ETV Bharat / bharat

Budget 2023: ମା’ ବଜେଟ ଉପସ୍ଥାପନା କରୁଥିଲେ, ଝିଅ ଗ୍ୟାଲେରୀରେ ବସି ଦେଖୁଥିଲେ

author img

By

Published : Feb 1, 2023, 9:21 PM IST

ବଜେଟ ଉପସ୍ଥାପନା କରି ଅର୍ଥମନ୍ତ୍ରୀ କହିଛନ୍ତି ଯେ ସମଗ୍ର ବିଶ୍ବରେ ଭାରତ ଆଜି ଚମକୁଥିବା ଏକ ଉଜ୍ଜଳ ତାରକା ଭଳି । କରୋନା ମହାମାରୀ ଭଳି ବୈଶିକ ସଂକଟ ବେଳେ ମଧ୍ୟ ଦେଶର ଅର୍ଥନୀତି ସଠିକ ଟ୍ରାକରେ ପରିଚାଳିତ ହୋଇଥିଲା । ଦେଶର ଅର୍ଥନୀତି ଆଜି ବିଶ୍ବର ପଞ୍ଚମ ବୃହତ ଅର୍ଥନୀତିରେ ମାନ୍ୟତା ହାସଲ କରିଛି । ଅଧିକ ପଢନ୍ତୁ

ମା ବଜେଟ ଉପସ୍ଥାପନା କରୁଥିଲେ ଝିଅ ଗ୍ୟାଲେରୀରେ ବସି ଦେଖୁଥିଲେ

ନୂଆଦିଲ୍ଲୀ: ଦେଶର ଅର୍ଥମନ୍ତ୍ରୀ ଭାବେ ଆଜି ମୋଦି ସରକାରଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଲୋକସଭାରେ ପଢୁଥିଲେ ନିର୍ମଳା ସୀତାରମଣ। ଲୋକସଭା ଗ୍ୟାଲେରୀରେ ବସି ଦେଖୁଥିଲେ ଅର୍ଥମନ୍ତ୍ରୀଙ୍କ ଝିଅ ଓ ସମ୍ପର୍କୀୟ । ଖାଲି ଏତିକି ନୁହେଁ ଆଜି ଅନେକ ମନ୍ତ୍ରୀଙ୍କ ପରିବାର ମଧ୍ୟ ସଂସଦକୁ ଆସି ବଜେଟ ଉପସ୍ଥାପନା ଦେଖିଥିଲେ ।

ପିଟିଆଇ ରିପୋର୍ଟ ଅନୁସାରେ ଆଜି ଲୋକସଭା ଗ୍ୟାଲେରୀରେ ଅର୍ଥମନ୍ତ୍ରୀଙ୍କ ଝିଅ ପରାକାଲା ବନଗମୟୀଙ୍କ ପରିବାର ଅନ୍ୟ ସଦସ୍ୟ ମାନେ ଉପସ୍ଥିତ ଥିଲେ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଦ୍ବିତୀୟ ପାଳିର ଶେଷ ପୂର୍ଣ୍ଣାଙ୍ଗ ବଜେଟ ଆଜି ଉପସ୍ଥାପିତ ହୋଇଛି । ସମ୍ଭବତଃ ଏଥିପାଇଁ ଆଜି ଅର୍ଥମନ୍ତ୍ରୀଙ୍କ ସମେତ ଅନେକ କେନ୍ଦ୍ରମନ୍ତ୍ରୀଙ୍କ ପରିବାର ସଦସ୍ୟ ଦର୍ଶକ ଗ୍ୟାଲେରୀରେ ବସି ବଜେଟ ଉପସ୍ଥାପନା ଦେଖିଛନ୍ତି ।

ଏହାବି ପଢନ୍ତୁ- Union Budget 2023: ଶିଳ୍ପୀଙ୍କୁ ମିଳିବ ସହୟତା, ଲଞ୍ଚ ହେବ PM VIKAS ଯୋଜନା

ବଜେଟ ଉପସ୍ଥାପନା କରି ଅର୍ଥମନ୍ତ୍ରୀ କହିଛନ୍ତି ସମଗ୍ର ବିଶ୍ବରେ ଭାରତ ଆଜି ଚମକୁଥିବା ଏକ ଉଜ୍ଜଳ ତାରକା ଭଳି । କରୋନା ମହାମାରୀ ଭଳି ବୈଶିକ ସଂକଟ ବେଳେ ମଧ୍ୟ ଦେଶର ଅର୍ଥନୀତି ସଠିକ ଟ୍ରାକରେ ପରିଚାଳିତ ହୋଇଥିଲା । ଦେଶର ଅର୍ଥନୀତି ଆଜି ବିଶ୍ବର ପଞ୍ଚମ ବୃହତ ଅର୍ଥନୀତିରେ ମାନ୍ୟତା ହାସଲ କରିଛି । ଦେଶ ସଂକଟ ବେଳେ ମଧ୍ୟ ସମୃଦ୍ଧି ଖୋଜି ବହାର କରିଛି । ପ୍ରଧାନମନ୍ତ୍ରୀଙ୍କ ଦକ୍ଷ ନେତୃତ୍ବ ଦୃଢ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଆଜି ଭାରତର ଅର୍ଥନୀତିକୁ ବିଶ୍ବ ଦେଖିବାକୁ ବାଧ୍ୟ ବୋଲି କହିଛନ୍ତି ।

ଏହାବି ପଢନ୍ତୁ- Budget 2023: ଜାଣନ୍ତୁ କେଉଁଠୁ ଆସିବ ପଇସା, କେଉଁଠି ହେବ ଖର୍ଚ୍ଚ

ସୂଚନାଯୋଗ୍ୟଯେ ଆଜି କେନ୍ଦ୍ର ସରକାର ଆର୍ଥିକ ବର୍ଷ ୨୦୨୩-୨୪ ବର୍ଷ ପାଇଁ ପାଖାପାଖି ୪୫ ଲକ୍ଷ କୋଟିର ବଜେଟ ସଂସଦରେ ଆଗତ କରିଛନ୍ତି । ବଜେଟ ଆଗତ କରି ଅର୍ଥମନ୍ତ୍ରୀ କହିଛନ୍ତି ସ୍ବାଧୀନତାର ୧୦୦ ବର୍ଷ ପୂର୍ତ୍ତି ବେଳକୁ ଦେଶ ଏକ ବିକଶିତ ଭାରତ ହୋଇସାରିଥିବ। ବିକାଶିତ ଭାରତ ପାଇଁ ଏହି ବଜେଟ ମୂଳଦୂଆ ପକାଇବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.