ETV Bharat / bharat

tokyo olympic: ଜାଭଲିନ୍ ଥ୍ରୋରେ ନୀରଜଙ୍କୁ ସ୍ବର୍ଣ୍ଣ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀ-ମୁଖ୍ୟମନ୍ତ୍ରୀ

author img

By

Published : Aug 7, 2021, 6:38 PM IST

Updated : Aug 7, 2021, 6:44 PM IST

100 ବର୍ଷ ପରେ ଅଲମ୍ପିକର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ଜିତିଲା ଭାରତ । ଚଳିତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଧିକ ପଢନ୍ତୁ...

Niraj chopra Gold in tokyo olympic India made history in tokyo Olympic
ଅଲମ୍ଫିକରେ ଇତିହାସ ରଚିଲା ଭାରତ, ଶୁଭେଚ୍ଛା ଜଣାଇଲେ ରାଷ୍ଟ୍ରପତି, ମୋଦି

ନୂଆଦିଲ୍ଲୀ: ଅଲମ୍ପିକରେ ଇତିହାସ ରଚିଛି ଭାରତ । 100 ବର୍ଷ ପରେ ଅଲମ୍ପିକର ଆଥଲେଟିକ୍ସରେ ସ୍ବର୍ଣ୍ଣ ପଦକ ବିଜୟୀ ହୋଇଛି ଭାରତ । ଚଳିତ ଟୋକିଓ ଅଲମ୍ପିକରେ ଭାରତର ନୀରଜ ଚୋପ୍ରା ଜାଭେଲିନ ଥ୍ରୋ ରେ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଅଲମ୍ପିକ ଇତିହାସରେ ଭାରତ ଆଥଲେଟ ବିଭାଗରେ ଏହା ସର୍ବଶ୍ରେଷ୍ଠ ପ୍ରଦର୍ଶନ । ଏହି ମୂହୂର୍ତ୍ତକୁ ସାରା ଭାରତ ବାସୀ ଅନୁଭବ କରିଛନ୍ତି ସାରା ଭାରତରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, କ୍ରୀଡାବିତଙ୍କ ଠାରୁ ଆରମ୍ଭ କରି ସାରା ଦେଶବାସୀଙ୍କ ଠାରୁ ଶୁଭେଚ୍ଛାର ସୁଅ ଛୁଟିବାରେ ଲାଗିଛି ।

ଅଲମ୍ପିକରେ ନୀରଜ ଚୋପ୍ରା ଗୋଲ୍ଡ ମେଡାଲ ହାସଲ କଲା ପରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଶୁଭେଚ୍ଛା ଜଣାଇଛନ୍ତି । ଅପ୍ରତିଦ୍ବନ୍ଦି ଭାବରେ ନିଜର ପ୍ରଦର୍ଶନ କରି ସ୍ବର୍ଣ୍ଣପଦକ ହାସଲ କରିଛନ୍ତି । ଅଲମ୍ପିକସର ଆଥଲେଟରେ ଭାରତର ପଦକ ମରୁଡିରେ ପୂର୍ଣ୍ଣଛେଦ ପକାଇ ସ୍ବର୍ଣ୍ଣ ପଦକ ହାସଲ କରିଛନ୍ତି । ଏହି କୀର୍ତ୍ତିମାନ ଆଗାମୀ ଯୁବକମାନଙ୍କୁ ପ୍ରେରଣା ଦେବ । ଭାରତ ଗର୍ବିତ । ହାର୍ଦ୍ଦିକ ଅଭିନନ୍ଦନ ।

  • Unprecedented win by Neeraj Chopra!Your javelin gold breaks barriers and creates history. You bring home first ever track and field medal to India in your first Olympics. Your feat will inspire our youth. India is elated! Heartiest congratulations!

    — President of India (@rashtrapatibhvn) August 7, 2021 " class="align-text-top noRightClick twitterSection" data=" ">

ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଆଜି ଅଲମ୍ପକରେ ଇତିହାସ ଲେଖାହୋଇଛି । ଆଜି ହାସଲ କରିଥିବା କୃତିତ୍ବ ସବୁଦିନ ପାଇଁ ସ୍ମରଣୀୟ ହୋଇ ରହିବ | ଯୁବକ ନୀରଜ ଅତ୍ୟନ୍ତ ଭଲ ପ୍ରଦର୍ଶନ କରିଛନ୍ତି। ସେ ଅଦ୍ଭୁତ ଉତ୍ସାହ ସହିତ ଖେଳିଲେ ଏବଂ ଅପୂର୍ବ ସାହାସ ଦେଖାଇଲେ | ଅଲମ୍ପିକରେ ସ୍ବର୍ଣ୍ଣ ବିଜୟୀ ହୋଇଥିବାରୁ ଅଭିନନ୍ଦନ ଜଣାଇଛନ୍ତି ପିଏମ ମୋଦି ।

  • History has been scripted at Tokyo! What @Neeraj_chopra1 has achieved today will be remembered forever. The young Neeraj has done exceptionally well. He played with remarkable passion and showed unparalleled grit. Congratulations to him for winning the Gold. #Tokyo2020 https://t.co/2NcGgJvfMS

    — Narendra Modi (@narendramodi) August 7, 2021 " class="align-text-top noRightClick twitterSection" data=" ">

ଓଡିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନୀରଜ ଚୋପ୍ରାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ନୀରଜ ଚୋପ୍ରା ଭାରତ ପାଇଁ ପ୍ରଥମ ଥର ପାଇଁ ଟ୍ରାକ ଏବଂ ଫିଲଡ ଇଭେଣ୍ଟରେ ପଦକ ହାସଲ କରିଛନ୍ତି । ଦେଶ ତମ ପାଇଁ ଗର୍ବ କରେ । ଏହି ପଦକ ଭାରତକୁ ଅଲମ୍ଫିକରେ ନିଜର ସ୍ଥାନ ଉଚ୍ଚରେ ରଖେ । ନୀରଜଙ୍କ ଏହି ପ୍ରଦର୍ଶନ ଗୋଟିଏ ପୀଢିକୁ ଆଦର୍ଶରେ ଅନୁପ୍ରାଣୀତି କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତ ।

ଅଲମ୍ପିକରେ ବ୍ୟକ୍ତିଗତ କ୍ଷେତ୍ରରେ ପୂର୍ବରୁ ୨୦୦୮ ବେଜିଂ ଅଲମ୍ପିକରେ ସୁଟର ଅଭିନବ ବିନ୍ଦ୍ରା ସ୍ବର୍ଣ୍ଣ ପଦକ ହାସଲ କରିଥିଲେ । ଏହା ପରେ ଆଜି ଟୋକିଓ ଅଲମ୍ପିକରେ ଜାଭିଲିନ ଥ୍ରୋରେ ନୀରଜ ଚୋପ୍ରା ସ୍ବର୍ଣ୍ଣ ପଦକ ହାସଲ କରି ଅଲମ୍ପିକରେ ବ୍ୟକ୍ତିଗତ କ୍ଷେତ୍ରରେ ଦ୍ବିତୀୟ ପଦକ ହାସଲ କରିଛନ୍ତି ।

ନୀରଜ ଆଜି ପ୍ରଥମ ପ୍ରୟାସରୁ ହିଁ ଦମ ଦେଖାଇଥିଲେ। ପ୍ରଥମେ ସେ ୮୭.୦୩ ମିଟିର ଜାଭେଲିନକୁ ଫୋପାଡ଼ି ଥିଲେ। ଏହାପରେ ଦ୍ବିତୀୟ ପ୍ରୟାସରେ ସେ ରେକର୍ଡ ୮୭.୫୮ ମିଟିର ଦୂରତାକୁ ଜାଭେଲିନ ଫୋପାଡ଼ି ଏକା ପ୍ରକାରର ସ୍ବର୍ଣ୍ଣ ପଦକ ପକ୍କା କରି ନେଇଥିଲେ। ଏହାପରେ ଅନେକ କ୍ରୀଡ଼ାବିତ୍ ତାଙ୍କୁ ଅତିକ୍ରମ କରିବାକୁ ଚେଷ୍ଟା କରିଥିଲେ ହେଁ କେହି ବି ସଫଳ ହୋଇ ନଥିଲେ। ଶେଷରେ ନୀରଜ ଚୋପ୍ରା ଭାରତ ପାଇଁ ସ୍ବର୍ଣ୍ଣ ପଦକ ଜିତି ନେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 7, 2021, 6:44 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.