ଶ୍ରୀନଗର: ଆତଙ୍କବାଦୀଙ୍କ ପାଇଁ ପାଣ୍ଠି ଯୋଗାଡ ମାମଲା । ଏନେଇ ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରେ ଏନଆଇଏ ପକ୍ଷରୁ ଚଢାଉ କରାଯାଇଛି । ଶ୍ରୀନଗର, ଅନନ୍ତନାଗ, ବାରାମୁଲ୍ଲା ଜିଲ୍ଲାରେ ଏବେବି ରେଡ ଜାରି ରଖିଛି ଏନଆଇଏ । ISIS ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିବା ଅଭିଯୋଗରେ 6 ଜଣଙ୍କୁ ଗିରଫ କରାଯାଇଛି ।
ଏହାସହ ସେମାନଙ୍କ ମଧ୍ୟରୁ କିଛି ଲୋକଙ୍କୁ ପଚରାଉଚରା ପାଇଁ ମଧ୍ୟ ନିଆଯାଇଛି । ଏହାସହ ଆତଙ୍କୀଙ୍କୁ ସହଯୋଗ କରୁଥିବା ଘଟଣାରେ ଜାମ୍ମୁ କାଶ୍ମୀର ପ୍ରଶାସନ ଶନିବାର ଦିନ ହିଜବୁଲ ମୁଜାହିଦ୍ଦିନ ମୁଖ୍ୟଙ୍କ ପୁଅଙ୍କ ସମେତ 11 ଜଣ କର୍ମଚାରୀଙ୍କୁ ବରଖାସ୍ତ କରିଛି । ଆତଙ୍କବାଦୀ ସଂଗଠନ ପାଇଁ ଗ୍ରାଉଣ୍ଡ ଓ୍ବାର୍କର କାର୍ଯ୍ୟ କରୁଥିଲା ଆତଙ୍କବାଦୀ ସୟଦ ସଲାହୁଦ୍ଦିନ ।
ସୟଦ ଅହମ୍ମଦ ଶାକିଲ ଏବଂ ସହିଦ ୟୁସୁଫ,ସାଲାହୁଦ୍ଦିନ ଶେର-କାଶ୍ମୀର ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସ (SKIMS) ଏବଂ ଶିକ୍ଷା ବିଭାଗ ସହିତ କାର୍ଯ୍ୟ କରୁଥିଲେ । ଏନଆଇଏ ଉଭୟ ବ୍ୟକ୍ତିଙ୍କ ଆତଙ୍କବାଦୀ ପାଣ୍ଠିର ଟ୍ରାକ୍ କରିଛି । ହିଜବୁଲ ମୁଜାହିଦ୍ଦିନର ଆତଙ୍କବାଦୀ କାର୍ଯ୍ୟକଳାପ ପାଇଁ ଅଣ ବ୍ୟାଙ୍କିଙ୍ଗ କାରବାରରେ ସେମାନେ ଜଡିତ ଥିଲେ ବୋଲି ଅଧିକାରୀମାନେ କହିଛନ୍ତି ।
@ANI