ETV Bharat / bharat

ଗାନ୍ଧୀ ମଇଦାନ ବିସ୍ଫୋରଣ; 4 ଦୋଷୀଙ୍କୁ ଫାଶୀ, 2 ଆଜୀବନ ଦଣ୍ଡାଦେଶ - ବିଜେପି ହୁଙ୍କାର ରାଲି ଘଟଣା

ବହୁ ଚର୍ଚ୍ଚିତ 27 ଅକ୍ଟୋବର 2013 ବିହାର ପାଟଣା ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲା । ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ସଜ୍ଜା ଶୁଣାଇଲେ ଏନଆଇଏ ସ୍ବତନ୍ତ୍ର କୋର୍ଟ । ଘଟଣାରେ ୯ ଦୋଷୀଙ୍କ ମଧ୍ୟରୁ 4 ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ । ଅଧିକ ପଢନ୍ତୁ...

bomb blast case
bomb blast case
author img

By

Published : Nov 1, 2021, 6:07 PM IST

ପାଟଣା: ବହୁ ଚର୍ଚ୍ଚିତ 27 ଅକ୍ଟୋବର 2013 ବିହାର ପାଟଣା ଗାନ୍ଧୀ ମଇଦାନ ବିସ୍ଫୋରଣ ମାମଲା । ଘଟଣାରେ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ ସଜ୍ଜା ଶୁଣାଇଲେ ଏନଆଇଏ ସ୍ବତନ୍ତ୍ର କୋର୍ଟ । ଘଟଣାରେ ୯ ଦୋଷୀଙ୍କ ମଧ୍ୟରୁ 4 ଜଣଙ୍କୁ ଫାଶୀ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

ସେହିପରି 2 ଜଣଙ୍କୁ ଆଜୀବନ କାରାଦଣ୍ଡାଦେଶ ହୋଇଥିବା ବେଳେ, 2 ଜଣଙ୍କୁ 10 ବର୍ଷ ଲେଖାଏଁ ସଶ୍ରମ ଦଣ୍ଡାଦେଶ ଦେଇଛନ୍ତି ଏଏନଆଇ କୋର୍ଟ । ଏହାବାଦ ଜଣଙ୍କୁ 7 ବର୍ଷ ଦଣ୍ଡାଦେଶ ଦେଇଛନ୍ତି କୋର୍ଟ ।

କିଏ ଥିଲେ ଦୋଷୀ...

ଏହି ସିରିଏଲ ଧମାକାରେ ମୋଟ 10 ଜଣ ଦୋଷୀ ଥିଲେ । ପରେ କିନ୍ତୁ ଜଣେ ଅଭିଯୁକ୍ତ ଦୋଷୀଙ୍କ ମୃତ୍ୟୁ ହୋଇସାରିଥିବା ବେଳେ, ଆଜି 9 ଦୋଷୀଙ୍କ ବିରୋଧରେ କୋର୍ଟ ଦଣ୍ଡାଦେଶ ଶୁଣାଇଛନ୍ତି । ଦଣ୍ଡିତ ହୋଇଥିବା ଦୋଷୀ ହେଲେ ଇମିତୟାଜ ଅସାଂରୀ, ହୈଦର ଅଲ୍ଲୀ, ନୱାଜ ଅସାଂରୀ, ମୁଜମୁଲ୍ଲାହ ଉମର ସିଦ୍ଦିକୀ, ଅଜହର କୁରେସୀ, ଅହମ୍ମଦ ହୁସେନ, ଫିରୋଜ ଅସଲମ, ଏଫତେଖର ଆଲାମ ।

27 ଅକ୍ଟବୋରରେ ସରିଥିଲା ଶୁଣାଣି...

ଏହି ହାଇଫ୍ରୋଫାଇଲ ସିରିଏଲ ବ୍ଲାଷ୍ଟକୁ ନେଇ ସେତେବେଳେ ସାରା ଦେଶ ସମେତ ବିଦେଶରେ ମଧ୍ୟ ଚର୍ଚ୍ଚା ହୋଇଥିଲା । ଘଟଣା ନେଇ ସେତେବେଳେ ଦେଶବ୍ୟାପୀ ରାଜନୀତି ମଧ୍ୟ ବଢିଯାଇଥିଲା । ଘଟଣାର ଗୁରୁତ୍ବକୁ ଦେଖି କେନ୍ଦ୍ର ସରକାର ଘଟଣାର ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇ)କୁ ତଦନ୍ତ ଦେଇଥିଲେ । ଏହି ହାଇପ୍ରୋଫାଇଲ ବ୍ଲାଷ୍ଟର ତଦନ୍ତ କରିବା ଓ ଦୋଷୀଙ୍କୁ ଦଣ୍ଡିତ କରିବା ଏନଆଇଏ ପାଇଁ ମଧ୍ୟ ଏକ ଚ୍ୟାଲେଞ୍ଚ ଥିଲା । ପରେ ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କୁ ବାନ୍ଧିବାରେ ସଫଳ ହୋଇଥିଲା ତଦନ୍ତକାରୀ ସଂସ୍ଥା । ଶହ ଶହ ସାକ୍ଷୀ, ଏକାଧିକ ନଥିପତ୍ର, ଟେକ୍ନୋଲୋଜୀ ପ୍ରମାଣ ସମେତ ବହୁ ପ୍ରମାଣ କୋର୍ଟରେ ତଦନ୍ତକାରୀ ସଂସ୍ଥା ରଖିଥିଲା । ଦୀର୍ଘ ବର୍ଷର ଶୁଣାଣି କରି କୋର୍ଟ ଗତ 27 ଅକ୍ଟୋବରରେ ମାମଲାର ଶୁଣାଣି ଶେଷ କରିଥିଲେ । ଏହାପରେ ଦୋଷୀଙ୍କ ବିରୋଧୀରେ ଦଣ୍ଡ ବିଧାନ ପାଇଁ ଆଜିକୁ ଦିନ ଧାର୍ଯ୍ୟ କରିଥିଲେ ।

କେଉଁଠି ଘଟିଥିଲା ଘଟଣା...

ବର୍ଷ 2013 । ସ୍ଥାନ ବିହାର ରାଜଧାନୀ ପାଟଣା ଗାନ୍ଧୀ ମଇଦାନ । ଅବସର ଥିଲା 2014 ସାଧାରଣ ନିର୍ବାଚନ ପୂର୍ବରୁ ବିଜେପିର ହୁଙ୍କାର ରାଲି । ଆଉ ରାଲିର ଆକର୍ଷଣ ଥିଲେ ସେତେବେଳେର ଗୁଜୁରାଟ ମୁଖ୍ୟମନ୍ତ୍ରୀ ତଥା(ବର୍ତ୍ତମାନ)ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହୁଙ୍କାର ରାଲିରେ ସାମିଲ ହେବା ପାଇଁ ସାରା ରାଜ୍ୟରୁ ଗାନ୍ଧୀ ମଇଦାନକୁ ଛୁଟୁଥାଏ ଲୋକଙ୍କ ଭିଡ । ଏହି କାରଣ ପାଟଣା ଷ୍ଟେସନରୁ ଗାନ୍ଧୀ ମଇଦାନ ପର୍ଯ୍ୟନ୍ତ ଭିଡ ଥିଲା । ଆଉ ଏହାର ସୁଯୋଗ ନେଇ ଆତଙ୍କୀ ପାଟଣ ଜଙ୍କସନ ପ୍ଲାଟଫର୍ମ ନଂ 10 ରେ କରିଥିଲେ ପ୍ରଥମ ବ୍ଲାଷ୍ଟ ।

ଗାନ୍ଧୀ ମଇଦାନରେ ବୋମା ବର୍ଷା...

ରେଳ ଷ୍ଟେସନ ପରେ, ଆତଙ୍କୀ ସିଧା ସଭା ସ୍ଥଳକୁ ପହଞ୍ଚି ଲାଗଲାଗ 7 ଟି ବୋମା ବିସ୍ଫୋରଣ କରିବାରେ ସକ୍ଷମ ହୋଇଥିଲେ । ଯେଉଁଥିରେ 6 ଜଣଙ୍କ ମୃତ୍ୟୁ ସମେତ ଶତାଧିକ ଲୋକ ଆହତ ହୋଇଥିଲେ । ଆଉ ଏହି ବିସ୍ଫୋରଣ ବେଳେ ହିଁ ହୁଙ୍କାର ରାଲିକୁ ସମ୍ବୋଧିତ କରୁଥିଲେ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ମୋଦି ।

କେତେବେଳେ କେଉଁଠି ହୋଇଥିଲା ଧମାକା...

ପ୍ରଥମ ଧମାକା ସକାଳ 9.30 ପଟାଣା ଜଙ୍କସନ ପ୍ଲାଟଫର୍ମ ନଂ 10 ରେ ହୋଇଥିଲା ।

ଦ୍ବିତୀୟ ଧମାକା ସକାଳ 11.40 ରେ ଗାନ୍ଧୀ ମଇଦାନ ଉଦ୍ୟୋଗ ଭବନରେ ହୋଇଥିଲା ।

ତୃତୀୟ ଧମାକା ମଧ୍ୟାହ୍ନ 12.05 ରେ ରୀଜେଁଟ ସିନେମା ହଲ ପାଖରେ ହୋଇଥିଲା ।

ଚତୁର୍ଥ ଧମାକା ମଧ୍ୟାହ୍ନ 12.10 ଗାନ୍ଧୀଙ୍କ ପୁରୁଣା ମୂର୍ତ୍ତୀ ପାଖ ଗାନ୍ଧୀ ମଇଦାନରେ ହୋଇଥିଲା ।

ପଞ୍ଚମ ଧମାକା ମଧ୍ୟାହ୍ନ 12.15 ରେ ଟ୍ବିନ ଟାୱାର ଗାନ୍ଧୀ ମଇଦାନ ।

ଷଷ୍ଠ ଧମାକା ମଧ୍ୟାହ୍ନ 12.20 ଷ୍ଟେଟ ବ୍ୟାଙ୍କ ପାଖ ଗାନ୍ଧୀ ମଇଦାନ ଦଣିଣ ପାର୍ଶ୍ବ ।

ସପ୍ତମ ଧମାକା ମଧ୍ୟାହ୍ନ 12.45 ଶିଶୁ ଉଦ୍ୟାନ ଗାନ୍ଧୀ ମଇଦାନ ।

ଆଉ ସବୁ ଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ବିସ୍ଫୋରଣ ବେଳେ ଗାନ୍ଧୀ ମଇଦାନରେ ତତ୍କାଳୀନ ବିଜେପି ଅଧ୍ୟକ୍ଷ ରାଜନାଥ ସିଂ, ବରିଷ୍ଠ ନେତା ନୀତିନ ଗଡକରୀ, ରବି ଶଙ୍କର ପ୍ରସାଦ, ଅରୁଣ ଜେଟଲୀଙ୍କ ସମେତ ବିହାର ବିଜେପିର ତୁଙ୍ଗ ନେତା ଉପସ୍ଥିତ ଥିଲେ । ଘଟଣା ପରେ ପରେ ଗୁଜୁରାଟ ଏଟିଏସର ସତର୍କକୁ ପ୍ରତ୍ୟାଖାନ କରି ମୋଦି ମଇଦାନକୁ ଆସି ଲୋକଙ୍କୁ ସମ୍ବୋଧିତ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.