ETV Bharat / bharat

କାଶ୍ମୀରରେ IED ବୋମା ଉଦ୍ଧାର ଘଟଣା, ବିଭିନ୍ନ ସ୍ଥାନରେ ଚଢାଉ କଲା NIA - ଜାତୀୟ ତଦନ୍ତକାରୀ ଏଜେନ୍ସି

ଗତ ଜୁନ ୨୭ ତାରିଖରେ କାଶ୍ମୀରରେ ଆଇଡ଼ି ବୋମା ଠାବ ଘଟଣା । ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ଜମ୍ମୁକାଶ୍ମୀରର ବିଭିନ୍ନ ଅଞ୍ଚଳରେ ଚଢାଉ କରିଛି । ଅଧିକ ପଢନ୍ତୁ...

କାଶ୍ମୀରରେ IED ବୋମା ଉଦ୍ଧାର ଘଟଣା, ବିଭିନ୍ନ ସ୍ଥାନରେ ଚଢାଉ କଲା NIA

author img

By

Published : Sep 21, 2021, 12:21 PM IST

ଶ୍ରୀନଗର: ଗତ ଜୁନ ୨୭ ତାରିଖରେ ଜମ୍ମୁକାଶ୍ମୀରର ଉପତ୍ୟକାରେ IED ବୋମା ଉଦ୍ଧାର କରାଯାଇଥିଲା । ଏହି ଘଟଣାକୁ ଭିତ୍ତି କରି ଆଜି(ମଙ୍ଗଳବାର) କାଶ୍ମୀରର ବିଭିନ୍ନ ଅଞ୍ଚଳରେ ଜାତୀୟ ତଦନ୍ତକାରୀ ଏଜେନ୍ସି(NIA) ଚଢାଉ କରିଥିବା ଜଣାପଡ଼ିଛି । ଶ୍ରୀନଗରର ଲସଜାନ ଅଞ୍ଚଳରେ ରହୁଥିବା ଅଧିବାସୀ ମହମ୍ମଦ ଶାଫି ୱାନିଙ୍କ ଘରେ NIA ଟିମ ଚଢାଉ କରି ତାଙ୍କ ଫୋନ ଜବତ କରିଥିବା ସୂତ୍ରରୁ ସୂଚନା ମିଳିଛି ।

ଲସଜାନ ଅଧିବାସୀ ମହମ୍ମଦ ଶାଫିଙ୍କ ସମେତ ତାଙ୍କ ପୁଅ ରେଇଜ ଅହମ୍ମଦ ୱାନିଙ୍କ ମଧ୍ୟ ଫୋନକୁ ଜବତ କରାଯାଇଛି । କୁଲଗ୍ରାମ ଜିଲ୍ଲାର ଗଞ୍ଜିପୋରାର ୱସିମ ଅହମ୍ମଦ ଦାର ଓ ଅନନ୍ତନାଗ ଜିଲ୍ଲାର ବାମନୁଙ୍କ ଘରେ ମଧ୍ୟ ଟିମ ରେଡ କରିଛି । ଏହାସହିତ ବାରମୁଲ୍ଲା ଜିଲ୍ଲାରେ ମଧ୍ୟ କିଛି ଅଞ୍ଚଳବାସୀଙ୍କ ଘରେ ଏକକାଳୀନ ଚଢାଉ କରାଯାଇଛି । ଏହି ଚଢାଉ ସମୟରେ ଜାତୀୟ ତଦନ୍ତକାରୀ ଏଜେନ୍ସି ପକ୍ଷରୁ କୌଣସି ମନ୍ତବ୍ୟ ଜାରି କରାଯାଇନାହିଁ । ଏହି ଚଢାଉ ସମୟରେ ସ୍ଥାନୀୟ ପୋଲିସ ମଧ୍ୟ ଉପସ୍ଥିତ ଥିବା ଜଣାପଡ଼ିଛି ।

ତେବେ ସୂଚନା ଥାଉକି, ଗତ ଜୁନ ୨୭ ତାରିଖରେ ଲସ୍କର-ଏ-ତୋଏବା ଆତଙ୍କବାଦୀ ସଙ୍ଗଠନର ଜଣେ ଆତଙ୍କୀକୁ ଜମ୍ମୁକାଶ୍ମୀର ପୋଲିସ ଗିରଫ କରିବା ସହିତ 5.5 କେଜି ଓଜନର IED ବୋମାକୁ ଉଦ୍ଧାର କରିଥିଲା । ଅଭିଯୁକ୍ତ ନାଦିମ-ଉଲ-ହକ ରମ୍ବନ ଅଞ୍ଚଳରୁ ଗିରଫ କରାଯାଇଥିଲା । ପାକିସ୍ତାନ ସହିତ ଲିଙ୍କ ଥିବା ନେଇ ଏହି ଆତଙ୍କୀକୁ ଗିରଫ କରାଯାଇଥିଲା । ଜମ୍ମୁ ଫୋର୍ସ ଷ୍ଟେସନର ହାଇ ସିକ୍ୟୁରିଟିଙ୍କ ଉପରେ ଡ୍ରୋନ ଦ୍ବାରା ବିସ୍ଫୋରଣ କରାଯିବା ପରେ ଏହି ଆତଙ୍କୀକୁ ଗିରଫ କରାଯାଇଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.