ETV Bharat / bharat

Ramalingam murder case: ତାମିଲନାଡୁର 24ଟି ସ୍ଥାନରେ ଏନଆଇଏର ଚଢାଉ, ଜାଣନ୍ତୁ ପୁରା ଘଟଣା - ଥିରୁପୁଭାନାମ ରାମଲିଙ୍ଗମଙ୍କୁ ହତ୍ୟା ଘଟଣା

ତାମିଲନାଡୁରେ ଥିରୁପୁଭାନାମ ରାମଲିଙ୍ଗମଙ୍କୁ ହତ୍ୟା ଘଟଣା । 5ଟି ସ୍ଥାନରେ ରେଡ କରିଛି ଏନଆଇଏ । ଅଧିକ ପଢନ୍ତୁ

Ramalingam murder in Tamil Nadu
Ramalingam murder in Tamil Nadu
author img

By

Published : Jul 23, 2023, 12:44 PM IST

ଚେନ୍ନାଇ: ତାମିଲନାଡୁରେ ଧର୍ମ ପରିବର୍ତ୍ତନକୁ ନେଇ ଘଟିଥିବା ଏକ ହତ୍ୟା ଘଟଣାର ତଦନ୍ତ କରୁଛି ଏନଆଇଏ । ଏହି ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ ପାଇଁ ଆଜି (ଜୁଲାଇ 23) ରାଜ୍ୟର 8ଟି ଜିଲ୍ଲାର 24ଟି ସ୍ଥାନରେ ରେଡ କରିଛି ଏନଆଇଏ । କୁମ୍ବକୋନାମ୍, ମେଲାକାଭେରୀ, ଥାଞ୍ଜାଭୁର ଏବଂ ଥିରୁମାଙ୍ଗାଲାକୁଡିରେ ଛାପା ମାରିଛି ତଦନ୍ତକାରୀ ସଂସ୍ଥା । ଏହି ଚଢାଉରେ 25 ଜଣ ଏନଆଇଏ ଅଧିକାରୀ ସାମିଲ ଅଛନ୍ତି । 2019ରେ ଥାନଜାଭୁର ଜିଲ୍ଲାରେ ଧର୍ମ ପରିବର୍ତ୍ତନକୁ ନେଇ ହୋଇଥିବା ବିବାଦକୁ କେନ୍ଦ୍ର କରି ଥିରୁପୁଭାନାମ ରାମଲିଙ୍ଗମଙ୍କୁ ହତ୍ୟା କରାଯାଇଥିଲା ।

ଏନଆଇଏ ଅଧିକାରୀମାନେ PFIର ପୂର୍ବତନ ପ୍ରଶାସକ ଆପାସଙ୍କ ଘରେ ଚଢାଉ କରିଥିଲା । ଯିଏ କୋଏମ୍ବାଟୁର ଜିଲ୍ଲାର କୋଟାଇମେଡୁ ଅଞ୍ଚଳରେ ଥିବା ଏଚଏମପିଆର ଷ୍ଟ୍ରିଟରେ ରୁହନ୍ତି । ସେହିପରି ଥ୍ରିଚି ଜିଲ୍ଲାର ଭୀମନଗର ବନ୍ଦରିନାଥପୁରମରେ ଭଡା ଘରେ ରହୁଥିବା ଅଫଜଲ ଖାନଙ୍କ ଘରେ ଏନଆଇଏ ଅଧିକାରୀମାନେ ଚଢାଉ କରିଥିଲେ । ନିଜ ଘର ଛାଡି ଗତ ପାଞ୍ଚ ମାସ ହେଲା ଭଡା ଘରେ ରହୁଛନ୍ତି ଅଫଜଲ ଖାନ ।

ଏହା ମଧ୍ୟ ପଢନ୍ତୁ-Gangster-terrorist nexus case: ୬ଟି ରାଜ୍ୟର ୧୦୦ରୁ ଅଧିକ ସ୍ଥାନରେ NIA ରେଡ୍

ଏନଆଇଏ ଇନ୍ସପେକ୍ଟର ରଞ୍ଜିତ ସିଂଙ୍କ ନେତୃତ୍ୱରେ ଏକ ତିନିଜଣିଆ ଟିମ୍ ହତ୍ୟା ମାମଲାରେ ଦୁଇଜଣ ସାକ୍ଷୀଙ୍କୁ ଧରି ଅଫଜଲ ଖାନଙ୍କୁ ପଚରାଉଚରା କରିଥିଲା । ଏଥିସହ ଥାଞ୍ଜାଭୁର ନାଟରାଜପୁରମରେ ବକ୍ରୁଦ୍ଦିନଙ୍କ ଘରେ ଏବଂ ପୁଡୁକୋଟାଇ ଜିଲ୍ଲାର ଉସିଲାନକୁଲାମରେ ରହୁଥିବା ପୂର୍ବତନ ପିଏଫଆଇ ସଭାପତି ରସିଦ ମହମ୍ମଦଙ୍କ ଘରେ ଚଢାଉ କରିଥିଲା ଏନଆଇଏ । ପରେ ମଦୁରାଇ ଜିଲ୍ଲାର ଉସିଲାମପାଟୀ ନିକଟ କାମାରାଜ ନଗରର ଜାକିର ହୁସେନଙ୍କ ଘରେ ଚଢାଉ କରିବା ସହ ପେରାଇୟୁର ନିକଟ ଏସ୍ କେଲାପାଟ୍ଟିରୁ ଅବଦୁଲ ରାଜାକଙ୍କ ଘରେ ଚଢାଉ କରିଛନ୍ତି ଏନଆଇଏ ଅଧିକାରୀ ।

ଏହା ମଧ୍ୟ ପଢନ୍ତୁ-Terror Conspiracy Case: ମଧ୍ୟପ୍ରଦେଶର 13ଟି ସ୍ଥାନରେ NIA ରେଡ୍

ଥିରୁପୁଭାନାମ ରାମଲିଙ୍ଗମଙ୍କୁ ହତ୍ୟା ଘଟଣାରେ ବର୍ତ୍ତମାନ ସୁଦ୍ଧା 12 ଜଣଙ୍କୁ ଗିରଫ କରାଯାଇଛି । ଆଉ 5 ଅଭିଯୁକ୍ତଙ୍କୁ ଖୋଜୁଛି ଏନଆଇଏ । ଯେଉଁ ମାନେ କି ଫେରାର ରହିଛନ୍ତି । ଆଜି (ଜୁଲାଇ 23)ସକାଳ ସମୟରେ ଏନଆଇଏ ଅଧିକାରୀମାନେ ତାମିଲନାଡୁର ଥାଞ୍ଜାଭୁର, ମଦୁରାଇ ଏବଂ ତିରୁନେଲଭେଲି ସମେତ 8ଟି ଜିଲ୍ଲାର 24ଟି ସ୍ଥାନରେ ରେଡ କରିଛନ୍ତି ।

ଥିରୁପୁଭାନାମ ରାମଲିଙ୍ଗମଙ୍କୁ କାହିଁକି ହତ୍ୟା କରାଯାଇଥିଲା ?

କୁମ୍ବକୋନାମରେ ଧର୍ମ ପରିବର୍ତ୍ତନ ପ୍ରଚାର ଉପରେ ରୋକ ଲଗାଇବାକୁ ଚେଷ୍ଟା କରିବାରୁ ଥିରୁପୁଭନମ ରାମଲିଙ୍ଗମଙ୍କୁ ହତ୍ୟା କରାଯାଇଥିଲା । ଗତ 2019 ସମିହା ଫେବୃଆରୀ 5 ତାରିଖରେ ଘଟିଥିଲା ଏହି ହତ୍ୟାକାଣ୍ଡ । ରାମଲିଙ୍ଗମ ଜଣେ ପ୍ରମୁଖ ହିନ୍ଦୁ ନେତା ଥିବା ବେଳେ ପୌରପାଳିକାରେ କାର୍ଯ୍ୟରତ ଥିଲେ । ଏହି ଘଟଣାରେ ପୋଲିସ 16 ଜଣଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ପରେ 11 ଜଣଙ୍କୁ ଗିରଫ କରିଥିଲା । 2019 ମାର୍ଚ୍ଚ 14 ତାରିଖରେ ରାମଲିଙ୍ଗମ ହତ୍ୟା ଘଟଣାର ତଦନ୍ତ ଦାୟିତ୍ବ ଏନଆଇଏକୁ ହସ୍ତାନ୍ତର କରାଯାଇଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.