ETV Bharat / bharat

ପ୍ରତି 3ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖନ୍ତି ନୀତିଶ: ଶାହ

author img

By

Published : Feb 25, 2023, 9:42 PM IST

ବିହାରରେ ଶାହ । କହିଲେ ନୀତିଶ ପ୍ରତି 3ବର୍ଷରେ ଦେଖୁଛନ୍ତି ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ । 2024 ରେ ଦିଲ୍ଲୀରେ ଖାଲି ନାହିଁ ପ୍ରଧାନମନ୍ତ୍ରୀ ପଦବୀ । ଅଧିକ ପଢନ୍ତୁ

ପ୍ରତି 3 ବର୍ଷରେ ପ୍ରଧାନମନ୍ତ୍ରୀ ହେବାର ସ୍ବପ୍ନ ଦେଖନ୍ତି ନୀତିଶ: ଶାହ

ପାଟନା: ନୀତିଶ କୁମାରଙ୍କର ପ୍ରତି ତିନି ବର୍ଷରେ ଥରେ ପ୍ରଧାନମନ୍ତ୍ରୀ ହେବାକୁ ଇଚ୍ଛା ହୁଏ । ହେଲେ 2024 ରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆସନ ଖାଲି ନାହିଁ । ନୀତିଶଙ୍କ ପାଇଁ ଭାରତୀୟ ଜନତା ପାର୍ଟିର ଦ୍ବାର ସବୁଦିନ ପାଇଁ ବନ୍ଦ ହୋଇସାରିଛି ବୋଲି କହିଛନ୍ତି ବିହାର ଗସ୍ତରେ ଥିବା ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ । ଶାହ ଆଜି (ଶନିବାର) ବିହାରର ବାଲ୍ମିକୀ ନଗର ଲୋକସଭା ନିର୍ବାଚନମଣ୍ଡଳୀରେ ଆୟୋଜିତ ଏକ ଦଳୀୟ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିବା ଅବସରରେ ବିଜେପି ବିରୋଧରେ ଅଣ୍ଟା ଭିଡିଥିବା ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାରଙ୍କ ବିରୋଧରେ ଏପରି ଢଙ୍ଗରେ ବର୍ଷିଛନ୍ତି ।

ଶାହ ନିଜ ସମ୍ବୋଧନରେ ବିହାରରେ ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ସ୍ଥିତି ଉଠାଇଥିଲେ । ରାଜ୍ୟରେ ଜଙ୍ଗଲରାଜ ଶେଷ ହେବ କି ନାହିଁ ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଥିଲେ । ସେହିପରି ସେ ଏବେ ବିହାରରେ ମହାମେଣ୍ଟ ସରକାରକୁ ମଧ୍ୟ କଡା ସମାଲୋଚନା କରିଥିଲେ । ମେଣ୍ଟ ମାଧ୍ୟମରେ ଶାସନରେ ଥିବା ନୀତିଶଙ୍କ ସଂଯୁକ୍ତ ଜନତା ଦଳ (JDU) ଏବଂ ଲାଲୁଙ୍କ ରାଷ୍ଟ୍ରୀୟ ଜନତା ଦଳ (RJD) ମଧ୍ୟରେ ସମ୍ପର୍କ ଜଳ ଏବଂ ତେଲ ପରି । ସେମାନଙ୍କ ମଧ୍ୟରେ କଦାପି ସମିଶ୍ରଣ ହୋଇପାରିବ ନାହିଁ ବୋଲି ଶାହ କହିଥିଲେ ।

ନୀତିଶ କୁମାର ବାରମ୍ବାର ପ୍ରଧାନମନ୍ତ୍ରୀ ହେବାକୁ ସ୍ବପ୍ନ ଦେଖନ୍ତି । ହେଲେ ଏହା ବାସ୍ତବରେ ସମ୍ଭବ ନୁହେଁ । 2024 ନିର୍ବାଚନରେ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଆସନ ଖାଲି ନାହିଁ । ପୂର୍ଣ୍ଣ ସଂଖ୍ୟାଗରିଷ୍ଠତା ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ପ୍ରଧାନମନ୍ତ୍ରୀ ହେବାକୁ ଯାଉଛନ୍ତି । ବିହାରରେ ଅପରାଧ ଚରମ ସୀମାରେ ପହଞ୍ଚିଛି । ଆଇନ ଶୃଙ୍ଖଳା ଧ୍ୱଂସ ହୋଇସାରିଛି । ଯେଉଁ ସାମ୍ବାଦିକମାନେ ଅବ୍ୟବସ୍ଥାର କଥା କହୁଛନ୍ତି, ସେମାନଙ୍କୁ ହତ୍ୟା କରାଯାଉଛି । ରାଜ୍ୟରେ ମାରଣାସ୍ତ୍ର ଜବତ ହେବାରେ ଲାଗିଛି ବୋଲି ଶାହ କହିଥିଲେ । ସେହିପରି ଶାହ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ କଥା ମଧ୍ୟ ଉଲ୍ଲେଖ କରିଛନ୍ତି । ଆରଜେଡି ନେତା ତଥା ନୀତିଶ ସରକାରରେ ଉପମୁଖ୍ୟମନ୍ତ୍ରୀ ଥିବା ଲାଲୁ ପ୍ରସାଦଙ୍କ ପୁଅ ତେଜସ୍ବୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ପଦ ପ୍ରଦାନ କରିବା ପାଇଁ ନୀତିଶ ଏକ ଗୁପ୍ତ ବୁଝାମଣା ମଧ୍ୟ କରିଛନ୍ତି ବୋଲି ଶାହ କହିଛନ୍ତି ।

ଦିନେ ବିଜେପି ସମର୍ଥନରେ ବିହାରରେ ନୀତିଶ ସରକାର ଚାଲିଥିଲା । ନିକଟରେ ନାଟକୀୟ ଢଙ୍ଗରେ ବିଜେପି ଠାରୁ ସମର୍ଥନ ପ୍ରତ୍ୟାହାର କରି ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ ନୀତିଶ । ତାର ମାତ୍ର 24 ଘଣ୍ଟା ନପୁରୁଣୁ ପୁନର୍ବାର ସେ ଆରଜେଡି, କଂଗ୍ରେସ ସହଯୋଗରେ ମହାମେଣ୍ଟ ସରକାର ଗଠନ କରି ମୁଖ୍ୟମନ୍ତ୍ରୀ ଶପଥ ଗ୍ରହଣ କରିଥିଲେ । ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ନୀତିଶଙ୍କ ମହାମେଣ୍ଟ କ୍ୟାବିନେଟରେ ଉପମୁଖ୍ୟମନ୍ତ୍ରୀ ପଦବି ମିଳିଥିଲା । ଏବେ କିଛି ଦିନ ହେବ ବିହାର ରାଜନୀତି ପୁଣି ଥରେ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଚର୍ଚ୍ଚାରେ ରହିଛି । ଉପମୁଖ୍ୟମନ୍ତ୍ରୀ ତେଜସ୍ବୀ ଯାଦବ ମୁଖ୍ୟମନ୍ତ୍ରୀ ହେବାକୁ ନୀତିଶ କ୍ୟାମ୍ପରେ ଚାପ ସୃଷ୍ଟି କରୁଥିବା ଚର୍ଚ୍ଚା ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.