ନୂଆଦିଲ୍ଲୀ: ପ୍ରକାଶ ପାଇଲା ୨୦୨୨ NIRF ରାଙ୍କିଙ୍ଗ । ଜାତୀୟ ଶିକ୍ଷାନୁଷ୍ଠାନ ମାନ୍ୟତା((National Institutional Rankings Framework)ରେ ଶୀର୍ଷରେ ରହିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି ମାଡ୍ରାସ( IIT Madras) । ଚଳିତ ବର୍ଷ ମଧ୍ୟ ଆଇଆଇଟି ମାଡ୍ରାସ ଶୀର୍ଷ ସ୍ଥାନରେ ରହିଛି । ଆଜି(ଶୁକ୍ରବାର) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦ୍ବାରା NIRF ରାଙ୍କିଙ୍ଗ ତାଲିକା ଘୋଷଣା ହୋଇଛି ।

NIRF ରାଙ୍କିଙ୍ଗରେ ଆଇଆଇଟି ମାଡ୍ରାସ ଶୀର୍ଷରେ ରହିଥିବା ବେଳେ ଏହା ପଛକୁ ଦ୍ବିତୀୟ ସ୍ଥାନରେ ଆଇଆଇଏସ ବେଙ୍ଗାଲୁରୁ, ତୃତୀୟ ସ୍ଥାନରେ ଆଇଆଇଟି ବମ୍ବେ, ଚତୁର୍ଥ ସ୍ଥାନରେ ଆଇଆଇଟି ଦିଲ୍ଲୀ, ପଞ୍ଚମ ସ୍ଥାନରେ ଆଇଆଇଟି କାନପୁର, ଷଷ୍ଠ ସ୍ଥାନରେ ଆଇଆଇଟି ଖଡଗ୍ପୁର, ସପ୍ତମ ସ୍ଥାନରେ ଆଇଆଇଟି ରୁରକେ, ଅଷ୍ଟମ ସ୍ଥାନରେ ଆଇଆଇଟି ଗୌହାଟୀ, ନବମ ସ୍ଥାନରେ ଦିଲ୍ଲୀର ଅଲ ଇଣ୍ଡିଆ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ( AIIMS) ରାଙ୍କିଙ୍ଗ ଓ ଦଶମ ସ୍ଥାନରେ ଦିଲ୍ଲୀ ଜବାହାର ଲାଲ ବିଶ୍ବବିଦ୍ୟାଳୟ(JNU) ରହିଛି ।