ETV Bharat / bharat

ବ୍ରିଟେନ ସୁପ୍ରିମକୋର୍ଟରେ କେସ୍‌ ହାରିଲେ ନିରବ ମୋଦି, ଭାରତକୁ ପ୍ରତ୍ୟାର୍ପଣ ରାସ୍ତା ସଫା

author img

By

Published : Dec 15, 2022, 10:47 PM IST

Updated : Dec 15, 2022, 10:58 PM IST

ଟ୍ୟାକ୍ସ ଫାଙ୍କି ଭାରତରୁ ବ୍ରିଟେନ୍‌ ଫେରାର ହୋଇଥିବା ହୀରା ବ୍ୟବସାୟୀ ନିରବ ମୋଦିକୁ ଏକ ଝଟକା ଲାଗିଛି । ନିରବ ମୋଦିକୁ ପ୍ରତ୍ୟାର୍ପଣ ପାଇଁ ଭାରତ ବ୍ରିଟେନ ସରକାରଙ୍କ ନିକଟରେ ନିବେଦନ କରିଥିଲା । ଅଧିକ ପଢ଼ନ୍ତୁ

NIRAV MODI LOSES BID TO APPEAL AGAINST EXTRADITION TO INDIA IN UK SUPREME COURT
ବ୍ରିଟେନ ସୁପ୍ରିମକୋର୍ଟରେ କେସ୍‌ ହାରିଲ ନିରବ ମୋଦି, ଭାରତକୁ ପ୍ରତ୍ୟାର୍ପଣ ରାସ୍ତା ସଫା

ହାଇଦ୍ରାବାଦ: ଟ୍ୟାକ୍ସ ଫାଙ୍କି ଭାରତରୁ ବ୍ରିଟେନ୍‌ ଫେରାର ହୋଇଥିବା ହୀରା ବ୍ୟବସାୟୀ ନିରବ ମୋଦିକୁ ଏକ ଝଟକା ଲାଗିଛି । ନିରବ ମୋଦିକୁ ପ୍ରତ୍ୟାର୍ପଣ ପାଇଁ ଭାରତ ବ୍ରିଟେନ ସରକାରଙ୍କ ନିକଟରେ ନିବେଦନ କରିଥିଲା । ଏହାକୁ ନେଇ ବ୍ରିଟେନ୍‌ କୋର୍ଟରେ ମାମଲା ଚାଲିଥିଲା । ତେବେ ଏହି କେଶ୍‌ ହାରି ଯାଇଛନ୍ତି ନିରବ ମୋଦି । ବର୍ତ୍ତମାନ ନିରବ ମୋଦି ପାଖରେ ବ୍ରିଟେନ୍‌ ରହିବା ପାଇଁ ବହୁ କମ୍‌ ବିକଳ୍ପ ରହିଛି । ଯାହାଫଳରେ ନିରବ ମୋଦିଙ୍କୁ ଭାରତ ଫେରାଇ ଆଣିବାକୁ ରାସ୍ତା ସଫା ହୋଇଛି ।

ଲଣ୍ଡନ ହାଇକୋର୍ଟ ଏହି ମାମଲାର ଶୁଣାଣି କରି ନିରବ ମୋଦିଙ୍କ ପଏଣ୍ଟ ଅଫ୍‌ ଲ'ସାର୍ଟିଫିକେଶନକୁ ଖାରଜ କରିଛନ୍ତି । ତା ସହିତ ଏହି ପିଟିସନ ଦାଖଲ ନେଇ ଅନୁମତିକୁ ସୁପ୍ରିମକୋର୍ଟ ଅଗ୍ରାହ୍ୟ କରିଛନ୍ତି । ବର୍ତ୍ତମାନ ନିରବ ମୋଦି ଲଣ୍ଡନର ବେଡସବର୍ଥ ଜେଲ୍‌ରେ ବନ୍ଦ ରହିଛନ୍ତି । ମାନସିକ ଚାପ ଯୋଗୁଁ ତାଙ୍କ ପ୍ରତ୍ୟାର୍ପଣକୁ ରୋକିବାକୁ ଯାଚିକା ଦାଖଲ କରିଥିଲ ନିରବ ମୋଦି । ଭାରତ ଗଲେ ସେ ପୁନଃ ମାନସିକ ଚାପ ରହିବେ । କିନ୍ତୁ ବ୍ରିଟେନ ଅଦାଲ ଏହି ତର୍କକୁ ଖାରଜ କରିଛନ୍ତି ।

ନିରବ ମୋଦି ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ଓ ଭାରତକୁ ପ୍ରତ୍ୟାର୍ପଣ ଯୋଗ୍ୟ ବୋଲି କୋର୍ଟ କହିଛନ୍ତି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ୍‌ରୁ ହଜାର କୋଟି ଟଙ୍କା ଋଣ ଫାଙ୍କିଛନ୍ତି ନିରବ ମୋଦି । ଘଟଣା ଉଜାଗର ହେବା ପୂର୍ବରୁ ସେ ଦେଶ ଛାଡ଼ି ଚାଲି ଯାଇଥିଲେ । ୨୦୧୮ରେ ସେ ଭାରତ ଛାଡ଼ିଥିଲେ । ସେବେଠାରୁ ଭାରତ ବ୍ରିଟେନକୁ ନିରବ ମୋଦିଙ୍କୁ ପ୍ରତ୍ୟାର୍ପଣ ପାଇଁ ଆଇନ ଲଢ଼େଇ ଲଢ଼ି ଆସୁଛି । ଏହାକୁ ନେଇ ତମାମ ଦଲିଲ ଦେଇ ଏଡ଼ାଇ ଆସୁଥିଲେ ନିରବ ମୋଦି । ତେବେ ଆଜି ଏହି ଲଢ଼େଇରେ ଭାରତର ଏକ ପ୍ରକାର ବିଜୟ ହୋଇଛି ।

Last Updated : Dec 15, 2022, 10:58 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.