ନୂଆଦିଲ୍ଲୀ: ଲସ୍କର-ଇ-ମୁସ୍ତାଫା ଆତଙ୍କବାଦୀ ସଂସ୍ଥାର ମୁଖ୍ୟ ହିଦାୟତୁଲ୍ହା ମଲିକ ଗିରଫ ଘଟଣାରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏହି ମାମଲାକୁ ନିଜ ହାତକୁ ନେଇ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ଏହି ଆତଙ୍କବାଦୀ ଜମ୍ମୁକାଶ୍ମୀର ସିଟିରେ ଏକ ବଡ ଧରଣର ଆତଙ୍କବାଦ ଆକ୍ରମଣ କରିବାକୁ ଯୋଜନା କରିଥିବା ବେଳେ ଗତ ଫେବୃଆରୀ 6 ତାରିଖରେ ପୋଲିସ ତାକୁ ଗିରଫ କରିଥିଲା ।
ଜମ୍ମୁକାଶ୍ମୀର ଅଞ୍ଚଳରେ ଆତଙ୍କବାଦ ଆକ୍ରମଣରେ ଯୋଜନା କରୁଥିବା ଲସ୍କର-ଇ-ମସ୍ତାଫା ସଂସ୍ଥା ବିରୋଧରେ ଜାତୀୟ ଅନୁସନ୍ଧାନ ଏଜେନ୍ସି ବା ଏନଆଇଏ ଏକ ମାମଲା ରୁଜୁ କରିଛି । ଏହି ଆତଙ୍କବାଦୀ ସଂସ୍ଥା ଜୈଶ-ଇ-ମହମ୍ମଦ ସଂସ୍ଥାର ଆଦେଶ ଅନୁସାରେ କାର୍ଯ୍ୟ କରିଥାଏ । ତେବେ ଭାରତର ଅଖଣ୍ଡତା, ସାର୍ବଭୌମତ୍ବ ଓ ସୁରକ୍ଷାକୁ ଭୟଭୀତ କରିବା ପାଇଁ ଏହି ପ୍ରକାରର ଆତଙ୍କୀ ଆକ୍ରମଣ ଜମ୍ମୁ ଅଞ୍ଚଳରେ ଘଟାଇଥାନ୍ତି ।
ତେବେ ଏହି ମାମଲା ପ୍ରଥମେ ଜମ୍ମୁ ଜିଲ୍ଲାର ଗଙ୍ଗ୍ୟାଲ ପୋଲିସ ଷ୍ଟେସନରେ ଅବୈଧ ସକ୍ରିୟତା ପ୍ରତିରୋଧ କାର୍ଯ୍ୟ(UAPA) ଅଧୀନରେ ଫେବୃଆରୀ 6 ତାରିଖରେ ରୁଜୁ ହୋଇଥିଲା । ତେବେ ଜାତୀୟ ଅନୁସନ୍ଧାନ ଏଜେନ୍ସି ଏହି ମାମଲାକୁ ପୁନଃ ରୁଜୁ କରି ଘଟଣା ସମ୍ପର୍କରେ ଯାଞ୍ଚ ପ୍ରକ୍ରିୟା ଆରମ୍ଭ କରିଛି । ତେବେ ଗିରଫ ହୋଇଥିବା ଆତଙ୍କବାଦୀ ହିଦାୟତୁଲ୍ହା ଅବସ୍ଥାନ କରୁଥିବା ସ୍ଥଳରୁ ଗୋଟିଏ ଗ୍ରିନେଡ, 3ଟି ମାଗାଜିନ ଓ 28 ରାଉଣ୍ଡ ଗୁଳି ସହିତ ଅନ୍ୟ ଅପରାଧ ସାମଗ୍ରୀକୁ ଜବତ କରିଥିଲା ।
ହିଦାୟତୁଲ୍ହା ଜମ୍ମୁ ଓ ଦିଲ୍ଲୀ ଅଞ୍ଚଳରେ 2018 ଓ 2019 ମସିହାରେ ଆତଙ୍କୀ ଆକ୍ରମଣ କରି ସୁରକ୍ଷା ସାମଗ୍ରୀକୁ ନଷ୍ଟ କରିଥିଲା । ତେବେ ସେ ବିଭିନ୍ନ ଆତଙ୍କବାଦ ସଂସ୍ଥା ସହିତ ଜଡିତ ଥିଲା । ତେବେ ଗତ ବର୍ଷ ନଭେମ୍ବର ମାସରେ ଏକ ଆତଙ୍କବାଦ ଦଳ ସହ ଏହି ଗିରଫ ଆତଙ୍କବାଦୀ ମିଶି ଜମ୍ମୁର ବ୍ୟାଙ୍କ ଉପରେ ଆକ୍ରମଣ କରି 60 ଲକ୍ଷ ଟଙ୍କା ହଡପ କରିଥିବା ଏନଆଇଏ ପକ୍ଷରୁ ସୂଚନା ମିଳିଛି ।
@ANI