ETV Bharat / bharat

ସଚିନ ୱାଜେଙ୍କୁ ବଡ ଝଟକା, UAPA ଆକ୍ଟ ଲଗାଇଲା NIA

author img

By

Published : Mar 24, 2021, 5:02 PM IST

ସଚିନ ୱାଜେଙ୍କୁ ଲାଗିଛି ବଡ ଝଟକା । ୱାଜେଙ୍କ ବିରୋଧରେ UAPA ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଅଧିକ ପଢନ୍ତୁ...

ସଚିନ ୱାଜେଙ୍କୁ ବଡ ଝଟକା, UAPA ଆକ୍ଟ ଲଗାଇଲା NIA
ସଚିନ ୱାଜେଙ୍କୁ ବଡ ଝଟକା, UAPA ଆକ୍ଟ ଲଗାଇଲା NIA

ମୁମ୍ବାଇ: ଆଣ୍ଟିଲିଆ ମାମଲାରେ ଗିରଫ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ଲାଗିଛି ବଡ ଝଟକା । ୱାଜେଙ୍କ ବିରୋଧରେ UAPA ମାମଲା ରୁଜୁ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଆଣ୍ଟିଲିଆ ବାହାରେ ବିସ୍ଫୋରକ ଭର୍ତ୍ତି ଗାଡି ମିଳିବା ମାମଲାରେ ଏନଆଇଏ ରିମାଣ୍ଡରେ ଅଛନ୍ତି ୱାଜେ ।

ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ବାସଭବନ ନିକଟରେ ବିସ୍ଫୋରକ ସାମଗ୍ରୀ ଭର୍ତ୍ତି କାର ରଖିବା ମାମଲାରେ ତଦନ୍ତ କରୁଥିବା ଏନଆଇଏ ସଚିନଙ୍କୁ କରିଥିଲା ଗିରଫ । ଏନଆଇଏ ତାଙ୍କୁ ଜେରା କରିବା ପରେ ଶେଷରେ ଗିରଫ କରି ରବିବାର କୋର୍ଟରେ ହାଜର କରିଥିଲା । ଏହାପରେ ସଚିନ ୱାଜେଙ୍କୁ ଏନଆଇଏ ରିମାଣ୍ଡରେ ପଠାଇଥିଲେ କୋର୍ଟ । ଗୁରୁବାର ପର୍ଯ୍ୟନ୍ତ ଏନଆଇଏ ରିମାଣ୍ଡରେ ରହିବେ ସଚିନ ।

ସଚିନଙ୍କ ବିରୋଧରେ ଧାରା 286, 465, 437, 506(2), 120 ମାମଲା ରୁଜୁ କରାଯାଇଛି । ଜାଲିଆତି, ବିସ୍ଫୋରକ ସାମଗ୍ରୀ ବ୍ୟବହାର, ଅପରାଧିକ ଧମକ ଦେବା ଅଭିଯୋଗରେ ମାମଲା ଦାୟର କରିଛି ଏନଆଇଏ । ଏହା ପୂର୍ବରୁ ଶନିବାର ଜାମିନ ପାଇଁ କୋର୍ଟରେ ଆବେଦନ କରିଥିଲେ ସଚିନ । ସଚିନଙ୍କୁ ଜେରା କରିବା ଆବଶ୍ୟକ କହି କୋର୍ଟ ତାଙ୍କ ଆବେଦନ ଖାରଜ କରିଦେଇଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.