ନୂଆଦିଲ୍ଲୀ: ବଢୁଥିବା ତୈଳଦର ନେଇ ସାରା ଦେଶରେ ଅସନ୍ତୋଷ ସାମ୍ନାକୁ ଆସୁଥିବାବେଳେ ଆଜି ହାଇଡ୍ରୋଜେନ କାରରେ ସଂସଦ ପହଞ୍ଚିଛନ୍ତି କେନ୍ଦ୍ର ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନୀତିନ ଗଡକରୀ । ଗଡକରୀ ଆଜି ଆଣିଥିବା ଗ୍ରୀନ ହାଇଡ୍ରୋଜେନ ପାଓ୍ବର କାର ଭାରତରେ ପ୍ରଥମ ବୋଲି ମଧ୍ୟ କୁହଯାଉଛି । ସର୍ବଦା ନବୀକରଣ ଯୋଗ୍ୟ ଓ ସବୁଜ ଶକ୍ତିର ବ୍ୟବହାର ନେଇ ଏକାଧିକ ଯୋଜନା ପାଇଁ ଚର୍ଚ୍ଚାରେ ଥିବା ଗଡକରୀ ଆଜି ଏହି କାରରେ ଜରିଆରେ ନିଜ ସରକାରୀ ବାସଭବନରୁ ସଂସଦ ଅଭିମୁଖେ ଆସିଥିଲେ ।
-
Union Minister Shri @nitin_gadkari ji visited Parliament House by Hydrogen based Fuel Cell Electric Vehicle (FCEV) today. Demonstrating the car powered by ‘Green Hydrogen’, Shri Gadkari ji emphasised the need to spread awareness about Hydrogen, FCEV technology... pic.twitter.com/NNHewczvpc
— Office Of Nitin Gadkari (@OfficeOfNG) March 30, 2022 " class="align-text-top noRightClick twitterSection" data="
">Union Minister Shri @nitin_gadkari ji visited Parliament House by Hydrogen based Fuel Cell Electric Vehicle (FCEV) today. Demonstrating the car powered by ‘Green Hydrogen’, Shri Gadkari ji emphasised the need to spread awareness about Hydrogen, FCEV technology... pic.twitter.com/NNHewczvpc
— Office Of Nitin Gadkari (@OfficeOfNG) March 30, 2022Union Minister Shri @nitin_gadkari ji visited Parliament House by Hydrogen based Fuel Cell Electric Vehicle (FCEV) today. Demonstrating the car powered by ‘Green Hydrogen’, Shri Gadkari ji emphasised the need to spread awareness about Hydrogen, FCEV technology... pic.twitter.com/NNHewczvpc
— Office Of Nitin Gadkari (@OfficeOfNG) March 30, 2022
ତେବେ ଏହି କାରକୁ ନେଇ ଚର୍ଚ୍ଚା ଲାଗି ରହିଥିବାବେଳେ ଏହାର ବୈଷୟିକ ଫିଚର ଜାଣିବା ପାଇଁ ମଧ୍ୟ ବେସ ଉତ୍ସୁକତା ସୃଷ୍ଟି ହେବାରେ ଲାଗିଛି । ମିଳିଥିବା ସୂଚନା ଅନୁସାରେ, ସବୁଜ ଇନ୍ଧନରେ ଚାଲୁଥିବା ଏହି କାର ବେଶ୍ ପରିବେଶ ଅନୁକୂଳ ସହ କମ ଖର୍ଚ୍ଚ ସାପେକ୍ଷ ମଧ୍ୟ । ଏହା ପୂର୍ଣ୍ଣ କ୍ଷମତାରେ ଇନ୍ଧନ ଭରିବା ପରେ ଏକକାଳୀନ 6ଶହ କି.ମି ପର୍ଯ୍ୟନ୍ତ ଯାତ୍ରା କରିପାରିବ ।
ତେବେ ଅଙ୍ଗାରକାମ୍ଳ ନର୍ଗତ ନହେବା କାରଣରୁ ଏହା କେବଳ ପରିବେଶ ଅନୁକୂଳ ତାହା ନୁହେଁ ବରଂ ଏହା ସାଧାରଣ କାର ପରିବର୍ତ୍ତେ ବେଶ୍ କମ ଖର୍ଚ୍ଚ ସାପେକ୍ଷ ମଧ୍ୟ । ଏଥିରେ ଏକ କି.ମି ଯାତ୍ରା ପାଇଁ ମାତ୍ର ପାଖାପାଖି 2ଟଙ୍କା ଖର୍ଚ୍ଚ ଲାଗିଥାଏ ବୋଲି ଆନୁପାତିକ ସର୍ବେକ୍ଷଣରୁ ଜଣାପଡିଛି । ଏହାର ଅନ୍ୟ ଏକ ଅତ୍ୟାଧୁନିକ ବୈଶିଷ୍ଟ ହେଉଛି ଏହା ମାତ୍ର 5 ମିନିଟରେ ନିଜର ପୂର୍ଣ୍ଣ କ୍ଷମତାର ଇନ୍ଧନ ମଧ୍ୟ ଭରିପାରେ ।
ଆଜି ଗଡକରୀ ଆଣିଥିବା ଏହି ଅତ୍ୟାଧୁନିକ ସ୍ମାର୍ଟ କାରର ରଙ୍ଗ ଧଳା ହୋଇଥିବା ବେଳେ ସେ ନିଜେ ଆଗ ସିଟରେ ବସିଥିବା ନଜର ଆସିଥିଲେ । ଦେଶରେ ବୈଦୁତିକ ଯାନ ବର୍ଗ ପାଇଁ ବ୍ୟବହାର ହେଉଥିବା ନମ୍ବର ପ୍ଲେଟ ଏହି କାର ପାଇଁ ବ୍ୟବହାର ହୋଇଥିଲା । ଗଡକରୀ ଚଳିତମାସ ଆରମ୍ଭରେ ଭାରତର ପ୍ରଥମ ହାଇଡ୍ରୋଜେନ୍ ଆଧାରିତ ଉନ୍ନତ ଇନ୍ଧନ ସେଲ୍ ଇଲେକ୍ଟ୍ରିକ୍ ଯାନ (FCEV) ଟୟୋଟା ମିରାଇ (Toyota Mirai) ଲଞ୍ଚ କରିଥିଲେ ।
ସେତେବେଳେ ସବୁଜ ହାଇଡ୍ରୋଜେନ ଏକ କାରକୁ କିପରି ଶକ୍ତି ଦେଇପାରେ ସେ ବିଷୟରେ ସେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ ଗଡକରୀ । ଉନ୍ମୋଚନ ଉତ୍ସବରେ ସେ କହିଥଲେ, ସବୁଜ ହାଇଡ୍ରୋଜେନ ହେଉଛି ଭାରତକୁ ଆତ୍ମନିର୍ଭରଶୀଳ କରିବା ପାଇଁ ଏକ ଦକ୍ଷ, ପରିବେଶ ଅନୁକୂଳ ଏବଂ ନିରନ୍ତର ଶକ୍ତି ମାର୍ଗ । ଆଜି ସେ ନିଜେ ଏହି କାର ଚଢି ସଂସଦ ଆସିବା ତାଙ୍କୁ ବେସ ଚର୍ଚ୍ଚା ପରିସରକୁ ଆଣିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ