ETV Bharat / bharat

କାଶ୍ମୀରର 18 ସ୍ଥାନରେ NIA ର ଏକକାଳୀନ ଚଢାଉ

କାଶ୍ମୀରର 18 ସ୍ଥାନରେ ଏକକାଳୀନ ଚଢାଉ ଜାରି ରଖିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ (NIA conducted searches in jk)। ପିଏଫଆଇ ପରେ ସ୍କାନରରେ ଅଲ ହୁଦା ଏଜୁକେସନାଲ ଟ୍ରଷ୍ଟ । ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ଯୋଗାଡ ନେଇ ମିଳିଛି ଇନପୁଟ ସୂଚନା । ଅଧିକ ପଢନ୍ତୁ

author img

By

Published : Oct 11, 2022, 7:54 PM IST

କାଶ୍ମୀରର 18 ସ୍ଥାନରେ NIA ର ଏକକାଳୀନ ଚଢାଉ ଜାରି

ନୂଆଦିଲ୍ଲୀ: ଆତଙ୍କବାଦୀ ସଂଗଠନ ଓ ଅପରାଧିକ କାର୍ଯ୍ୟକଳାପରେ କିଛି ସଂଗଠନର ସମ୍ପୃକ୍ତି ଥିବା ଇନପୁଟ ସୂଚନା ମିଳିବା ପରେ କାଶ୍ମୀରର 18 ଟି ସ୍ଥାନରେ ଏକକାଳୀନ ଚଢାଉ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ (NIA conducted searches in jk)। ଆତଙ୍କବାଦୀ ସଂଗଠନ ସହ ସମ୍ପୃକ୍ତି ଓ ସେମାନଙ୍କ ପାଇଁ ପାଣ୍ଠି ସଂଗ୍ରହ କରିବା ଅଭିଯୋଗରେ ଅଲ ହୁଦା ଏଜୁକେସନାଲ ଟ୍ରଷ୍ଟ (AHET)ର ଓ ତାର କିଛି ସହଯୋଗୀ ସଂଗଠନର ଏକାଧିକ ଶାଖା ଓ ଆଡ୍ଡାରେ ଏହି ଚଢାଉ ଜାରି ରହିଛି । ଟ୍ରଷ୍ଟର ଜଣେ କାର୍ଯ୍ୟକର୍ତ୍ତାକୁ ଆତଙ୍କୀ ଲିଙ୍କ ସନ୍ଦେହରେ ଗିରଫ ମଧ୍ୟ କରାଯାଇଥିବା ସୂଚନା ମିଳିଛି । ଏନଆଇଏର ଏକାଧିକ ଟିମ ବିଭିନ୍ନ ଆଡ୍ଡାରେ ଚଢାଉ ଜାରି ରଖିଛନ୍ତି । ଆଗକୁ ଗିରଫଦାରୀ ସଂଖ୍ୟା ମଧ୍ୟ ବଢିବା ନେଇ ଅନୁମାନ କରାଯାଉଛି ।

  • NIA today conducted searches in 18 locations in Rajouri, Poonch, Jammu, Srinagar, Bandipora, Shopian, Pulwama and Budgam districts of UT of J&K and arrested Md. Ameer Shamst in the case related to criminal activities of Al Huda Educational Trust (AHET) Rajouri, J&K. pic.twitter.com/AedVtxyAD2

    — ANI (@ANI) October 11, 2022 " class="align-text-top noRightClick twitterSection" data=" ">

ମିଳିଥିବା ସୂଚନା ଅନୁସାରେ, ଜାମ୍ମୁ କାଶ୍ମୀରର ରାଜୌରୀ, ପୁଞ୍ଚ, ଜାମ୍ମୁ, ଶ୍ରୀନଗର, ବାନ୍ଦିପୋରା, ଶୋପିଆନ୍, ପୁଲୱାମା ଏବଂ ବଡଗାମ ଜିଲ୍ଲାର ଏକାଧିକ ସ୍ଥାନରେ ଏହି ଚଢାଉ ଜାରି ରହିଛି । ଟ୍ରଷ୍ଟର ମୁଖ୍ୟ ତଥା ରାଜୌରୀ ଜିଲ୍ଲାର ବାସିନ୍ଦା ମହମ୍ମଦ ଆମୀର ଶାମସିଙ୍କୁ ଗିରଫ କରି ଜେରା ଜାରି ରଖିଛି ସଂସ୍ଥା (NIA conducted searches in jk)। ଶାମସି ଏହି ଏଜୁକେସନାଲ ଟ୍ରଷ୍ଟର ମୁଖ୍ୟ ଭାବେ କାର୍ଯ୍ୟରତ ଥିଲା । ଏହି ଟ୍ରଷ୍ଟ ଆତଙ୍କବାଦୀ ସଂଗଠନ ପାଇଁ ପାଣ୍ଠି ସଂଗ୍ରହ କରିବାରେ ଲିପ୍ତ ଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ଚଢାଉ କରିଛି ସଂସ୍ଥା ।

ନିକଟରେ ଇସଲାମିକ ସଂଗଠନ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (PFI)ର ଦେଶବ୍ୟାପୀ ଥିବା ଏକାଧିକ ଠିକଣା ଉପରେ ସିରିଜ ଚଢାଉ କରିଥଲା ଜାତୀୟ ତଦନ୍ତକାରୀ ସଂସ୍ଥା । ଏକାଧିକ ସ୍ଥାନରେ ଲଗାତର ଚଢାଉ ପରେ ବହୁ କାର୍ଯ୍ୟକର୍ତ୍ତାଙ୍କୁ ବିଦେଶୀ ଆତଙ୍କୀ ସଂଗଠନ ସହ ସମ୍ପୃକ୍ତି ଓ ସେମାନଙ୍କ ପାଇଁ ପାଣ୍ଠି ଯୋଗାଡ କରିବା ଅଭିଯୋଗରେ ଗିରଫ କରାଯାଇଥିଲା । ଚଢାଉର ମାତ୍ର ଦିନକ ପରେ ସଂଗଠନକୁ 5 ବର୍ଷ ପାଇଁ ନିଷେଧ ଘୋଷଣା କରିଥିଲା କେନ୍ଦ୍ର ଗୃହ ମନ୍ତ୍ରଣାଳୟ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.