେ ଏହି ଚର୍ଚ୍ଚା ଫୁସୁରି ଯାଇଛି । ଯେଉଁ କାରଣରୁ ନୀତିଶଙ୍କୁ ପୁନର୍ବାର ବୁଝାମଣା ସ୍ଥିତିକୁ ଫେରିବାକୁ ପଡିଛି । ଜୁଲାଇରେ ଦେଶରେ ଉପରାଷ୍ଟ୍ରପତି ନିର୍ବାଚନ ହେବାକୁ ଥିବାବେଳେ ଏଥିପାଇଁ ନୀତିଶ କୁମାରଙ୍କ ନାମ ଖୁବ୍ ଚର୍ଚ୍ଚାରେ ଅଛି ।

Safe Exit ଚାହୁଁଛନ୍ତି ନୀତିଶ:

ରାଜନୈତିକ ମହଲରରେ ଚର୍ଚ୍ଚା ହେଉଛି ଯେ, ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିହାର ରାଜନୀତିରୁ ସୁରକ୍ଷିତ ପ୍ରସ୍ଥାନ(Safe Exit) ଚାହୁଁଛନ୍ତି । ଶ୍ରୀଜନ ଘୋଟାଲାର ତାତି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଯାଏଁ ପହଞ୍ଚିଥିଲା ଏବଂ ବିରୋଧି ମୁଖ୍ୟମନ୍ତ୍ରୀଙ୍କ ଭୂମିକାକୁ ନେଇ ପ୍ରଶ୍ନ କରିଥିଲେ । ମୁଜାଫରପୁର ବାଳିକା ଗୃହ ମାମଲାରେ ମଧ୍ୟ ନୀତିଶ ସରକାରଙ୍କୁ ଖୁବ୍ ହଟ୍ଟହଟ୍ଟା ହେବାକୁ ପଡିଥିଲା । ଦୁଇଟି ଯାକ ମାମଲାର ଯାଞ୍ଚ ସିବିଆଇ କରୁଛି । ସେହିପରି ଆଇଏଏସ ସୁଧୀର କୁମାରଙ୍କ ଅଭିଯୋଗ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଅଡୁଆ ବଢାଇଥିଲା ।

ଉପରାଷ୍ଟ୍ରପତି ପଦରେ ବୁଝାମଣା କରିପାରେ ବିଜେପି:

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ଦେଶର ସର୍ବୋଚ୍ଚ ପଦ ଅଟେ, ଯାହାଙ୍କ ବିରୁଦ୍ଧରେ କୌଣସି ମକଦ୍ଦମା ଚାଲେ ନାହିଁ । ତେଣୁ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଯଦି ଦୁଇଟା ମଧ୍ୟରୁ କେଉଁଥିରେ ବସିପାରନ୍ତି ତେବେ ତାଙ୍କ ଉପରେ କୌଣସି ଦାଗ ରହିବ ନାହିଁ । ରାଷ୍ଟ୍ରପତି ପଦକୁ ନେଇ ବିଜେପି ଓ ଆରଏସଏସର ଷ୍ଟାଣ୍ଡ କ୍ଲିଅର ଯେ, ବିଜେପି କିମ୍ବା ଆରଏସଏସ ସହ ଜଡିତ କୌଣସି ବ୍ୟକ୍ତି ହିଁ ଏହି ପଦ ଅଧିକୃତ କରିବ । ଏପରି ସ୍ଥିତିରେ ବିଜେପି ଉପରାଷ୍ଟ୍ରପତି ଆସନରେ ହୁଏତ ବୁଝାମଣା କରିପାରେ ଏବଂ ପାର୍ଟିର ଆଭିମୁଖ୍ୟ ନରମ ରହିପାରେ । ମିଳିଥିବା ସୂଚନା ଅନୁଯାୟୀ, ନୀତିଶ କୁମାର ଉପରାଷ୍ଟ୍ରପତି ପଦ ପାଇଁ ମନ ବଳାଇ ସାରିଛନ୍ତି । କେବଳ ବିଜେପି ଓ ରାଷ୍ଟ୍ରୀୟ ସ୍ବଂୟ ସେବକ ସଙ୍ଘ ପକ୍ଷରୁ ଗ୍ରୀନ ସିଗନାଲ ମିଳିବା ମାତ୍ରେ ତାଙ୍କର ପଥ ପରିଷ୍କାର ହୋଇଯିବ ।

ନୀତିଶଙ୍କ ଇଚ୍ଛା ଉପରେ ନିର୍ଭରଶୀଳ:

ସାମ୍ପ୍ରତିକ ସ୍ଥିତିରେ ନୀତିଶଙ୍କ ଉପରାଷ୍ଟ୍ରପତି ଚର୍ଚ୍ଚାକୁ ବିଜେପି ଖଣ୍ଡନ କରିଛି । ପାର୍ଟି ପ୍ରବକ୍ତା ପ୍ରେମ ରଞ୍ଜନ ପଟେଲ କହିଛନ୍ତି ଯେ, ନୀତିଶ କୁମାର ୨୦୨୫ ଯାଏଁ ମୁଖ୍ୟମନ୍ତ୍ରୀ ରହିବେ । ଏହା ବିହାର ଜନତାଙ୍କ ଜନାଦେଶ । ଯଦି ଉପରାଷ୍ଟ୍ରପତି ପଦ ପାଇଁ ମୁଖ୍ୟମନ୍ତ୍ରୀ ଇଚ୍ଛା କରନ୍ତି, ତେବେ ତାହା ଅଲଗା କଥା । ହେଲେ ବର୍ତ୍ତମାନ ସେଭଳି କୌଣସି ସ୍ଥିତି ନାହିଁ । ଜେଡିୟୁ ପ୍ରବକ୍ତା ଅଭିଶେଖ ଝା କହିଛନ୍ତି କି, ମୁଖ୍ୟମନ୍ତ୍ରୀଙ୍କ ଅନ୍ୟ କୌଣସି ପଦ ପ୍ରତି ଲାଳସା ନାହିଁ । ସେ ବିହାରର ସେବା କରିବେ ।

ଅନ୍ୟପଟେ RJD ଦାବି କରିଛି ଯେ, ଆଗାମୀ ଦିନରେ ବିହାରରେ ବଡ ପରିବର୍ତ୍ତନ ହେବାକୁ ଯାଉଛି । ପାର୍ଟି ପ୍ରବକ୍ତା ଅହମ୍ମଦ କହିଛନ୍ତି, ନୀତିଶ କୁମାର ମୁଖ୍ୟମନ୍ତ୍ରୀ ଆସନରେ ତିଷ୍ଠି ରହିବା ସହଜ ହେବନାହିଁ । ଏଥର ତେଜସ୍ବୀ ଯାଦବଙ୍କ ସର୍ତ୍ତ ଆଧାରରେ ପରିବର୍ତ୍ତନ ହେବ । ସେହିପରି ରାଜନୈତିକ ବିଶ୍ଲେଷକ ଡ଼ ସଞ୍ଜୟ କୁମାରଙ୍କ କହିବା କଥା, ଉତ୍ତରପ୍ରଦେଶ ନିର୍ବାଚନ ବାଦ୍ ବିଜେପି ରଣନୀତି ପ୍ରସ୍ତୁତ କରିସାରିଛି । ନୀତିଶ କୁମାର ବୁଝାମଣା ମୁଡ୍‌ରେ ଅଛନ୍ତି । ଯଦି ନୀତିଶଙ୍କୁ ଉପରାଷ୍ଟ୍ରପତି ହେବାର ବିକଳ୍ପ ମିଳୁଛି ତେବେ ସେ ଏହାକୁ ସ୍ବୀକାର କରିବାର ଯଥେଷ୍ଟ ସମ୍ଭାବନା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.