ETV Bharat / bharat

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ସନ୍ଦିଗ୍ଧ ଆତଙ୍କୀ ଗିରଫ - ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ସନ୍ଦିଗ୍ଧ ଆତଙ୍କୀ ଗିରଫ

ଦିଲ୍ଲୀର ଜାମିଆ ନଗର ଥାନା ଅଞ୍ଚଳର ବଟଲା ହାଉସରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କଲା ଏନଆଇଏର ଏକ ଟିମ୍ । ଅଧିକ ପଢନ୍ତୁ

ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ସନ୍ଦିଗ୍ଧ ଆତଙ୍କୀ ଗିରଫ

author img

By

Published : Aug 7, 2022, 12:56 PM IST

ନୂଆଦିଲ୍ଲୀ: ସ୍ବାଧୀନତା ଦିବସ ପୂର୍ବରୁ ଦିଲ୍ଲୀରୁ ଜଣେ ସନ୍ଦିଗ୍ଧ ଆତଙ୍କବାଦୀକୁ ଗିରଫ କଲା ଏନଆଇଏ (National Investigation Agency) । ଏନଆଇଏର ଏକ ଟିମ୍ ଗତକାଲି(ଶନିବାର) ରାତିରେ ଦିଲ୍ଲୀର ଜାମିଆ ନଗର ଥାନା ଅଞ୍ଚଳର ବଟଲା ହାଉସରୁ ସନ୍ଦିଗ୍ଧ ଜଣଙ୍କୁ ଗିରଫ କରିଛି।

ମିଳିଥିବା ସୂଚନାନୁସାରେ, ଆଇଏସ୍ଆଇଏସ୍ (ISIS)ର ଅନଲାଇନ୍ ପ୍ରଚାର ପ୍ରସାର ଅଭିଯୋଗରେ ଏନଆଇଏ ଟିମ୍ ଏହି ସନ୍ଦିଗ୍ଧଙ୍କୁ ଗିରଫ କରିଛି । ଗିରଫ ସନ୍ଦିଗ୍ଧ ବ୍ୟକ୍ତି ଜଣଙ୍କ ହେଉଛି ମୋହସିନ୍, ସେ ସୋସିଆଲ ମିଡିଆରେ ISISର ପ୍ରଚାର କରୁଥିବା ଏକ ବିଶେଷସୁତ୍ରରୁ ସୂଚନା ପାଇଥିଲା ଜାତୀୟ ଅନୁସନ୍ଧାନକାରୀ ସଂସ୍ଥା । ଏହା ପରେ ଶନିବାର ସନ୍ଧ୍ୟାରେ ଏନଆଇଏ ଟିମ୍ ଜାମିଆ ନଗରରେ ରେଡ କରି ବଟଲା ହାଉସ ଅଞ୍ଚଳରୁ ସନ୍ଦିଗ୍ଧ ଆତଙ୍କୀ ମୋହସିନକୁ ଗିରଫ କରିଥିଲା।

ଗିରଫ ବ୍ୟକ୍ତି ଜଣଙ୍କ ବଟଲା ହାଉସ୍ ଅଞ୍ଚଳର ଜୋଗାବାଇ ଏକ୍ସଟେନ୍ସରେ ରହୁଥିଲେ। NIA ଜୁନ୍ 25ରେ ଆଇପିସିର 153A, ଏବଂ 153B ଏବଂ UA (P) ଆକ୍ଟର ଧାରା 18, 18B, 38, 39 ଏବଂ 40 ଅନୁଯାୟୀ ଏକ ମାମଲା ରୁଜୁ କରିଥିଲା । ଏହି ମାମଲା ଅନୁଯାୟୀ ଗିରଫ ସନ୍ଦିଗ୍ଧ ଜଣଙ୍କ ଆତଙ୍କବାଦୀ ସଂଗଠନ ଆଇଏସଆଇଏସର ଜଣେ ସକ୍ରିୟ ସଦସ୍ୟ ଥିବା ଅନୁମାନ କରାଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.