ଚେନ୍ନାଇ: ଡ୍ରଗ ଚୋରା ଚାଲାଣ ବେଳେ ଚେନ୍ନାଇ ଉପକୂଳରେ 11ଜଣ ଇରାନୀୟ ଗିରଫ ହୋଇଛନ୍ତି । ନ୍ୟାସନାଲ ଇନଭେଷ୍ଟିଗେସନ ଏଜେନ୍ସି (NIA) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (NCB) ଡ୍ରଗ ଚୋରା ଚାଲାଣ ଘଟଣାର ତଦନ୍ତ ଆରମ୍ଭ କରିଛି । ଆଣ୍ଡାମାନ ନିକୋବର ଦ୍ବୀପପୁଞ୍ଜରେ ଇନ୍ଦିରା ପଏଣ୍ଟ ନିକଟରେ ଏକ ଡଙ୍ଗାକୁ ଅଟକାଇବା ପରେ 11 ଜଣ ଇରାନୀୟଙ୍କୁ ଭାରତୀୟ ତଟରକ୍ଷୀ ବାହିନୀ ଅଟକ ରଖିଥିଲା । ଏହାପରେ ଡଙ୍ଗାଟି କାସିମେଡୁ ମତ୍ସ୍ୟଜୀବୀ ବନ୍ଦରକୁ ନିଆଯାଇଥିବା ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଗଣମାଧ୍ୟମକୁ ସୂଚନା ଦେଇଛି ।
ଏନସିବି ଅଧିକାରୀ କହିବା ଅନୁଯାୟୀ ଚୋରା ଚାଲାଣକାରୀଙ୍କ ଠାରୁ ଜବତ ଡଙ୍ଗାରୁ କିଛି ମିଳିନଥିଲା । କାରଣ ସେମାନେ ଉପକୂଳ ନିକଟରେ ଡ୍ରଗ୍ସ ଗୁଡ଼ିକୁ ସମୁଦ୍ର ଭିତରକୁ ଫିଙ୍ଗି ଦେଇଥିଲେ । ଚୋରା ଚାଲାଣରେ କୌଣସି ଭାରତୀୟ ବ୍ୟକ୍ତି ଅଥବା ସଂସ୍ଥାର ସଂମ୍ପୃକ୍ତି ଥିବା ନେଇ ତଦନ୍ତ ଚାଲିଛି । ସୂଚନା ଥାଉକି, ଅଗଷ୍ଟ 2021ରେ ଶ୍ରୀଲଙ୍କା ତାମିଲର କିଛି ବ୍ୟକ୍ତି ଭାରତୀୟ ଉପକୂଳରେ ଡ୍ରଗ୍ସ ଚୋରା ଚାଲାଣବେଳେ ଧରାପଡ଼ି ଗିରଫ ହୋଇଥିଲେ । ଭାରତୀୟ ତଟରକ୍ଷୀ ବାହିନୀ ଦ୍ବାରା ଘଟଣାର ତଦନ୍ତ କରାଯାଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ