ETV Bharat / bharat

ଜେଡିୟୁରେ ନେତୃତ୍ବ ପରିବର୍ତ୍ତନ: ଲଲନ ଆଉଟ୍, ନୀତିଶ ଇନ୍ - ଜେଡିୟୁ ଅଧ୍ୟକ୍ଷ

Nitish Kumar became new JDU chief: ଲଲନ୍ ଆଉଟ୍, ନୀତିଶ ଇନ୍ । ଜେଡିୟୁ ନେତୃତ୍ବରେ ବଡ଼ ପରିବର୍ତ୍ତନ । ଲଲନଙ୍କ ସ୍ଥାନରେ ଜେଡିୟୁରୁ ନୂଆ ମଙ୍ଗୁଆଳ ହେଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ଅଧିକ ପଢ଼ନ୍ତୁ,

ନୀତିଶ କୁମାର ଜେଡିୟୁ ଅଧ୍ୟକ୍ଷ
ନୀତିଶ କୁମାର ଜେଡିୟୁ ଅଧ୍ୟକ୍ଷ
author img

By ETV Bharat Odisha Team

Published : Dec 29, 2023, 2:11 PM IST

ନୂଆଦିଲ୍ଲୀ: ବିହାର ରାଜନୀତିରେ ବଡ଼ ପରିବର୍ତ୍ତନ। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ହେଲେ ଜେଡିୟୁର ନୂଆ ଅଧ୍ୟକ୍ଷ । ଦିଲ୍ଲୀରେ ଦଳର ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଆଜି ଦୁଇ ଦୁଇଟି ବଡ଼ ରାଜନୈତିକ ଘଟଣା ଘଟିଛି । ପ୍ରଥମଟି ହେଲେ ଜେଡିୟୁ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି ଲଲନ ସିଂହ ଏବଂ ଦ୍ବିତୀୟଟି ହେଲା ଦଳର ନୂଆ ମଙ୍ଗୁଆଳ ହୋଇଛନ୍ତି ନିଜେ ମୁଖ୍ୟମନ୍ତ୍ରୀ ନୀତିଶ କୁମାର ।

ଜେଡିୟୁରେ ବଡ଼ ଫୈସଲା: ଜେଡିୟୁ କାର୍ଯ୍ୟକାରିଣୀରେ ନିଆଯାଇଛି ବଡ ନିଷ୍ପତ୍ତି । ଲଲନ ଆଉଟ, ନୀତିଶ ଇନ୍ । ଆଗକୁ ୨୦୨୪ ନିର୍ବାଚନ । ଏଥିପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତିରେ ଲାଗି ପଡ଼ିଥିବା ବେଳେ, ନେତୃତ୍ବକୁ ନେଇ ଜେଡିୟୁ ନେଇଛି ବଡ଼ ନିଷ୍ପତ୍ତି । ନିର୍ବାଚନ ପୂର୍ବରୁ ଦଳର ମଙ୍ଗୁଆଳ ପରିବର୍ତ୍ତନରୁ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ, ନୀତିଶଙ୍କ ନେତୃତ୍ବରେ ୨୦୨୪ ନିର୍ବାଚନ ମୈଦାନକୁ ଓହ୍ଲାଇବ ଜେଡିୟୁ । ଏବେ ନୀତିଶଙ୍କ ପାଖରେ ଦୁଇ ଦୁଇଟି ବଡ଼ ପଦବୀ । ନୀତିଶ ବର୍ତ୍ତମାନ ବିହାର ମୁଖ୍ୟମନ୍ତ୍ରୀ ଥିବା ବେଳେ, ଦଳର ଆନୁଷ୍ଠାନିକ ସୁପ୍ରିମୋ ହୋଇଛନ୍ତି ।

  • #WATCH | Slogans of 'Desh ka Pradhan Mantri kaisa ho? Nitish Kumar jaisa ho' raised outside the Constitution Club in Delhi.

    JD(U) national executive meeting is underway currently in Delhi. pic.twitter.com/nXZYDMdKI5

    — ANI (@ANI) December 29, 2023 " class="align-text-top noRightClick twitterSection" data=" ">

ଏହା ମଧ୍ୟ ପଢ଼ନ୍ତୁ : ନୀତିଶ ଜେଡିୟୁ ଅଧ୍ୟକ୍ଷ, ପଦ ଛାଡ଼ିଲେ ଲଲନ

ଲଲନ ସିଂହ ଆଜି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କ ଇସ୍ତଫା ପତ୍ରକୁ ଜାତୀୟ କାର୍ଯ୍ଯକାରିଣୀ ବୈଠକରେ ଗ୍ରହଣ କରାଯାଇଥିଲା । ଜେଡିୟୁ ସୁପ୍ରିମୋ ତଥା ତଥା ମୁଖ୍ଯମନ୍ତ୍ରୀ ନୀତିଶ କୁମାର, ଲଲନଙ୍କ ଇସ୍ତଫା ଗ୍ରହଣ କରିଥିଲେ । ପରେ ନୂଆ ଅଧ୍ୟକ୍ଷ ପଦ ପାଇଁ ନୀତିଶଙ୍କ ନାମ ପ୍ରସ୍ତାବ ଦେଇଥିଲେ ଲଲନ । କାର୍ଯ୍ଯକାରିଣୀରେ ଏହା ଉପରେ ଆଲୋଚନା ପରେ ମୋହର ଲଗାଯାଇଛି । ନୀତିଶ କୁମାର ହୋଇଛନ୍ତି ଜେଡିୟୁର ନୂଆ ଅଧ୍ୟକ୍ଷ ।

  • #WATCH | Patna: Bihar BJP president Samrat Choudhary says, "Nitish Kumar is a private limited party... There is no such thing (of Nitish Kumar joining NDA), no discussion is going on on it..." pic.twitter.com/bA8ZheIlB9

ଏହା ମଧ୍ୟ ପଢ଼ନ୍ତୁ: ଆସନ୍ତାକାଲି ଅଯୋଧ୍ୟା ଜଙ୍କସନ ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ, ଭବ୍ୟ ନଗରୀ ପାଇଁ ୧୫ ହଜାର କୋଟିର ପ୍ୟାକେଜ

ଜେଡିୟୁରେ ନେତୃତ୍ବ ଚର୍ଚ୍ଚାର ଅବସାନ: ଗତ କିଛି ଦିନ ଧରି ଜେଡିୟୁ ନେତୃତ୍ବବକୁ ନେଇ ଚାଲିଥିବା କଳ୍ପନା ଜଳ୍ପନାର ଅନ୍ତ ଘଟିଛି । ଶେଷରେ ଜେଡିୟୁ ଅଧ୍ୟକ୍ଷ ପଦରୁ ଲଲନ ସିଂହ ଇସ୍ତଫା ଦେଇଛନ୍ତି । ଦିଲ୍ଲୀରେ ଜେଡିୟୁ ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ଲଲନ ସିଂହ ଦଳର ଜାତୀୟ ଅଧ୍ୟକ୍ଷ ପଦ ଛାଡ଼ିବାକୁ ଇଚ୍ଛା ପ୍ରକାଶ କରିଥିଲେ । ଲଲନ ଇସ୍ତଫା ଦେବାର ମାତ୍ର କେଇ ମିନିଟ ଭିତରେ ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କୁ ନୂଆ ମଙ୍ଗୁଆଳ ବାଛିଥିଲା ଜେଡିୟୁ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.