ETV Bharat / bharat

ମହାରାଷ୍ଟ୍ରର କିଛି ସହରକୁ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ

author img

By

Published : Feb 20, 2021, 5:41 PM IST

ମହାରାଷ୍ଟ୍ରର କିଛି ସହରକୁ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ । ଅଧିକ ପଢନ୍ତୁ..

ମହାରାଷ୍ଟ୍ରର କିଛି ସହରକୁ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ
ମହାରାଷ୍ଟ୍ରର କିଛି ସହରକୁ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ

ମୁମ୍ବାଇ: ମହାରାଷ୍ଟ୍ରର କିଛି ସହରକୁ ଫେରିପାରେ ରାତ୍ରିକାଳୀନ କର୍ଫ୍ୟୁ । କୋଭିଡ ସଂକ୍ରମଣର ଦ୍ବିତୀୟ ପର୍ଯ୍ୟାୟକୁ ଲକ୍ଷ କରି ଏପରି ନିଷ୍ପତ୍ତି ନେଇପାରନ୍ତି ମହାରାଷ୍ଟ୍ର ସରକାର । ଏନେଇ ସୂଚନା ଦେଇଛନ୍ତି ମନ୍ତ୍ରୀ ବିଜୟ ଭେଡେଟିୱାର ।

ଗଣମାଧ୍ୟମକୁ ସୂଚନା ଦେଇ ବିଜୟ କହଛନ୍ତି କରୋନା ଭାଇରସର ନୂଆ ଷ୍ଟ୍ରେନ ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି । ଏପରି ସ୍ଥଳେ ସଂକ୍ରମଣର ଆଶଙ୍କକୁ ଏଡାଇବା ପାଇଁ କେତେକ ସହରରେ ରାତିର କର୍ଫ୍ୟୁ ଉପରେ ବିଚାର କରାଯାଉଛି । ତେବେ ସମଗ୍ର ରାଜ୍ୟ ବ୍ୟାପି ନୁହେଁ ବରଂ ସ୍ଥାନୀୟ ପ୍ରଶାସନ ସ୍ଥାନୀୟ ଅଞ୍ଚଳର ସ୍ଥିତିକୁ ଦୃଷ୍ଟିରେ ରଖି ଲକଡାଉନ ନିଷ୍ପତ୍ତି ନେଇ ପାରିବେ ବୋଲି ସେ ସୂଚନା ଦେଇଛନ୍ତି ।

ଯଦି ଲୋକମାନେ କରୋନା ସଂକ୍ରମଣକୁ ରୋକିବା ପାଇଁ ସରକାରଙ୍କ ନିର୍ଦ୍ଦେଶକୁ ଅନୁସରଣ କରନ୍ତି ନାହିଁ, ତେବେ ପୁନର୍ବାର ଲକଡାଉନ ଘୋଷଣା ହେବାକୁ ସରକାର ବାଧ୍ୟ ହେବେ ବୋଲି ସେ କହିଛନ୍ତି । ଏପରି ସ୍ଥଳେ ରାଜ୍ୟରେ ଦଶମ ଓ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଥିବାବେଳେ ଏହା କିପରି ଅନୁଷ୍ଠିତ ହେବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଆସନ୍ତା ସପ୍ତାହରେ ଏକ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବାର କାର୍ଯ୍ୟକ୍ରମ ରହିଛି । ଉକ୍ତ ବୈଠକ ପରେ ବିଦ୍ୟାଳୟ ଉପରେ ଶିକ୍ଷା ମନ୍ତ୍ରୀ ନିଷ୍ପତ୍ତି ଗ୍ରହଣ କରିବେ ବୋଲି ଜଣା ପଡିଛି ।

ବ୍ୟୁରୋ ରିପୋର୍ଟ , ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.