ETV Bharat / bharat

ବିହାରରେ ପୁଣି ଜୀବନ ନେଲା ବିଷାକ୍ତ ମଦ ! 19 ଜଣ ହରାଇଲେ ପ୍ରାଣ

author img

By

Published : Mar 21, 2022, 8:21 AM IST

ବିହାରରେ ବୃଦ୍ଧି ହେବାରେ ଲାଗିଛି ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ଅଧିକ ପଢନ୍ତୁ

ହୋଲି ହେଲା କାଳ, ବିଷାକ୍ତ ମଦ୍ୟପାନ କରି ବିହାରରେ ୧୯ଜଣଙ୍କର ମୃତ୍ୟୁ

ପାଟନା: ବିହାରରେ ବୃଦ୍ଧି ହେବାରେ ଲାଗିଛି ମଦ ମୃତ୍ୟୁ ମାମଲା । ବିଷାକ୍ତ ମଦ୍ୟପାନ କରି ୧୯ ଜଣଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଛି । ସମସ୍ତ ମୃତକ ଭାଗଲପୁର, ଭବାନୀପୁର, ବାଙ୍କା ଏବଂ ମଧେପୁରା ଅଞ୍ଚଳର ହୋଇଥିବା ପୋଲିସ ସୂଚନା ଦେଇଛି ।

ଭାଗଲପୁରରେ ବିଷାକ୍ତ ମଦ ପିଇ ୪ ଜଣଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଲୋକେ ଅଭିଯୋଗ କରୁଥିବା ବେଳେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ପ୍ରକୃତ କାରଣ ଜଣାପଡିବ ବୋଲି ପୋଲିସ କହିଛି। ସେହିପରି ଭବାନୀପୁରରେ ୪ ଜଣଙ୍କର ମୃତ୍ୟୁ ହେବା ସହ ୧୦ରୁ ଉର୍ଦ୍ଧ୍ବ ଗୁରୁତର ଅଛନ୍ତି ।

ବାଙ୍କାରେ ମଧ୍ୟ ବିଷାକ୍ତ ମଦ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । କିନ୍ତୁ ଜିଲ୍ଲା ପ୍ରଶାସନ ପକ୍ଷରୁ କୌଣସି ସୂଚନା ପ୍ରଦାନ କରାଯାଇନାହିଁ । ଏହି ଘଟଣା ନେଇ ପୋଲିସ ତଦନ୍ତ ଜାରି ରଖିଛି । ମଧେପୁରାରେ ମଧ୍ୟ ବିଷାକ୍ତ ମଦ ପିଇ ୩ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଗ୍ରାମରେ ଅନେକ ଅସୁସ୍ଥ ଥିବା ମଧ୍ୟ ଜଣାପଡିଛି ।

ଗତ 2016ରେ ବିହାର ସରକାର ମଦବନ୍ଦ ଆଇନ ଲାଗୁ କରିଥିଲେ । ଆଇନ ଅନୁସାରେ ମଦ ବିକ୍ରି, ମଦ୍ୟପାନ ଓ ତିଆରି କରିବାରେ ପ୍ରତିବନ୍ଧକ ଲଗାଇଥିଲେ । ପ୍ରାରମ୍ଭିକ ଭାବେ ଏହି ଆଇନ ଅନୁସାରେ ସମ୍ପତ୍ତି ଜବତ ଓ ଆଜୀବନ ଜେଲ ଦଣ୍ଡର ପ୍ରାବଧାନ ରହିଥିଲା । କିନ୍ତୁ 2018ରେ ଆଇନରେ ସଂଶୋଧନ ଅଣାଯାଇ ଦଣ୍ଡ କୋହଳ କରିଥିଲେ ସରକାର ।

ମଦ ନିଷେଧ ଆଇନର ଉଲ୍ଲଙ୍ଘନ କରିଥିବାରୁ ବର୍ତ୍ତମାନ ସୁଦ୍ଧା ପାଖାପାଖି 3 ଲକ୍ଷରୁ ଅଧିକ ମାମଲା ରୁଜୁ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.