ETV Bharat / bharat

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଏକାଧିକ ସ୍ଥାନରେ NIA ରେଡ୍

ଆତଙ୍କବାଦୀ କାର୍ଯ୍ୟକଳାପ ସନ୍ଦେହରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ୨୪ଟି ସ୍ଥାନରେ ଛାପା ମାରିଲା NIA । ଅଧିକ ପଢନ୍ତୁ

author img

By

Published : Sep 18, 2022, 3:38 PM IST

ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଏକାଧିକ ସ୍ଥାନରେ NIA ରେଡ୍
ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନାର ଏକାଧିକ ସ୍ଥାନରେ NIA ରେଡ୍

ହାଇଦ୍ରାବାଦ: PFI(Popular Front of India) ଷଡଯନ୍ତ୍ର ମାମଲାରେ ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାର ଏକାଧିକ ସ୍ଥାନରେ ଏନଆଇଏ ରେଡ୍(NIA conducts searches in AP, Telangana) । ଜାତୀୟ ତଦନ୍ତକାରୀ ସଂସ୍ଥା (NIA) ଆଜି ଆନ୍ଧ୍ରପ୍ରଦେଶର କୁର୍ନୂଲ, ନେଲ୍ଲୋର, କଡପା, ଗୁଣ୍ଟୁର ଓ ତେଲେଙ୍ଗାନା ନିଜାମବାଦ ସମେତ ୨୪ ସ୍ଥାନରେ ଏକକାଳୀନ ଚଢାଉ କରିଛି ।

ଆତଙ୍କୀ କାର୍ଯ୍ୟକଳାପରେ ପପୁଲାର ଫ୍ରଣ୍ଟ ଅଫ୍ ଇଣ୍ଡିଆ(PFI)ର ସଦସ୍ୟମାନେ ସମ୍ପୃକ୍ତ ଥିବା ଅଭିଯୋଗରେ ଏହି ଚଢାଉ ହୋଇଛି । PFI ସଦସ୍ୟ ତଥା ମୁଖ୍ୟ ଅଭିଯୁକ୍ତ ଶାହାଦୁଲ୍ଲାଙ୍କ ବାସଭବନରେ ଛାନଭିନ୍ କରାଯାଉଥିବା ସୂତ୍ରରୁ ସୂଚନା ମିଳିଛି । ସୂଚନା ମୁତାବକ, NIAର ୨୪ଟି ଟିମ୍ ଦୁଇ ରାଜ୍ୟର ୨୪ଟି ଭିନ୍ନ ଭିନ୍ନ ସ୍ଥାନରେ ରେଡ୍ କରୁଛନ୍ତି । ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଦୁଇ ଡର୍ଜନରୁ ଅଧିକ ନେତାଙ୍କ ଠିକଣାରେ ରେଡ୍ କରାଯାଉଛି ।

ଏପରିକି ଶାହଦୁଲ୍ଲା, ମହମ୍ମଦ ଅବଦୁଲ ମୋବିନଙ୍କ ସମେତ କେତେଜଣ ସଦସ୍ୟଙ୍କୁ ମଧ୍ୟ ଉଠାଇ ନିଆଯାଇ ପଚରାଉଚରା କରାଯାଉଛି । ଟିମ୍ ହାଇଦ୍ରାବାଦର ନିଜାମବାଦ ସ୍ଥିତ APHB କଲୋନୀରେ ପହଞ୍ଚି ସେଠାରେ ରହୁଥିବା ଶାହିଦ୍ ଚୌଶି ନାମକ ବ୍ୟକ୍ତିଙ୍କ ବାସଭବନରେ ରେଡ୍ କରିଛି । ଏନଆଇଏ ଅଧିକାରୀମାନେ ତାଙ୍କ ପାସ୍‌ପୋର୍ଟ ଏବଂ ବ୍ୟାଙ୍କ ପାସବୁକ ଜବତ କରିଥିବାର ସୂଚନା ମିଳିଛି ।

ଏହାମଧ୍ୟ ପଢନ୍ତୁ: ଅଧା ରହିଲା ବଦ୍ରିନାଥ ଦର୍ଶନ, ବାଟରେ ଆଖି ବୁଜିଲେ ଓଡିଆ ଶ୍ରଦ୍ଧାଳୁ

ଉଲ୍ଲେଖଯୋଗ୍ୟ, ଦେଶବିରୋଧି କାର୍ଯ୍ୟ ଅଭିଯୋଗରେ ଅଗଷ୍ଟ ୨୬ରେ NIAର ହାଇଦ୍ରାବାଦ ଶାଖା ଏକ ମାମଲା ରୁଜୁ କରିଥିଲେ । ନିଜାମବାଦ ନିବାସୀ ଅବଦୁଲ ଖଦରଙ୍କ ସମେତ ମୋଟ ୨୬ ଜଣଙ୍କୁ ଏତଲାରେ ଅଭିଯୁକ୍ତ ଦର୍ଶାଯାଇଥିଲା । ଏହି ବ୍ୟକ୍ତିବିଶେଷମାନେ ଅନ୍ୟମାନଙ୍କ ସହ ମିଶି ଭାରତ ସରକାରଙ୍କ ବିରୁଦ୍ଧରେ ଯୁଦ୍ଧ ପାଇଁ ଷଡଯନ୍ତ୍ର କରୁଥିବାର ଅଭିଯୋଗ ହୋଇଥିଲା ।

ସେମାନେ ଦେଶ ବିରୁଦ୍ଧରେ ଅପରାଧିକ ଷଡଯନ୍ତ୍ର ପାଇଁ ପିଏଫଆଇ(Popular Front of India) ସଦସ୍ୟଙ୍କୁ ନିଯୁକ୍ତ କରିଥିଲେ ଏବଂ ଆତଙ୍କୀ କାର୍ଯ୍ୟକଳାପ ଲାଗି ଏକ କ୍ୟାମ୍ପ ଆୟୋଜିତ କରିଥିଲେ । ଏଠାରେ ଛାନଭିନ୍ ପରେ PFI ନାମରେ ଗୋଟିଏ ଫ୍ଲେକ୍ସି, ବାଉଁଶ ବାଡି, ହ୍ବାଇଟବୋର୍ଡ, ପୋଡିୟମ, ନୋଟବୁକ, ହ୍ୟାଣ୍ଡିବୁକ ସମେତ ଅନ୍ୟ କିଛି ସାମଗ୍ରୀ ତେଲେଙ୍ଗାନା ପୋଲିସ ଜବତ କରିଥିଲା । ଯେଉଁଥିରୁ ଏମାନେ ଦେଶବିରୋଧି କାର୍ଯ୍ୟରେ ଜଡିତ ଥିବାର ଜଣାପଡିଥିବା ଏଫଆଇଆରରେ ଉଲ୍ଲେଖ କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.