ETV Bharat / bharat

ସଂସଦରେ ଇରାନୀଙ୍କୁ ସୋନିଆଙ୍କ ତାଗିଦ, ସୀତାରମଣ କହିଲେ କଂଗ୍ରେସ ଅଧ୍ୟକ୍ଷାଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ - ଅଧିର ରଞ୍ଜନ ଚୌଧୁରୀଙ୍କ ବିବାଦୀୟ ବୟାନ

ରାଷ୍ଟ୍ରପତିଙ୍କୁ ବିବାଦୀୟ ବୟାନ ପରେ ସଂସଦରେ ତୀବ୍ର ଉତ୍ତେଜନା । କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କ ଉପରେ କ୍ରୋଧିତ ହେଲେ ସୋନିଆ । ସୋନିଆଙ୍କ ବ୍ୟବହାରକୁ ଭୟଭୀତ କରିବା ପରି କହିଲେ ସୀତାରମଣ ।

ସଂସଦରେ ଇରାନୀଙ୍କୁ ସୋନିଆ ତାଗିଦ, ସୀତାରମଣ କହିଲେ ସୋନିଆଙ୍କ ବ୍ୟବହାରରେ ସଦସ୍ୟ ଭୟଭୀତ

author img

By

Published : Jul 28, 2022, 4:15 PM IST

Updated : Jul 28, 2022, 4:27 PM IST

ନୂଆଦିଲ୍ଲୀ: ଆଜି କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ‘ରାଷ୍ଟ୍ରପତ୍ନୀ’ କହି ବିବାଦୀୟ ବୟାନ ଦେବା ପରେ ସଂସଦରେ ହାଇ ଭୋଲଟେଜ ଡ୍ରାମା ଦେଖିବାକୁ ମିଳିଛି । ବିଜେପି ସଦସ୍ୟମାନେ ଦଳ ମୁଖ୍ୟ ସୋନିଆ ଗାନ୍ଧୀ କ୍ଷମା ମାଗନ୍ତୁ ବୋଲି ପ୍ରବଳ ଦାବି କରିବା ପରେ ଗୃହରେ ରାଗି ଯାଇଛନ୍ତି କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । କୌଣସି କାରଣ ପାଇଁ ସୋନିଆ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀଙ୍କୁ ତାଗିଦ କରିଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଗୃହରେ ସୋନିଆଙ୍କ ଏପରି କ୍ରୋଧିତ ବ୍ୟବହାରକୁ ନାପସନ୍ଦ କରିବା ସହ ସମାଲୋଚନା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

  • #WATCH | Some of our Lok Sabha MPs felt threatened when Sonia Gandhi came up to our senior leader Rama Devi to find out what was happening during which, one of our members approached there & she (Sonia Gandhi) said "You don't talk to me": Union Finance Minister Nirmala Sitharaman pic.twitter.com/WxFnT2LTvk

    — ANI (@ANI) July 28, 2022 " class="align-text-top noRightClick twitterSection" data=" ">

ସୀତାରମଣ କହିଛନ୍ତି, କଂଗ୍ରେସର ସର୍ବୋଚ୍ଚ ନେତା ସୋନିଆ ଗାନ୍ଧୀଙ୍କର ଗୃହରେ ଏପରି କ୍ରୋଧିତ ବ୍ୟବହାର ସାଂସଦଙ୍କୁ ଭୟଭୀତ କରିଛି । ସୋନିଆ କ୍ରୋଧିତ ହୋଇ ବିଜେପି ସାସଂଦ ରମାଦେବୀଙ୍କୁ ଖୋଜୁଥିବା ବେଳେ ସ୍ମୃତି ଇରାନୀ ତାଙ୍କୁ କିଛି ପଚାରିବା ପାଇଁ ପ୍ରୟାସ କରିଥିଲେ । ତେବେ ସୋନିଆ ଅତି ଉତ୍ତଜିତ ହୋଇ ତାଙ୍କୁ “ମୋ ସହିତ କଥାବାର୍ତ୍ତା କର ନାହିଁ” ବୋଲି କହିଥିଲେ । ଗୃହରେ ସୋନିଆଙ୍କ ଏପରି ବ୍ୟବହାର ଅତି କ୍ରୋଧିତ ଆଚରଣ ବୋଲି ସୀତାରମଣ କହିଛନ୍ତି ।

  • #WATCH | "Rashtrapatni" row | ...I accepted my mistake...What do they say about Sonia Gandhi during polls? About Shashi Tharoor's wife? About Renuka Chowdhury? I sought time from President, might get appointment the day after tomorrow, I'll speak with her personally: AR Chowdhury pic.twitter.com/7W1PAw5JzG

ଅନ୍ୟପଟେ କଂଗ୍ରେସ ମଧ୍ୟ ବିଜେପି ଉପରେ ପାଲଟା ଅଭିଯୋଗ ଲଗାଇଛି । ବିଜେପି ସଦସ୍ୟମାନେ ସୋନିଆଙ୍କୁ ଗାନ୍ଧୀଙ୍କୁ ଗୃହରେ ହଇରାଣ କରୁଥିବା ଅଭିଯୋଗ କରିଛନ୍ତି କଂଗ୍ରେସ ସାସଂଦ । ବିବାଦୀୟ ବୟାନ ପରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ବିବାଦୀୟ ବୟାନ ଦେଇଥିବା ଅଧିର ରଞ୍ଜନ ଚୌଧୁରୀଙ୍କ ବିରୋଧରେ ବିଜେପି ସାଂସଦଙ୍କ ତୀବ୍ର ବିରୋଧ ମଧ୍ୟରେ ଲୋକସଭା ସ୍ଥଗିତ ରଖାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 28, 2022, 4:27 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.